ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ, ୩ ମାଓବାଦୀ ନିପାତ

ନୂଆଦିଲ୍ଲୀ : ତେଲେଙ୍ଗାନା ସୀମା ସଂଲଗ୍ନ ଛତିଶଗଡ଼ର ବିଜାପୁର ଜିଲ୍ଲାର ଘଞ୍ଚ ଜଙ୍ଗଲରେ ଆଜି ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ହୋଇ ୩ ମାଓବାଦୀ ନିପାତ ହୋଇଛନ୍ତି। ପୁଜାରୀ କଙ୍କେର ଜଙ୍ଗଲରେ ଆଜି ଏହି ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ୩ ମାଓବାଦୀ ନିପାତ ହୋଇଛନ୍ତି। ଏନକାଉଣ୍ଟର ସ୍ଥଳରେ ଛତିଶଗଡ଼ ପୁଲିସର ଏକ ଟିମ୍ ମଧ୍ୟ ଉପସ୍ଥିତ ଥିଲେ। ନିପାତ ହୋଇଥିବା ମାଓବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ […]

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ, ୩ ମାଓବାଦୀ ନିପାତ

ନୂଆଦିଲ୍ଲୀ : ତେଲେଙ୍ଗାନା ସୀମା ସଂଲଗ୍ନ ଛତିଶଗଡ଼ର ବିଜାପୁର ଜିଲ୍ଲାର ଘଞ୍ଚ ଜଙ୍ଗଲରେ ଆଜି ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ହୋଇ ୩ ମାଓବାଦୀ ନିପାତ ହୋଇଛନ୍ତି। ପୁଜାରୀ କଙ୍କେର ଜଙ୍ଗଲରେ ଆଜି ଏହି ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ୩ ମାଓବାଦୀ ନିପାତ ହୋଇଛନ୍ତି। ଏନକାଉଣ୍ଟର ସ୍ଥଳରେ ଛତିଶଗଡ଼ ପୁଲିସର ଏକ ଟିମ୍ ମଧ୍ୟ ଉପସ୍ଥିତ ଥିଲେ। ନିପାତ ହୋଇଥିବା ମାଓବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ଉଲ୍ଳେଖଯୋଗ୍ୟ ଯେ ଚଳିତ ସପ୍ତାହରେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ହୋଇ ୩ ମହିଳା ମାଓବାଦୀଙ୍କ ସମେତ ମୋଟ୍ ୧୩ ମାଓବାଦୀ ନିପାତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏହା ପୂର୍ବରୁ ମାଓ ନିରୋଧ ଅପରେସନ୍ ଜୋରଦାର ହୋଇଛି।