ମେ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର : ମେ ମାସ ପ୍ରଥମ ସପ୍ତାହରେ ବାହାରିବ ମାଟ୍ରିକ ପରୀକ୍ଷା ରେଜଲ୍ଟ । ମାର୍ଚ୍ଚ ୧୯ ରୁ ଆରମ୍ଭ ହେବ ଖାତାଦେଖା । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ସେ କହିଛନ୍ତି ଚଳିତ ଥର ପ୍ରଶ୍ନପତ୍ର ଭାଇରାଲ ହୋଇନି । AI ସହଯୋଗରେ ପରୀକ୍ଷାରେ ଅନିୟମିତତା ଧରାପଡିଛି । ସମସ୍ତେ ସହଯୋଗ କରିଛନ୍ତି।ପ୍ରଶ୍ନପତ୍ରରେ QR କୋଡ଼ ଏବଂ ୱାଟର ମାର୍କ ସଫଳ ହୋଇଛି । ନୂଆ ଜ୍ଞାନ କୌଶଳ ପ୍ରୟୋଗ […]

ଭୁବନେଶ୍ୱର : ମେ ମାସ ପ୍ରଥମ ସପ୍ତାହରେ ବାହାରିବ ମାଟ୍ରିକ ପରୀକ୍ଷା ରେଜଲ୍ଟ । ମାର୍ଚ୍ଚ ୧୯ ରୁ ଆରମ୍ଭ ହେବ ଖାତାଦେଖା । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ସେ କହିଛନ୍ତି ଚଳିତ ଥର ପ୍ରଶ୍ନପତ୍ର ଭାଇରାଲ ହୋଇନି । AI ସହଯୋଗରେ ପରୀକ୍ଷାରେ ଅନିୟମିତତା ଧରାପଡିଛି । ସମସ୍ତେ ସହଯୋଗ କରିଛନ୍ତି।ପ୍ରଶ୍ନପତ୍ରରେ QR କୋଡ଼ ଏବଂ ୱାଟର ମାର୍କ ସଫଳ ହୋଇଛି । ନୂଆ ଜ୍ଞାନ କୌଶଳ ପ୍ରୟୋଗ କାମ ଦେଇଛି । ମୋଟାମୋଟି ଭାବରେ ଚଳିତ ଥର ମାଟ୍ରିକ ପରୀକ୍ଷା ସଫଳ ହୋଇଛି । ମାର୍ଚ୍ଚ ୧୯ରୁ ପାଖାପାଖି ୧୩ ଦିନ ଧରି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ମୂଲ୍ୟାଙ୍କନ ହେବ । ପରୀକ୍ଷା ଖାତା ମୂଲ୍ୟାଙ୍କନ ସରିବା ପରେ ଦଶମ ରେଜଲ୍ଟ ପ୍ରକାଶ ପାଇବ।
ଆଜି ସରିଛି ମାଟ୍ରିକ ପରୀକ୍ଷା । ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏଁ ପରୀକ୍ଷା ହୋଇଥିଲା ।