କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ପଶ୍ଚିମବାଡ଼ ଗ୍ରାମରେ ଘଟିଛି l ମୃତ ଯୁବକ ହେଲେ ସେକ୍‌ ଆରିଫ୍‌(୨୪)। ବାପା ସେକ୍‌ ସାମରୁଦ୍ଦିନ ଓ ମା’ ଆସିମା ବିବି ଗରୁତର ହୋଇ ପ୍ରଥମେ ଜଳେଶ୍ୱର ଜେକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ […] The post କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର appeared first on Dharitri Odia News.

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ପଶ୍ଚିମବାଡ଼ ଗ୍ରାମରେ ଘଟିଛି l ମୃତ ଯୁବକ ହେଲେ ସେକ୍‌ ଆରିଫ୍‌(୨୪)। ବାପା ସେକ୍‌ ସାମରୁଦ୍ଦିନ ଓ ମା’ ଆସିମା ବିବି ଗରୁତର ହୋଇ ପ୍ରଥମେ ଜଳେଶ୍ୱର ଜେକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ ଜଣଙ୍କୁ ବାଲେଶ୍ୱର ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛିl

ସୂଚନାନୁଯାୟୀ ତିନିଦିନ ତଳେ କାଳବୈଶାଖୀରେ ବହୁ ପୁରୁଣା ମାଟି କାନ୍ଥ ଘରଟି ଭଙ୍ଗାବସ୍ଥାରେ ଥିଲା। ଏହି ଘରଟି ସୋମବାର ସକାଳୁ ମା-ବାପାଙ୍କ ସହ ପୁଅ ସଜାଡୁ ଥିବାବେଳେ କାନ୍ଥଟି ସେମାନଙ୍କ ଉପରେ ପଡ଼ିଯିବାରୁ ତିନିଜଣ ମାଟିତଳେ ଚାପି ହୋଇ ଯାଇଥିଲେ। ଚିତ୍କାର ଶୁଣି ପାଖ ଲୋକ ଦଉଡ଼ି ଯାଇ ମାଟିତଳୁ ସେମାନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ନେବା ପରେ ସେଠାରେ ଡାକ୍ତର ସେକ୍‌ ଆରିଫଙ୍କୁ ମୃତ ଘୋଷଣା କରିଥିଲେ।

The post କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର appeared first on Dharitri Odia News.