OSSSC ୱେବସାଇଟ୍ ଅଚଳାବସ୍ଥା ଜାରି : ଖାଲି ଘୂରୁଛି, ଖୋଲିବାର ନାଁ ଧରୁନି
ଭୁବନେଶ୍ୱର : କାମ କରୁନି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍ଏସ୍ଏସ୍ସି) ୱେବସାଇଟ୍। ବୈଷୟିକ କାରଣ ଦର୍ଶାଇ ପ୍ରାୟ ୫୦ ଦିନ ହେବ ଏହାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଉଛି। ନୂତନଭାବେ ପଞ୍ଜୀକରଣ କରିବାକୁ ଜମାରୁ ୱେବସାଇଟ୍ ଖୋଲୁ ନଥିବା ଅଭିଯୋଗ ହେଉଛି। ପୂର୍ବରୁ ପଞ୍ଜୀକରଣ କରିଥିବା ଆଶାୟୀ ଏକାଧିକବାର ପ୍ରୟାସ କରିବା ପରେ କିଛି ଆବେଦନ କରିବାକୁ ସକ୍ଷମ ହେଉଛନ୍ତି। ଏନେଇ ଆଶାୟୀମାନେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବହୁବାର ଅଭିଯୋଗ କରୁଥିଲେ ମଧ୍ୟ ଆୟୋଗ […]

ଭୁବନେଶ୍ୱର : କାମ କରୁନି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍ଏସ୍ଏସ୍ସି) ୱେବସାଇଟ୍। ବୈଷୟିକ କାରଣ ଦର୍ଶାଇ ପ୍ରାୟ ୫୦ ଦିନ ହେବ ଏହାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଉଛି। ନୂତନଭାବେ ପଞ୍ଜୀକରଣ କରିବାକୁ ଜମାରୁ ୱେବସାଇଟ୍ ଖୋଲୁ ନଥିବା ଅଭିଯୋଗ ହେଉଛି। ପୂର୍ବରୁ ପଞ୍ଜୀକରଣ କରିଥିବା ଆଶାୟୀ ଏକାଧିକବାର ପ୍ରୟାସ କରିବା ପରେ କିଛି ଆବେଦନ କରିବାକୁ ସକ୍ଷମ ହେଉଛନ୍ତି। ଏନେଇ ଆଶାୟୀମାନେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବହୁବାର ଅଭିଯୋଗ କରୁଥିଲେ ମଧ୍ୟ ଆୟୋଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ପୂର୍ବରୁ ସକାଳ ୧୧ ଟାରୁ ସନ୍ଧ୍ୟା ୬ଟା ଯାଏଁ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହେଉନଥିବା ବେଳେ ଏଥିରେ ଆଉ ଏକ ଘଣ୍ଟା ବୃଦ୍ଧି କରିଛି। ଅର୍ଥାତ ସକାଳ ୧୦ଟାରୁ ସନ୍ଧ୍ୟା ୬ ଯାଏଁ ୱେବସାଇଟ୍ ବନ୍ଦ ରହୁଛି। ଅବଶିଷ୍ଟ ସମୟରେ ଆବେଦନ କରିବାକୁ ଆଶାୟୀମାନଙ୍କୁ ଆୟୋଗ ପକ୍ଷରୁ ଉପଦେଶ ଦିଆଯାଇଛି। ହେଲେ ଏହି ସମୟରେ ମଧ୍ୟ ୱେବସାଇଟ ସଠିକ୍ ଭାବେ ଚାଲୁନାହିଁ। ନୂତନ ପଞ୍ଜୀକରଣ କରିବାକୁ ଚାହିଁଲେ ପ୍ରାୟ ୧୦ ମିନିଟ୍ ଅପୋକ୍ଷା କରିବାକୁ ପଡ଼ୁଛି। ହେଲେ ଖୋଲିବା ପରେ ମଧ୍ୟ ସାଇଟ୍ ସ୍ଲୋ ରହୁଛି।
ଏପରିକି ଅଧିକ ସମୟ ଖୋଲା ରହିବା ପରେ ସ୍ୱତଃ ବନ୍ଦ ହୋଇଯାଉଛି। ଫଳରେ ପୁଣି ମୂଳକୁ ଆସିଯାଉଛି। ବହୁବାର ପ୍ରୟାସ କରିବା ପରେ କିଛି ଆଶାୟୀ ଆବେଦନ କରିପାରୁଛନ୍ତି। ସମ୍ପ୍ରତ୍ତି ରାଜସ୍ୱ ନିରୀକ୍ଷକ, ସହ ରାଜସ୍ୱ ନିରୀକ୍ଷକ, ଅମିନ ସମେତ ବହୁ ପଦ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଏହି ସମସ୍ତ ପରୀକ୍ଷା ପାଇଁ ଓଏସ୍ଏସ୍ଏସ୍ସି ୱେବସାଇଟ୍ରେ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବେ। ୱେବସାଇଟ୍ ଶିଥିଳ ହେଉଥିବାରୁ ଆବେଦନ ପ୍ରକ୍ରିୟା ବିଳମ୍ବିତ ହେବାସହ ଆବେଦନ ପାଇଁ ବହୁ ସମୟ ଅପଚୟ ହେଉଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି।