OSSSC Recruitment 2024: ସରକାରୀ ସ୍କୁଲରେ ପୂରଣ ହେବ ୨୬୨୯ଟି ଶିକ୍ଷକ ପଦ

କେବଳ ଅନ୍‌ଲାଇନ୍‌ରେ ହିଁ ଦରଖାସ୍ତ ଗ୍ରହଣ କରାଯିବ ବୋଲି OSSSC ପକ୍ଷରୁ କୁହାଯାଇଛି।

OSSSC Recruitment 2024: ସରକାରୀ ସ୍କୁଲରେ ପୂରଣ ହେବ ୨୬୨୯ଟି ଶିକ୍ଷକ ପଦ

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ୨୬୨୯ଟି ଜିଲ୍ଳା କ୍ୟାଡର ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ୨୬୨୯ଟି ପଦରେ ଟିଜିଟି (ଆର୍ଟସ), ଟିଜିଟି (ସାଇନ୍‌ସ-ପିସିଏମ୍‌),ଟିଜିଟି (ସାଇନ୍‌ସ-ସିବିଜେଡ୍‌),ସଂସ୍କୃତ, ହିନ୍ଦୀ, ପିଇଟି ଓ ଆଦିବାସୀ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏଥିପାଇଁ OSSSCର ୱେବସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏପ୍ରିଲ ୧ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହେବ। ଏହା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। କେବଳ ଅନ୍‌ଲାଇନ୍‌ରେ ହିଁ ଦରଖାସ୍ତ ଗ୍ରହଣ କରାଯିବ ବୋଲି OSSSC ପକ୍ଷରୁ କୁହାଯାଇଛି।

ଖାଲି ପଡ଼ିଥିବା ପଦବୀ, ପେ’ ସ୍କେଲ୍‌, ବୟସ ସୀମା, ଯୋଗ୍ୟତା ଓ ଅନ୍ୟାନ୍ୟ ସର୍ତ୍ତ ସଂପର୍କରେ ଜାଣିବା ପାଇଁ ପ୍ରାର୍ଥୀମାନେ OSSSCର ୱେବ୍‌ ପୋର୍ଟାଲ www.osssc.gov.in କୁ ଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।