ବ୍ଲାକ କଫି ପିଉଛନ୍ତି କି, ହୋଇଯାନ୍ତୁ ସାବଧାନ

ଏସିଡିଟି ବଢ଼ାଇଥାଏ: କଫିରେ ଅମ୍ଳ ପରିମାଣ ଅଧିକ। ତେଣୁ ଅଧିକ କଫି ପିଇବା ଦ୍ୱାରା ଏସିଡିଟି, ଛାତି ଜଳିବା, ପିଏଚ୍‌ ବାଲାନ୍ସ ଅସନ୍ତୁଳିତ ହେବା, ବଦହଜମୀ ହେବା ସହ ହାଡ଼ ଏବଂ ଜଏଣ୍ଟରେ ଯନ୍ତ୍ରଣା ହେବା ଆଦି ସମସ୍ୟା ଦେଖାଦେଇଥାଏ। ଉପୁଯାଏ କୋଷ୍ଠକାଠନ୍ୟ ସମସ୍ୟା: କଫିରେ ଅଧିକ ପରିମାଣରେ କଫିନ୍‌ ରହିଥାଏ ଯାହା କୋଷ୍ଠକାଠିନ୍ୟ ସମସ୍ୟା ବଢ଼ାଇଥାଏ। କେବଳ ଏତିକି ନୁହେଁ, କଫି ପିଇବା ଏକ ଏଭଳି ଆଡିକ୍ସନରେ ପରିଣତ ହୋଇଯାଏ, ଦିନେ ନ ପିଇଲେ ମୁଣ୍ଡ […] The post ବ୍ଲାକ କଫି ପିଉଛନ୍ତି କି, ହୋଇଯାନ୍ତୁ ସାବଧାନ appeared first on Dharitri Odia News.

ବ୍ଲାକ କଫି ପିଉଛନ୍ତି କି, ହୋଇଯାନ୍ତୁ ସାବଧାନ

ଏସିଡିଟି ବଢ଼ାଇଥାଏ: କଫିରେ ଅମ୍ଳ ପରିମାଣ ଅଧିକ। ତେଣୁ ଅଧିକ କଫି ପିଇବା ଦ୍ୱାରା ଏସିଡିଟି, ଛାତି ଜଳିବା, ପିଏଚ୍‌ ବାଲାନ୍ସ ଅସନ୍ତୁଳିତ ହେବା, ବଦହଜମୀ ହେବା ସହ ହାଡ଼ ଏବଂ ଜଏଣ୍ଟରେ ଯନ୍ତ୍ରଣା ହେବା ଆଦି ସମସ୍ୟା ଦେଖାଦେଇଥାଏ।
ଉପୁଯାଏ କୋଷ୍ଠକାଠନ୍ୟ ସମସ୍ୟା: କଫିରେ ଅଧିକ ପରିମାଣରେ କଫିନ୍‌ ରହିଥାଏ ଯାହା କୋଷ୍ଠକାଠିନ୍ୟ ସମସ୍ୟା ବଢ଼ାଇଥାଏ। କେବଳ ଏତିକି ନୁହେଁ, କଫି ପିଇବା ଏକ ଏଭଳି ଆଡିକ୍ସନରେ ପରିଣତ ହୋଇଯାଏ, ଦିନେ ନ ପିଇଲେ ମୁଣ୍ଡ ବିନ୍ଧିବା, ଅଳସୁଆ ବା ମାନ୍ଦା ଲାଗିବା ଭଳି ସମସ୍ୟା ଉପୁଜିଥାଏ।
ହ୍ରାସ କରେ ଶକ୍ତି: ଆଡ୍ରେନାଲ୍‌ ଗ୍ଲାଣ୍ଡ ପ୍ରାକୃତିକ ଉପାୟରେ ଶରୀରକୁ ଶକ୍ତି ଯୋଗାଇଥାଏ। କଫିରେ ଥିବା କଫିନ୍‌ ଆଡ୍ରେନାଲ୍‌ ଗ୍ଲାଣ୍ଡକୁ ଶରୀରକୁ ଶକ୍ତି ଯୋଗାଉଥିବା ହର୍‌ମୋନ କ୍ଷରଣ କରିବାରେ ସାହାଯ୍ୟ କରିଥାଏ। ତେଣୁ ଅଳ୍ପ ପରିମାଣରେ ଏହାକୁ ପିଇବା ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ। ହେଲେ ବାରମ୍ବାର କଫି ପିଇବା ଦ୍ୱାରା ଆଡ୍ରେନାଲ୍‌ ଗ୍ଲାଣ୍ଡ ଉପରେ ଚାପ ପଡ଼ିଥାଏ। ଫଳରେ ତାହା ପ୍ରାକୃତିକ ଉପାୟରେ ଶକ୍ତି ଯୋଗାଇ ନ ପାରିବା ସହ ଆଡ୍ରେନାଲ୍‌ ଫଟିଗ୍‌, ବର୍ନଆଉଟ୍‌ କିମ୍ବା ହର୍ମୋନ ଇମ୍‌ବାଲାନ୍ସ ଭଳି ସମସ୍ୟା ଉପୁଜିଥାଏ।
ବଢ଼ାଏ ଡାଇବେଟିସ୍‌ ଆଶଙ୍କା: ମାନସିକ ଚାପ ଦୂର କରିବା ଲାଗି ଅନେକେ କଫି ପିଅନ୍ତି। ଏହାଦ୍ୱାରା କିଛି ସମୟ ପାଇଁ ଏଥିରୁ ମୁକ୍ତି ମିଳିଥାଏ। ହେଲେ ଟେନ୍‌ସନ୍‌ ଫ୍ରି ହେବା ଆଳରେ ବାରମ୍ବାର ବ୍ଲାକ୍‌ କଫି ପିଇଲେ ଶରୀରରେ କର୍ଟିସଲ୍‌ ବୃଦ୍ଧି ପାଇଥାଏ। ଫଳରେ ଶରୀରରେ ଚର୍ବି ଅଂଶ ବଢ଼ିଥାଏ। କେବଳ ଏତିକି ନୁହେଁ, ବାରମ୍ବାର ବ୍ଲାକ୍‌ କଫି ପିଇବା ଦ୍ୱାରା ଇନ୍‌ସୁଲିନ୍‌ କ୍ଷରଣ କମିଥାଏ, ଯାହାକି ଡାଇବେଟିସ୍‌ ହେବାର ମୁଖ୍ୟ କାରଣ।
ସାଜେ ନିଦ୍ରାହୀନତାର କାରଣ: ବ୍ଲାକ୍‌ କଫି ଅଧିକ ପିଇବା ଦ୍ୱାରା ନିଦ୍ରାହୀନତା ସମସ୍ୟା ଉପୁଜିପାରେ। ତେଣୁ ରାତିରେ ଏକ ଭଲ ଏବଂ ଶାନ୍ତିପୂର୍ଣ୍ଣ ନିଦ୍ରା ଚାହୁଁଥିଲେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଆଦୌ ବ୍ଲାକ୍‌ କଫି କିମ୍ବା କ୍ଷୀରଯୁକ୍ତ କଫି ପିଅନ୍ତୁ ନାହିଁ।

 

The post ବ୍ଲାକ କଫି ପିଉଛନ୍ତି କି, ହୋଇଯାନ୍ତୁ ସାବଧାନ appeared first on Dharitri Odia News.