ଫସିଥିବା ଲୋକେ ବଞ୍ଚିବା ଆଶା କ୍ଷୀଣ
ମାଣ୍ଡଲେ,୩୧ା୩: ମ୍ୟାନ୍ମାରର ଦ୍ୱିତୀୟ ସର୍ବବୃହତ୍ ସହର ମାଣ୍ଡଲେର ରାସ୍ତାଘାଟରେ ଗଳିତ ମୃତଦେହର ଗନ୍ଧ। ଉକ୍ତ ଅଞ୍ଚଳ ଏକ କବରସ୍ଥଳରେ ପରିଣତ ହୋଇଛି। ପ୍ରଳୟଙ୍କରୀ ଭୂକମ୍ପର ୨ ଦିନ ପରେ ଭଗ୍ନାବଶେଷ ତଳେ ରହିଯାଇଥିବା ଲୋକଙ୍କ ବଞ୍ଚିବା ଆଶା କ୍ଷୀଣ ହେବାରେ ଲାଗିଛି। ଏହା ସତ୍ତ୍ୱେ ଲୋକେ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ଜୀବିତ ପାଇବା ଆଶାରେ ହାତରେ ଭଗ୍ନାବଶେଷ ଖୋଳୁଥିବା ଦେଖିବାକୁ ମିଳିଛି। ୭.୭ ତୀବ୍ରତାର ଭୂକମ୍ପରେ ୧,୭୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ମାଟିତଳେ ପୋତିହୋଇ ରହିଯାଇଛନ୍ତି। […] The post ଫସିଥିବା ଲୋକେ ବଞ୍ଚିବା ଆଶା କ୍ଷୀଣ appeared first on Dharitri Odia News.
ମାଣ୍ଡଲେ,୩୧ା୩: ମ୍ୟାନ୍ମାରର ଦ୍ୱିତୀୟ ସର୍ବବୃହତ୍ ସହର ମାଣ୍ଡଲେର ରାସ୍ତାଘାଟରେ ଗଳିତ ମୃତଦେହର ଗନ୍ଧ। ଉକ୍ତ ଅଞ୍ଚଳ ଏକ କବରସ୍ଥଳରେ ପରିଣତ ହୋଇଛି। ପ୍ରଳୟଙ୍କରୀ ଭୂକମ୍ପର ୨ ଦିନ ପରେ ଭଗ୍ନାବଶେଷ ତଳେ ରହିଯାଇଥିବା ଲୋକଙ୍କ ବଞ୍ଚିବା ଆଶା କ୍ଷୀଣ ହେବାରେ ଲାଗିଛି। ଏହା ସତ୍ତ୍ୱେ ଲୋକେ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ଜୀବିତ ପାଇବା ଆଶାରେ ହାତରେ ଭଗ୍ନାବଶେଷ ଖୋଳୁଥିବା ଦେଖିବାକୁ ମିଳିଛି। ୭.୭ ତୀବ୍ରତାର ଭୂକମ୍ପରେ ୧,୭୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ମାଟିତଳେ ପୋତିହୋଇ ରହିଯାଇଛନ୍ତି। ମାଣ୍ଡଲେ ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବାବେଳେ ସେଠାରେ ବହୁସଂଖ୍ୟାରେ ବିଲ୍ଡିଂ ଓ ଅନ୍ୟାନ୍ୟ ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି। ରାସ୍ତାଗୁଡ଼ିକ ଦବିଯିବା ସହ ଅନେକ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବାରୁ କ୍ଷତିଗ୍ରସ୍ତଙ୍କ ନିକଟରେ ରିଲିଫ ସହାୟତା ପହଞ୍ଚାଇବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ସାମିଲ ହୋଇଥିବାବେଳେ ଖନନ ଉପକରଣ ଓ ଗାଡ଼ି ଅଭାବରୁ ଲୋକେ ୪୧ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ହାତରେ ଭଗ୍ନାବଶେଷ ଉଠାଉଛନ୍ତି। କ୍ୱଚିତ୍ ଏକ୍ସାଭେଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳୁଛି। ଭୂକମ୍ପ ପରେ ପଶ୍ଚାତ୍ କମ୍ପନ ଲାଗିରହିଥିବାରୁ ବାସହରା ଲୋକେ ରାସ୍ତାଘାଟରେ ଉଜାଗର ରହୁଛନ୍ତି। ଥାଇଲାଣ୍ଡରେ ମଧ୍ୟ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୧୭ରେ ପହଞ୍ଚିଛି। କ୍ଷତିଗ୍ରସ୍ତଙ୍କ ପାଖରେ ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ୍ ଓ ରିଲିଫ୍ ସାମଗ୍ରୀ ପହଞ୍ଚତ୍ ପାରିନାହିଁ। ଭଗ୍ନାବଶେଷ ତଳେ ରହିଯାଇଥିବା ଲୋକଙ୍କ ବଞ୍ଚତ୍ବା ଆଶା ୧ ପ୍ରତିଶତରୁ କମ୍ ବୋଲି ବ୍ୟାଙ୍କକ୍ ପୋଲିସ କହିଛି। ଆବଶ୍ୟକ ଉପକରଣ ସତ୍ତ୍ୱେ ସେମାନେ ଜଣେ ହେଲେ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରିପାରି ନାହାନ୍ତି। ଭଗ୍ନାବଶେଷକୁ କାଢ଼ିବା ପାଇଁ ଅନୂ୍ୟନ ୨ ମାସ ଲାଗିଯିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି।
The post ଫସିଥିବା ଲୋକେ ବଞ୍ଚିବା ଆଶା କ୍ଷୀଣ appeared first on Dharitri Odia News.