NEET ପରୀକ୍ଷା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ସୁପ୍ରିୟା ସୁଲେ, ମାମଲାର SIT ଯାଞ୍ଚ ଦାବି କଲେ
ପୁଣେ ୧୧।୬: ନିଟ୍ ପରୀକ୍ଷାରେ ଅନିୟମିତତା ମାମଲାକୁ ନେଇ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ପରୀକ୍ଷାରେ ବସିଥିବା ଛାତ୍ରଛାତ୍ରୀ ଏହାକୁ ନେଇ ସୋସିଆଲ ମିଡିଆରେ ଅଭିଯାନ ଚଳାଇରଖିଥିବା ବେଳେ ଅନିୟମିତତାର ଯାଞ୍ଚ ସହିତ ରି-ଏଗଜାମ ଦାବି କରୁଛନ୍ତି। ବିରୋଧୀ ଦଳ ମଧ୍ୟ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରୟାସ କରୁଛନ୍ତି। ମଙ୍ଗଳବାର ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଅନିୟମିତତାର ଯାଞ୍ଚ ନିମନ୍ତେ ଏସଆଇଟି ଗଠନ ଦାବି କରିଛନ୍ତି ଓ ପୁରା ଘଟଣାକ୍ରମକୁ ସରକାରଙ୍କ ବିଫଳତା ବୋଲି କହିଛନ୍ତି। ଏ ନେଇ ଗଣମାଧ୍ୟମ ସହ ଆଲୋଚନାରେ ସୁପ୍ରିୟା ସୁଲେ କହିଛନ୍ତି ଯେ ଯେତେ ଶୀଘ୍ର ସମ୍ଭବ ଏହି ମାମଲାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯିବା ଦରକାର। ଛାତ୍ରଛାତ୍ରୀଙ୍କୁ ସମସ୍ୟା ହେଉଛି ଏଣୁ ମାନବ ସଂସାଧନ ମନ୍ତ୍ରାଳୟକୁ ଏ ସମ୍ପର୍କରେ ଚିନ୍ତା ହେବା ଦରକାର ଓ ଛାତ୍ରଛାତ୍ରୀଙ୍କ ସର୍ବୋତ୍ତମ ହୀତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ଦରକାର। ଏହି ପରୀକ୍ଷାରେ ବିଫଳତା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ। ସେପଟେ ଦ୍ୱିତୀୟବାର ନିଟ୍ ପରୀକ୍ଷା କରାଇବା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି। ସୁପ୍ରିମକୋର୍ଟ ମଙ୍ଗଳବାର ମାମଲାର ଶୁଣାଣି କରି ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସୀ (ଏନଟିଏ)ଙ୍କୁ ନୋଟିସ ଜାରି କରିଛନ୍ତି। କୋର୍ଟ କହିଛନ୍ତି ଯେ ପରୀକ୍ଷାର ପବିତ୍ରତା ପ୍ରଭାବିତ ହୋଇଛି। ଏଣୁ ମାମଲାରେ ପରୀକ୍ଷଣ ଏଜେନ୍ସୀଙ୍କୁ ଜବାବ
ପୁଣେ ୧୧।୬: ନିଟ୍ ପରୀକ୍ଷାରେ ଅନିୟମିତତା ମାମଲାକୁ ନେଇ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ପରୀକ୍ଷାରେ ବସିଥିବା ଛାତ୍ରଛାତ୍ରୀ ଏହାକୁ ନେଇ ସୋସିଆଲ ମିଡିଆରେ ଅଭିଯାନ ଚଳାଇରଖିଥିବା ବେଳେ ଅନିୟମିତତାର ଯାଞ୍ଚ ସହିତ ରି-ଏଗଜାମ ଦାବି କରୁଛନ୍ତି। ବିରୋଧୀ ଦଳ ମଧ୍ୟ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରୟାସ କରୁଛନ୍ତି। ମଙ୍ଗଳବାର ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଅନିୟମିତତାର ଯାଞ୍ଚ ନିମନ୍ତେ ଏସଆଇଟି ଗଠନ ଦାବି କରିଛନ୍ତି ଓ ପୁରା ଘଟଣାକ୍ରମକୁ ସରକାରଙ୍କ ବିଫଳତା ବୋଲି କହିଛନ୍ତି।
ଏ ନେଇ ଗଣମାଧ୍ୟମ ସହ ଆଲୋଚନାରେ ସୁପ୍ରିୟା ସୁଲେ କହିଛନ୍ତି ଯେ ଯେତେ ଶୀଘ୍ର ସମ୍ଭବ ଏହି ମାମଲାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯିବା ଦରକାର। ଛାତ୍ରଛାତ୍ରୀଙ୍କୁ ସମସ୍ୟା ହେଉଛି ଏଣୁ ମାନବ ସଂସାଧନ ମନ୍ତ୍ରାଳୟକୁ ଏ ସମ୍ପର୍କରେ ଚିନ୍ତା ହେବା ଦରକାର ଓ ଛାତ୍ରଛାତ୍ରୀଙ୍କ ସର୍ବୋତ୍ତମ ହୀତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ଦରକାର। ଏହି ପରୀକ୍ଷାରେ ବିଫଳତା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ। ସେପଟେ ଦ୍ୱିତୀୟବାର ନିଟ୍ ପରୀକ୍ଷା କରାଇବା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି।
ସୁପ୍ରିମକୋର୍ଟ ମଙ୍ଗଳବାର ମାମଲାର ଶୁଣାଣି କରି ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସୀ (ଏନଟିଏ)ଙ୍କୁ ନୋଟିସ ଜାରି କରିଛନ୍ତି। କୋର୍ଟ କହିଛନ୍ତି ଯେ ପରୀକ୍ଷାର ପବିତ୍ରତା ପ୍ରଭାବିତ ହୋଇଛି। ଏଣୁ ମାମଲାରେ ପରୀକ୍ଷଣ ଏଜେନ୍ସୀଙ୍କୁ ଜବାବ ଦାଖଲ କରିବାକୁ ପଡିବ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ପୀଠ ଏନଟିଏଙ୍କୁ କହିଛନ୍ତି ଯେ ଏହା କହିବା ଏତେ ସହଜ ନୁହେଁ ଯେ ଆପଣ ଯାହା କରିଛନ୍ତି ତାହା ପବିତ୍ର କୁହାଯାଇପାରିବ। ପରୀକ୍ଷାର ପବିତ୍ରତା ନିଶ୍ଚିତ ପ୍ରଭାବିତ ହୋଇଛି ଏଣୁ ଆମେ ପରୀକ୍ଷଣ ସଂସ୍ଥାଙ୍କ ଜବାବ ଚାହୁଁଛୁ ବୋଲି କହିଛନ୍ତି।
ତେବେ ସୁପ୍ରିମକୋର୍ଟ ନିଟର କାଉନସେଲିଂ ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ଓ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖକୁ ଧାର୍ଯ୍ୟ କରିଛନ୍ତି। ପୀଠ ଟିପ୍ପଣୀ କରି କହିଛନ୍ତି ଯେ ‘କାଉନସେଲିଂ ଆରମ୍ଭ ହେଉ, ଆମେ କାଉନସେଲିଂ ଉପରେ କୌଣସି ରୋକ ଲଗାଉ ନାହୁଁ’।