Orissa High Court Recruitment: ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଛନ୍ତି କି… ପୂରଣ ହେବ JS ଓ ASO

ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା ହାଇକୋର୍ଟ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେକୌଣସି ବିଷୟରେ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।

Orissa High Court Recruitment: ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଛନ୍ତି କି… ପୂରଣ ହେବ JS ଓ ASO

ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା ହାଇକୋର୍ଟ ଏକ ବିଜ୍ଞପ୍ତି ପ୍ରକାଶ କରିଛି। BA, B.Sc., B.Com ପାଶ୍‌ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।

ଏହି ନିଯୁକ୍ତି ମାଧ୍ୟମରେ ଜୁନିଅର ଷ୍ଟେନୋଗ୍ରାଫର ଏବଂ ଆସିଷ୍ଟାଣ୍ଟ୍‌ ସେକ୍ସନ୍ ଅଫିସର ପଦବୀ ପୂରଣ ହେବ। ଆପଣ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୮୨ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: Railway Recruitment 2024: ରେଳବାଇରେ ମ୍ୟାନେଜର୍ ହେବାର ସୁଯୋଗ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୱେବ୍‌ସାଇଟ୍‌ ttps://orissahighcourt.nic.in / କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Orissa High Court Recruitment Apply For 182 Posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୦ ମେ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୮ ଜୁନ୍ ୨୦୨୪

ଖାଲି ପଦବୀ:

  • ଜୁନିଅର ଷ୍ଟେନୋଗ୍ରାଫର – ୩୫ଟି ପୋଷ୍ଟ(ମହିଳା ୧୨)
  • ଆସିଷ୍ଟାଣ୍ଟ୍‌ ସେକ୍ସନ୍ ଅଫିସର – ୧୪୭ଟି ପୋଷ୍ଟ(ମହିଳା ୪୯)

ଶିକ୍ଷାଗତ ଯୋଗ୍ୟତା:

  • ଜୁନିଅର ଷ୍ଟେନୋଗ୍ରାଫର – ଯେକୌସି ବିଷୟରେ ସ୍ନାତକ ଡିଗ୍ରୀ। ସର୍ଟହ୍ୟାଣ୍ଟ୍ ସ୍ପିଡ୍ ପ୍ରତି ମିନିଟ୍‌ରେ ୮୦ ଶବ୍ଦ ଏବଂ ଟାଇପିଂ ସ୍ପିଡ୍ ପ୍ରତି ମିନିଟ୍‌ରେ ୪୦ ଶବ୍ଦ। ଏହା ବ୍ୟତୀତ କମ୍ପ୍ୟୁଟର ଜ୍ଞାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
  • ଆସିଷ୍ଟାଣ୍ଟ୍‌ ସେକ୍ସନ୍ ଅଫିସର – ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୨ ବର୍ଷ

ବୟସ କୋହଳ:

  • SC/ST/SEBE – ୫ ବର୍ଷ
  • ଦିବ୍ୟାଙ୍ଗ – ୧୦ ବର୍ଷ

ଦରମା:

  • ଜୁନିଅର ଷ୍ଟେନୋଗ୍ରାଫର – ୨୫,୫୦୦ – ୮୧,୧୦୦ ଟଙ୍କା
  • ଆସିଷ୍ଟାଣ୍ଟ୍‌ ସେକ୍ସନ୍ ଅଫିସର – ୩୫,୪୦୦ – ୧,୧୨,୪୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: DRDO Recruitment: ଇଞ୍ଜିନିୟରିଂ କରିଥିଲେ ସୁବର୍ଣ୍ଣ ସୁଯୋଗ

ଆବେଦନ ଶୁଳ୍କ:

  • ସମସ୍ତ ବର୍ଗ – ୫୦୦ ଟଙ୍କା
  • SC/ST/ଦିବ୍ୟାଙ୍ଗ – ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ପ୍ରାଥମିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • କମ୍ପ୍ୟୁଟର ଟେଷ୍ଟ୍
  • ଡକ୍ୟୁମେଣ୍ଟ ଯାଞ୍ଚ
  • ସାକ୍ଷାତକାର