PAN ୨.୦ ଆଣିଲେ ସରକାର; QR କୋଡ୍‌ ରହିଲେ ବନ୍ଦ ହୋଇଯିବ କି ପୁରୁଣା କାର୍ଡ, ନୂଆ ପାଇଁ ଲାଗିବ କେତେ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୧୧: ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି, ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌ ହେବ। ଆନୁମାନିକ ୧,୪୩୫ କୋଟି ଟଙ୍କା ବ୍ୟୟରେ ଏହି ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ଯୋଜନା କେନ୍ଦ୍ର କ୍ୟାବିନେଟରୁ ମଧ୍ୟ ଅନୁମୋଦନ ଲାଭ କରିଛି। ଏଠାରେ ଆମେ ଆପଣଙ୍କୁ ଏହି ଯୋଜନା ବିଷୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ସହ ଏହାର ଲାଭ ବିଷୟରେ ମଧ୍ୟ ଆପଣଙ୍କୁ କହିବାକୁ ଯାଉଛୁ। କେନ୍ଦ୍ର […] The post PAN ୨.୦ ଆଣିଲେ ସରକାର; QR କୋଡ୍‌ ରହିଲେ ବନ୍ଦ ହୋଇଯିବ କି ପୁରୁଣା କାର୍ଡ, ନୂଆ ପାଇଁ ଲାଗିବ କେତେ ଟଙ୍କା; ଜାଣନ୍ତୁ… appeared first on Dharitri Odia News.

PAN ୨.୦ ଆଣିଲେ ସରକାର; QR କୋଡ୍‌ ରହିଲେ ବନ୍ଦ ହୋଇଯିବ କି ପୁରୁଣା କାର୍ଡ, ନୂଆ ପାଇଁ ଲାଗିବ କେତେ ଟଙ୍କା; ଜାଣନ୍ତୁ…
ନୂଆଦିଲ୍ଲୀ,୨୬।୧୧: ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି, ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌ ହେବ। ଆନୁମାନିକ ୧,୪୩୫ କୋଟି ଟଙ୍କା ବ୍ୟୟରେ ଏହି ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ଯୋଜନା କେନ୍ଦ୍ର କ୍ୟାବିନେଟରୁ ମଧ୍ୟ ଅନୁମୋଦନ ଲାଭ କରିଛି। ଏଠାରେ ଆମେ ଆପଣଙ୍କୁ ଏହି ଯୋଜନା ବିଷୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ସହ ଏହାର ଲାଭ ବିଷୟରେ ମଧ୍ୟ ଆପଣଙ୍କୁ କହିବାକୁ ଯାଉଛୁ।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତ ସରକାର PAN ୨.୦ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଭାରତର ପାନ୍‌ ସିଷ୍ଟମର ଏକ ଉନ୍ନତ ସଂସ୍କରଣ ହେବ, ଯାହା ବ୍ୟବସାୟ ତଥା ନାଗରିକ କେନ୍ଦ୍ରିକ କାର୍ଯ୍ୟ ପରିଚାଳନାକୁ ସହଜ କରିବ। ଅର୍ଥାତ ଏହି ଯୋଜନା ଆରମ୍ଭ ହେବା ପରେ, ଆପଣଙ୍କର ବର୍ତ୍ତମାନର ପାନ୍‌ କାର୍ଡ ବନ୍ଦ ହେବ ନାହିଁ ବରଂ ଏହା ଅପଗ୍ରେଡ ହେବ।
ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ଦଶ ଅଙ୍କ ବିଶିଷ୍ଟ ଆଲଫାନୁମେରିକ୍‌ ଆଇଡେଣ୍ଟିଫାୟାର( ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ)) ଅପଗ୍ରେଡ୍‌ ହେବାକୁ ଯାଉଛି ବୋଲି ବ୍ୟାଙ୍କବାଜାର୍‌ ଡଟ୍‌ କମ୍‌ ସିଇଓ ଆଦିଲ ଶେଟ୍ଟୀ କହିଛନ୍ତି। ପୁରୁଣା ପ୍ରଣାଳୀକୁ ଆଧୁନିକୀକରଣ କରିବା ଏବଂ ନାଗରିକ ତଥା ବ୍ୟବସାୟକୁ ପ୍ରଭାବଶାଳୀ କର ସେବା ଯୋଗାଇବା ପାଇଁ ସରକାର PAN ୨.୦ କୁ ଅନୁମୋଦନ କରିଛନ୍ତି। ଏହି ନୂତନ ପଦକ୍ଷେପ ପାନ୍‌ ସେବାଗୁଡିକର କାର୍ଯ୍ୟଶୈଳୀରେ ବଡ଼ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି।
PAN ୨.୦ ସହିତ, କରଦାତାମାନେ ସେମାନଙ୍କର ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କମ୍‌ ଅପେକ୍ଷା ସମୟ, ପ୍ଲାଟଫର୍ମଗୁଡିକ ମଧ୍ୟରେ ନିରନ୍ତର ସୂଚନା ଏବଂ ଉନ୍ନତ ସୁରକ୍ଷା ପଦକ୍ଷେପଗୁଡିକ ଆଶା କରିପାରନ୍ତି। ଏହା ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ ଯାହାଦ୍ୱାରା ଦେଶରେ ଟିକସ ପରିଚାଳନାକୁ ସରଳ ଏବଂ ଅଧିକ ପ୍ରଭାବଶାଳୀ କରିବା ପାଇଁ ପରିକଳ୍ପନା କରାଯାଇଛି।
QR କୋଡ୍‌ ଥିବା ପାନ୍‌ କାର୍ଡ କ’ଣ?
PAN ୨.୦  ପଦକ୍ଷେପ ହେଉଛି ଉନ୍ନତ ଡିଜିଟାଲ ଏକୀକରଣ ପାଇଁ QR କୋଡ୍‌ର ପରିଚୟ ସହିତ ପାନ କାର୍ଡର କାର୍ଯ୍ୟକାରିତାକୁ ବଢ଼ାଇବା ପାଇଁ ଡିଜାଇନ ହୋଇଥିବା ଏକ ଅପଗ୍ରେଡ। ଏହାର ଅର୍ଥ ପ୍ୟାନ କାର୍ଡରେ QR କୋଡ୍‌ ମଧ୍ୟ ଉପଲବ୍ଧ ହେବ। ଏହି ଅପ୍‌ଗ୍ରେଡ୍‌ ବର୍ତ୍ତମାନର ପାନ କାଡର୍ର୍ର ବୈଧତା ଉପରେ ପ୍ରଭାବ ପକାଇବ ନାହିଁ। ଅର୍ଥାତ ଆପଣଙ୍କର ପୁରୁଣା କାର୍ଡ ମଧ୍ୟ ପୂର୍ବ ପରି ବୈଧ ରହିବ। ସରକାରୀ ସଂଗଠନର ସମସ୍ତ ଡିଜିଟାଲ ସିଷ୍ଟମରେ ପାନ୍‌କୁ ଏକ ସାଧାରଣ ପରିଚାୟକ (ID) କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ପୁରୁଣା ପାନ କାଡର୍ର୍ ବନ୍ଦ ହେବ କି?
ନା, କାରଣ ଏହି ଯୋଜନା ବର୍ତ୍ତମାନର ପାନ୍‌ କାର୍ଡକୁ କେବଳ ଅପଗ୍ରେଡ୍‌ କରିବ, ଏହାକୁ ବନ୍ଦ କରିବ ନାହିଁ । ଟିକସଦାତାମାନଙ୍କୁ ଏହି ନୂତନ ପାନ କାର୍ଡ ପାଇଁ ଆବେଦନ କରିବାକୁ ପଡ଼ିବ ନାହିଁ। ଯଦି ଆପଣଙ୍କର ପୂର୍ବରୁ ଏକ ପାନ୍‌ କାର୍ଡ ଅଛି, ତେବେ ଆପଣଙ୍କୁ ଏହାକୁ ଏକ QR କୋଡ୍‌-ସକ୍ଷମ  ପାନ୍‌ କାର୍ଡରେ ଅପ୍‌ଡେଟ୍‌ କରିବାକୁ ପଡିବ। ଏହାଛଡ଼ା ଆପଣ ଆପଣଙ୍କର ବର୍ତ୍ତମାନର ପାନ୍‌ କାର୍ଡକୁ ଆର୍ଥିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିପାରିବେ – ଟିକସ ଦେୟ, TDS / TCS କ୍ରେଡିଟ, ଆୟ ରିଟର୍ଣ୍ଣ, ର୍ନିଦ୍ଦିଷ୍ଟ କାରବାର ଆଦି କ୍ଷେତ୍ରରେ।
କହିରଖୁଛୁ, ଭାରତରେ ପ୍ରାୟ ୮୦ କୋଟି ଲୋକଙ୍କ ପାଖରେ ପାନ୍‌ କାର୍ଡ ଅଛି ଏବଂ ସେମାନେ ଏହାକୁ ବିଭିନ୍ନ ଆର୍ଥିକ କାରବାର ପାଇଁ ବ୍ୟବହାର କରନ୍ତି। ନୂତନ ପାନ୍‌ କାର୍ଡରେ ଏକ QR କୋଡ ରହିବ। ଏଥିପାଇଁ ଆପଣ ଅଫିସିଆଲ ୱେବସାଇଟ- onlineservices.nsdl.com ରେ ଆବେଦନ କରିବାକୁ ସମର୍ଥ ହେବେ।
ନୂତନ ପାନ କାର୍ଡ ପାଇଁ କିପରି ଆବେଦନ କରିବେ?
-NSDL ୱେବସାଇଟ୍‌ରେ ପାନ କାର୍ଡ ଆବେଦନ ଫର୍ମ ଉପରେ କ୍ଲିକ କରନ୍ତୁ
-ଆବେଦନ ଫର୍ମ ପୁରଣ କରନ୍ତୁ
-ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ-
-ଯାଞ୍ଚ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକ ବିଷୟରେ ସୂଚନା ପ୍ରଦାନ କରନ୍ତୁ
-NSDL ଆପଣଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରିବ ଏବଂ ୧୫ ଦିନ ମଧ୍ୟରେ ପାନ କାର୍ଡ ପ୍ରଦାନ କରିବ
PAN ୨.୦ ର ଲାଭ କ’ଣ ହେବ?
PAN ୨.୦ ଯୋଜନା ବର୍ତ୍ତମାନ କ୍ୟାବିନେଟ ଅନୁମୋଦନ ଲାଭ କରିଛି। ଏହାର ଅର୍ଥ ଏହି ଯୋଜନା ଆରମ୍ଭ କରିବାକୁ ସମୟ ଲାଗିପାରେ। କିନ୍ତୁ ସରକାର ଏହାର ଅନେକ ସୁବିଧା ବିଷୟରେ କହିଛନ୍ତି। PAN ୨.୦ ପ୍ରୋଜେକ୍ଟ ଟିକସଦାତାଙ୍କୁ ଏକାଧିକ ସୁବିଧା ପ୍ରଦାନ କରିବ, ଯାହା କେବଳ ଅପଗ୍ରେଡ୍‌ ନୁହେଁ ବରଂ ଡିଜିଟାଲ ଇଣ୍ଡିଆ ଆନ୍ଦୋଳନର ଏକ ପ୍ରମୁଖ ପଦକ୍ଷେପ ହେବ। ଏହା ବ୍ୟତୀତ ସେବା ଶୀଘ୍ର କରାଯାଇପାରିବ। PAN ୨.୦ ଯୋଜନା ମଧ୍ୟ ସୁରକ୍ଷିତ ବୋଲି କୁହାଯାଉଛି। ଏହାର ଅର୍ଥ, ଉନ୍ନତ ସିଷ୍ଟମ ସହିତ, ଆପଣଙ୍କର ତଥ୍ୟ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ଏବଂ ଚମତ୍କାର ହେବ।

The post PAN ୨.୦ ଆଣିଲେ ସରକାର; QR କୋଡ୍‌ ରହିଲେ ବନ୍ଦ ହୋଇଯିବ କି ପୁରୁଣା କାର୍ଡ, ନୂଆ ପାଇଁ ଲାଗିବ କେତେ ଟଙ୍କା; ଜାଣନ୍ତୁ… appeared first on Dharitri Odia News.