ଇରାନରେ ନିୟନ୍ତ୍ରଣ ହରାଇ ଓଲଟିଲା ବସ୍ ; ଚାଲିଗଲା ୨୧ ଜୀବନ, ୩୪ ଆହତ
ନୂଆଦିଲ୍ଲୀ ୨୦।୦୭; ଇରାନରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ଇରାନର ଦକ୍ଷିଣ ପ୍ରାନ୍ତରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବା ଫଳରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସେଠାକାର ଗଣମାଧ୍ୟମ ଏହି ଖବର ପ୍ରକାଶ କରିଛି। ଫାର୍ସ ପ୍ରଦେଶର ଜରୁରୀକାଳୀନ ସଂଗଠନର ମୁଖ୍ୟ ମାସୁଦ ଆବେଦ କହିଛନ୍ତି ଯେ ପ୍ରଦେଶର ରାଜଧାନୀ ଶିରାଜର ଦକ୍ଷିଣରେ ଘଟିଥିବା ଏହି ଦୁର୍ଘଟଣାରେ ୩୪ ଜଣ ଆହତ ହୋଇଛନ୍ତି।ଏହି ଘଟଣା ସମ୍ପର୍କରେ, ଫାର୍ସ ପ୍ରଦେଶର ଜରୁରୀକାଳୀନ ସଂଗଠନର ମୁଖ୍ୟ ମାସୁଦ ଆବେଦ କହିଛନ୍ତି ଯେ ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଅଧିକାରୀ କହିଛନ୍ତି ଯେ ଘଟଣାଟି ସକାଳ ୧୧.୦୫ ରେ ଘଟିଥିଲା ଏବଂ ଉଦ୍ଧାର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି। ସୂଚନା ପାଇବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି ଏବଂ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।ମାସୁଦ୍ ଆବେଦ୍ ଆହୁରି କହିଛନ୍ତି ଯେ ଦୁର୍ଘଟଣାର ସଠିକ୍ କାରଣ ତଦନ୍ତ କରାଯାଉଛି ଏବଂ ତଦନ୍ତ ସମାପ୍ତ ହେବା ପରେ ବିସ୍ତୃତ ସୂଚନା ଏବଂ ଚୂଡ଼ାନ୍ତ ସଂଖ୍ୟା ପ୍ରକାଶ କର
ନୂଆଦିଲ୍ଲୀ ୨୦।୦୭; ଇରାନରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ଇରାନର ଦକ୍ଷିଣ ପ୍ରାନ୍ତରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବା ଫଳରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସେଠାକାର ଗଣମାଧ୍ୟମ ଏହି ଖବର ପ୍ରକାଶ କରିଛି। ଫାର୍ସ ପ୍ରଦେଶର ଜରୁରୀକାଳୀନ ସଂଗଠନର ମୁଖ୍ୟ ମାସୁଦ ଆବେଦ କହିଛନ୍ତି ଯେ ପ୍ରଦେଶର ରାଜଧାନୀ ଶିରାଜର ଦକ୍ଷିଣରେ ଘଟିଥିବା ଏହି ଦୁର୍ଘଟଣାରେ ୩୪ ଜଣ ଆହତ ହୋଇଛନ୍ତି।

ଏହି ଘଟଣା ସମ୍ପର୍କରେ, ଫାର୍ସ ପ୍ରଦେଶର ଜରୁରୀକାଳୀନ ସଂଗଠନର ମୁଖ୍ୟ ମାସୁଦ ଆବେଦ କହିଛନ୍ତି ଯେ ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଅଧିକାରୀ କହିଛନ୍ତି ଯେ ଘଟଣାଟି ସକାଳ ୧୧.୦୫ ରେ ଘଟିଥିଲା ଏବଂ ଉଦ୍ଧାର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି। ସୂଚନା ପାଇବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି ଏବଂ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।
ମାସୁଦ୍ ଆବେଦ୍ ଆହୁରି କହିଛନ୍ତି ଯେ ଦୁର୍ଘଟଣାର ସଠିକ୍ କାରଣ ତଦନ୍ତ କରାଯାଉଛି ଏବଂ ତଦନ୍ତ ସମାପ୍ତ ହେବା ପରେ ବିସ୍ତୃତ ସୂଚନା ଏବଂ ଚୂଡ଼ାନ୍ତ ସଂଖ୍ୟା ପ୍ରକାଶ କରାଯିବ। ବସ୍ରେ ଅଧିକାଂଶ ଯାତ୍ରୀ ପରିବାରର ସଦସ୍ୟ ଥିଲେ ଏବଂ ଛୁଟି କାଟିବା ପାଇଁ ଯାଉଥିଲେ। ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବସ୍ ଟି ଦ୍ରୁତ ଗତିରେ ଆସି ଏକ ମୋଡ଼ରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। କିଛି ରିପୋର୍ଟରେ ଏହା ଏକ ଯାନ୍ତ୍ରିକ ତ୍ରୁଟି ବୋଲି ମଧ୍ୟ ସନ୍ଦେହ କରାଯାଉଛି। ତଥାପି, ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ କାରଣ ସରକାରୀ ଭାବରେ ନିଶ୍ଚିତ କରାଯାଇ ନାହିଁ।