Pakistan Border Conflict: ପୁଣି ସୀମା ଲଂଘିଲା ପାକିସ୍ତାନ, ଉରିରେ ଭୟଙ୍କର ଗୁଳିବର୍ଷଣ
ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ପୁଣି ଥରେ ସୀମା ଲଂଘିଛି ପାକିସ୍ତାନ। ଉରି ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନୀ ସେନା। ଉରି ସୀମାରେ ପାକିସ୍ତାନ ପଟରୁ ପୁନର୍ବାର ଗୁଳିଗୋଳା ମାଡ କରାଯିବା ସହ ମୋର୍ଟାର ଓ ସେଲିଂ ମଧ୍ୟ ମାଡ କରାଯାଇଥିବା ଜଣା ପଡିଛି ।