OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି, ୭ ଗିରଫ, କ୍ରାଇମବ୍ରାଞ୍ଚ ତଦନ୍ତ ଜାରି

ଭୁବନେଶ୍ୱର,୧।୮: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET-2025) ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି ପ୍ରମାଣିତ ହୋଇଛି। କ୍ରାଇମବ୍ରାଞ୍ଚ DIG ବି. ଗଙ୍ଗାଧରଙ୍କ ସୂଚନା ଅନୁଯାୟୀ, ଏହି ମାମଲାରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି। ପ୍ରଶ୍ନପତ୍ର ଲିକ୍‌ର କାରଣ ଓ ଏହା ପଛରେ ଥିବା ନେଟୱାର୍କ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଜୁଲାଇ ୨୦ରେ ହେବାକୁ ଥିବା OTET ପରୀକ୍ଷା ପୂର୍ବ ଦିନ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବାତିଲ […] The post OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି, ୭ ଗିରଫ, କ୍ରାଇମବ୍ରାଞ୍ଚ ତଦନ୍ତ ଜାରି appeared first on Dharitri Odia News.

OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି, ୭ ଗିରଫ, କ୍ରାଇମବ୍ରାଞ୍ଚ ତଦନ୍ତ ଜାରି

ଭୁବନେଶ୍ୱର,୧।୮: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET-2025) ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି ପ୍ରମାଣିତ ହୋଇଛି। କ୍ରାଇମବ୍ରାଞ୍ଚ DIG ବି. ଗଙ୍ଗାଧରଙ୍କ ସୂଚନା ଅନୁଯାୟୀ, ଏହି ମାମଲାରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି। ପ୍ରଶ୍ନପତ୍ର ଲିକ୍‌ର କାରଣ ଓ ଏହା ପଛରେ ଥିବା ନେଟୱାର୍କ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି।

ଜୁଲାଇ ୨୦ରେ ହେବାକୁ ଥିବା OTET ପରୀକ୍ଷା ପୂର୍ବ ଦିନ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବାତିଲ କରାଯାଇଥିଲା। ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (BSE) କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ ହୋଇଛନ୍ତି। ସେ BSE ଉପାଧ୍ୟକ୍ଷଙ୍କ ଲାପଟପରୁ ପ୍ରଶ୍ନପତ୍ର ଚୋରି କରି ପେନ ଡ୍ରାଇଭରେ ସ୍ଥାନାନ୍ତର କରିଥିଲେ। ଏହାପରେ ରାୟଗଡ଼ା ଜିଲାର ଶିକ୍ଷକ ବିଜୟ ମିଶ୍ର ଓ କୋରାପୁଟର ସନାତନ ବିଷୋୟୀଙ୍କ ସହ ଅନ୍ୟ ତିନି ଦଲାଲଙ୍କ ମାଧ୍ୟମରେ ପ୍ରଶ୍ନପତ୍ର ବିକ୍ରି କରାଯାଇଥିଲା।

କ୍ରାଇମବ୍ରାଞ୍ଚ ସୂଚନା ଅନୁଯାୟୀ, ଜିତନଙ୍କ ଆକାଉଣ୍ଟରେ ୨.୫ ଲକ୍ଷ ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ମୋବାଇଲ ଓ ଇଲେକ୍ଟ୍ରୋନିକ ଡିଭାଇସ ଜବତ କରାଯାଇ ଫରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଲାପଟପ ପାସୱାର୍ଡ କେମିତି ମିଳିଲା ଏବଂ ପ୍ରଶ୍ନପତ୍ର କାହା କାହା ପାଖକୁ ଗଲା, ତା’ର ଲିଙ୍କ ଖୋଜା ଜାରି ରହିଛି।

ଏହି ଘଟଣାରେ କଳହାଣ୍ଡି ଜିଲାର ଆଉ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି, ଯାହା ସହ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋନ୍ଦ କହିଛନ୍ତି, ଅଭିଯୁକ୍ତ ଯେତେ ପ୍ରଭାବଶାଳୀ ହେଉନା କାହିଁକି, ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଭବିଷ୍ୟତରେ ପରୀକ୍ଷାରେ ସ୍ୱଚ୍ଛତା ଓ ସୁରକ୍ଷା ନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଉଛି।

The post OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି, ୭ ଗିରଫ, କ୍ରାଇମବ୍ରାଞ୍ଚ ତଦନ୍ତ ଜାରି appeared first on Dharitri Odia News.