ମେସେଜିଂ ଆପ୍ ଟେଲିଗ୍ରାମ୍ର ପ୍ରତିଷ୍ଠାତା ଗିରଫ
ପ୍ୟାରିସ୍,୨୫ା୮: ମେସେଜିଂ ଆପ୍ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ପାଭେଲ ଡୁରୋଭଙ୍କୁ ଗିରଫ କରିଛି ପୋଲିସ। ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ଡୁରୋଭଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ସେ ପ୍ରାଇଭେଟ ଜେଟ୍ରେ ଆଜରବାଇଜାନ ଯିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା ପରେ ତାଙ୍କୁ ଗିରଫ କରିଛି। ତାଙ୍କ ନାମରେ ପୂର୍ବରୁ ଗିରଫ ଓ୍ବାରେଣ୍ଟ ଜାରି କରିଥିଲା ଫ୍ରାନ୍ସ। ଟେଲିଗ୍ରାମ ଦ୍ବାରା ସେ ଅପରାଧିକ ଗତିବିଧି ଚଳାଉଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ […] The post ମେସେଜିଂ ଆପ୍ ଟେଲିଗ୍ରାମ୍ର ପ୍ରତିଷ୍ଠାତା ଗିରଫ appeared first on Dharitri Odia News.
ପ୍ୟାରିସ୍,୨୫ା୮: ମେସେଜିଂ ଆପ୍ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ପାଭେଲ ଡୁରୋଭଙ୍କୁ ଗିରଫ କରିଛି ପୋଲିସ। ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ଡୁରୋଭଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ସେ ପ୍ରାଇଭେଟ ଜେଟ୍ରେ ଆଜରବାଇଜାନ ଯିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା ପରେ ତାଙ୍କୁ ଗିରଫ କରିଛି। ତାଙ୍କ ନାମରେ ପୂର୍ବରୁ ଗିରଫ ଓ୍ବାରେଣ୍ଟ ଜାରି କରିଥିଲା ଫ୍ରାନ୍ସ। ଟେଲିଗ୍ରାମ ଦ୍ବାରା ସେ ଅପରାଧିକ ଗତିବିଧି ଚଳାଉଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ତାଙ୍କୁ ଗିରଫ କରିଛି।
ଟେଲିଗ୍ରାମ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହିଁ। କିନ୍ତୁ ଏହି ଘଟଣାକୁ ନିଶ୍ଚିତ କରି ଫ୍ରାନ୍ସ ପୋଲିସ ଅଧିକାରୀ କହିଛନ୍ତି, ତାଙ୍କୁ ଗିରଫ କରାଯାଇ ଥାନାକୁ ନିଆଯାଇଛି। ଏହି ଗିରଫ ଯୋଗୁ ରୁଷିଆ ବ୍ଲଗର୍ସମାନେ କ୍ଷୋଭ ପ୍ରକାଶ କରିଛନ୍ତି। ରବିବାର ଅପରାହ୍ନରେ ସେମାନେ ଫ୍ରାନ୍ସର ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି।
ରୁଷିଆ, ୟୁକ୍ରେନ ଏବଂ ପୂର୍ବତନ ସୋଭିଏତ୍ ୟୁନିଅନର ଗଣତନ୍ତ୍ରରେ ଟେଲିଗ୍ରାମ, ଫେସବୁକ୍, ୟୁଟ୍ୟୁବ୍, ହ୍ବାଟ୍ସ ଆପ୍, ଇନ୍ଷ୍ଟାଗ୍ରାମ, ଟିକ୍ଟକ୍ ଏବଂ ଓ୍ବେଚ ପରେ ଏକ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଭାବରେ ସ୍ଥାନିତ ହୋଇଛି। ଆସନ୍ତାବର୍ଷରେ ଏହା ଏକ ବିଲିୟନ ୟୁଜରଙ୍କୁ ଛୁଇଁବାକୁ ଲକ୍ଷ୍ୟ ରଖିଥିଲା।
ଦୁବାଇରେ ଆଧାର କରି ରୁଷିଆରେ ଜନ୍ମିତ ଡୁରୋଭଙ୍କ ଦ୍ୱାରା ଟେଲିଗ୍ରାମ ପ୍ରତିଷ୍ଠା କରାଯାଇଥିଲା। ସେ ବିକ୍ରି କରିଥିବା ଭି.କେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିରୋଧୀ ସମ୍ପ୍ରଦାୟକୁ ବନ୍ଦ କରିବା ପାଇଁ ସରକାରଙ୍କ ଦାବିକୁ ମାନିବାକୁ ମନା କରିବା ପରେ ସେ ୨୦୧୪ରେ ରୁଷିଆ ଛାଡ଼ିଥିଲେ।
The post ମେସେଜିଂ ଆପ୍ ଟେଲିଗ୍ରାମ୍ର ପ୍ରତିଷ୍ଠାତା ଗିରଫ appeared first on Dharitri Odia News.