ଋଷବ ପନ୍ତଙ୍କ ଉପରେ ଲାଗିଲା ବ୍ୟାନ୍, ୩୦ ଲକ୍ଷ ଟଙ୍କା ଫାଇନ୍
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପ୍ଟେନ୍ ଋଷବ ପନ୍ତଙ୍କ ଉପରେ ଲାଗିଲା ବ୍ୟାନ୍। ଋଷବଙ୍କ ଉପରେ ବ୍ୟାନ୍ ଲାଗିବା ସହ ତାଙ୍କୁ ୩୦ ଲକ୍ଷ ଟଙ୍କାର ଫାଇନ ମଧ୍ୟ କରାଯାଇଛି। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ସ୍ଲୋ ଓଭର ରେଟ୍ ତ୍ରୁଟି ଯୋଗୁ ପନ୍ତଙ୍କୁ ଦଣ୍ଡିତ କରାଯାଇଛି।ମେ ୭ ତାରିଖ ଆଇପିଏଲ୍ର ୫୬ ତମ ମ୍ୟାଚ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ଖେଳିଥିଲା ଦିଲ୍ଲୀ। ଏଥିରେ ଦଳ ମନ୍ଥର ଗତିରେ ବୋଲିଂ କରି ସ୍ଲୋ ଓଭର ରେଟ୍ ତ୍ରୁଟି କରି ଆଇପିଏଲ ନିୟମ ଉଲ୍ଲଂଘନ କରିଥିଲା। ଏହି ତ୍ରୁଟି ଯୋଗୁ କ୍ୟାପ୍ଟେନ୍ ଋଷବ ପନ୍ତଙ୍କ ଉପରେ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ ଲଗାଯାଇଛି। ଫଳରେ ସେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିପାରିବେ ନାହିଁ। ଏନେଇ ବିସିସିଆଇ କହିଛି “ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟର ଆର୍ଟିକଲ ୮ ଅନୁସାରେ, ମ୍ୟାଚ୍ ରେଫ୍ରୀଙ୍କ ରୁଲିଂକୁ ଚ୍ୟାଲେଞ୍ଜ କରି ଡିସି ଏକ ଆବେଦନ କରିଥିଲା। ଏହାର ପୁନଃ ସମୀକ୍ଷା କରିବା ପାଇଁ ମାମଲା ବିସିସିଆଇ ବିଚାରକ କମିଟି ପାଖକୁ ପଠାଯାଇଥିଲା। ଏହାପରେ ବିଚାରକ କମିଟି ପକ୍ଷରୁ ଏକ ମୌଖିକ ଶୁଣାଣି କରି ମ୍ୟାଚ୍ ରେଫ୍ରୀଙ୍କ ରୁଲିଂକୁ ଠିକ୍ ବୋଲି ଦର୍ଶାଯାଇଥିଲା।” ଫଳରେ ନିୟମ ଅନୁସାରେ ଦିଲ୍ଲୀ ଟିମ୍ର ଖେଳାଳି ଓ କ୍ୟାପ୍ଟେନ୍ଙ୍କୁ ଦଣ୍ଡିତ କରାଯାଇଛି। ବିସିସିଆଇ ପକ୍ଷରୁ
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପ୍ଟେନ୍ ଋଷବ ପନ୍ତଙ୍କ ଉପରେ ଲାଗିଲା ବ୍ୟାନ୍। ଋଷବଙ୍କ ଉପରେ ବ୍ୟାନ୍ ଲାଗିବା ସହ ତାଙ୍କୁ ୩୦ ଲକ୍ଷ ଟଙ୍କାର ଫାଇନ ମଧ୍ୟ କରାଯାଇଛି। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ସ୍ଲୋ ଓଭର ରେଟ୍ ତ୍ରୁଟି ଯୋଗୁ ପନ୍ତଙ୍କୁ ଦଣ୍ଡିତ କରାଯାଇଛି।
ମେ ୭ ତାରିଖ ଆଇପିଏଲ୍ର ୫୬ ତମ ମ୍ୟାଚ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ଖେଳିଥିଲା ଦିଲ୍ଲୀ। ଏଥିରେ ଦଳ ମନ୍ଥର ଗତିରେ ବୋଲିଂ କରି ସ୍ଲୋ ଓଭର ରେଟ୍ ତ୍ରୁଟି କରି ଆଇପିଏଲ ନିୟମ ଉଲ୍ଲଂଘନ କରିଥିଲା। ଏହି ତ୍ରୁଟି ଯୋଗୁ କ୍ୟାପ୍ଟେନ୍ ଋଷବ ପନ୍ତଙ୍କ ଉପରେ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ ଲଗାଯାଇଛି। ଫଳରେ ସେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିପାରିବେ ନାହିଁ।
ଏନେଇ ବିସିସିଆଇ କହିଛି “ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟର ଆର୍ଟିକଲ ୮ ଅନୁସାରେ, ମ୍ୟାଚ୍ ରେଫ୍ରୀଙ୍କ ରୁଲିଂକୁ ଚ୍ୟାଲେଞ୍ଜ କରି ଡିସି ଏକ ଆବେଦନ କରିଥିଲା। ଏହାର ପୁନଃ ସମୀକ୍ଷା କରିବା ପାଇଁ ମାମଲା ବିସିସିଆଇ ବିଚାରକ କମିଟି ପାଖକୁ ପଠାଯାଇଥିଲା। ଏହାପରେ ବିଚାରକ କମିଟି ପକ୍ଷରୁ ଏକ ମୌଖିକ ଶୁଣାଣି କରି ମ୍ୟାଚ୍ ରେଫ୍ରୀଙ୍କ ରୁଲିଂକୁ ଠିକ୍ ବୋଲି ଦର୍ଶାଯାଇଥିଲା।” ଫଳରେ ନିୟମ ଅନୁସାରେ ଦିଲ୍ଲୀ ଟିମ୍ର ଖେଳାଳି ଓ କ୍ୟାପ୍ଟେନ୍ଙ୍କୁ ଦଣ୍ଡିତ କରାଯାଇଛି। ବିସିସିଆଇ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି।
ଏହା ପୂର୍ବରୁ ବି ଚଳିତ ଆଇପିଏଲ୍ରେ ସ୍ଲୋ- ଓଭର ରେଟିଂ ପାଇଁ ଋଷବ ପନ୍ତଙ୍କୁ ଦୁଇ ଥର ଫାଇନ କରାଯାଇଛି। ଲକ୍ଷାଧିକ ଟଙ୍କା ଫାଇନ୍ ଦେଇ ସାରିଛନ୍ତି କ୍ରିକେଟର। ଆଇପିଏଲ୍ର ଆଚାର ସଂହିତା ଅନୁସାରେ, ଗୋଟିଏ ମ୍ୟାଚ୍ରେ ସ୍ଲୋ ଓଭର ରେଟ୍ ପାଇଁ ଦୋଷୀ ସାବ୍ୟସ୍ତ ହେଲେ କ୍ୟାପ୍ଟେନ୍ଙ୍କୁ ୧୨ ଲକ୍ଷ ଫାଇନ୍ ଦେବାକୁ ପଡିଥାଏ। ସେହପରି ଦ୍ୱିତୀୟ ଥର ଭୁଲ୍ ହେଲେ ୨୪ ଲକ୍ଷ ଓ ତୃତୀୟ ଥର ସମାନ ଭୁଲ୍ ହେଲେ ୩୦ ଲକ୍ଷ ଫାଇନ୍ ସହ କ୍ୟାପ୍ଟେନ୍ଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ କରାଯାଇଥାଏ। ଏବେ ତୃତୀୟ ଥର ସମାନ ଭୁଲ୍ କରିବା କ୍ୟାପ୍ଟେନ୍ଙ୍କୁ ମହଙ୍ଗା ପଡ଼ିଛି। ରାଜସ୍ଥାନ ରାୟଲ୍ସ ବିପକ୍ଷରେ ସ୍ଲୋ ଓଭର ରେଟ୍ କାରଣ ଯୋଗୁ କେବଳ ପନ୍ତ ନୁହଁନ୍ତି ଇମ୍ପାକ୍ଟ ପ୍ଲେୟାର ସମେତ ଅନ୍ୟ ସମସ୍ତ ଖେଳାଳିଙ୍କୁ ୧୨ ଲକ୍ଷ କିମ୍ବା ମ୍ୟାଚ୍ ଫିସ୍ର ୫୦ ପ୍ରତିଶତ ଜରିମାନା ଭାବେ ଦେବାକୁ ପଡ଼ିବ।
ପଢ଼ନ୍ତୁ- ଶତକ ମାରି ଇତିହାସ ରଚିଲେ ଶୁଭମାନ ଗିଲ୍, ୧୬ ବର୍ଷ ପରେ ଆଇପିଏଲ୍ରେ ଲାଗିଲା କୀର୍ତ୍ତିମାନ
ସୂଚନା ଥାଉକି ଡିସି ବର୍ତ୍ତମାନ ସୁଦ୍ଧା ବି ଆଇପିଏଲ୍ରେ ନିଜ ସ୍ଥାନ ବଜାଇ ରଖିଛି। ଗୋଟିଏ ମ୍ୟାଚ୍ରେ ପରାଜୟ ହେଲେ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇପାରେ। ତେଣୁ ରବିବାର ଆର୍ସିବି ବିପକ୍ଷରେ ଥିବା ପରବର୍ତ୍ତି ମ୍ୟାଚ୍ ଡିସି ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀ ବର୍ତ୍ତମାନ ଆଇପିଏଲ ଲିଗ୍ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି। ଦଳ ବର୍ତ୍ତମାନ ଲିଗ୍ ପର୍ଯ୍ୟାୟରେ ଆଉ ଦୁଇଟି ମ୍ୟାଚ୍ ଖେଳିବ। ପରିବର୍ତ୍ତି ମ୍ୟାଚ ଆର୍ସିବି ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ସହ ଖେଳିବ। ଦୁଇଟିଯାକ ଦିଲ୍ଲୀ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ।