Panchayat 3ରେ ଆସିବ ବଡ଼ ଟୁଇଷ୍ଟ, ସଚିବ ଅଭିଷେକ ତ୍ରିପାଠୀଙ୍କ ହେବ ଟ୍ରାନ୍ସଫର

ମୁମ୍ବାଇ: ଆମାଜନ ପ୍ରାଇମ୍ର ଓ୍ଵେବ୍ ସିରିଜ୍ 'ପଞ୍ଚାୟତ ୩'କୁ ପ୍ରଶଂସକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ଏକ ଛୋଟ ଗାଁର କାହାଣୀକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି। ସିଜିନର ୩ର ଘୋଷଣା ହୋଇ ସାରିଛି। ନିକଟରେ ଆମାଜନ ପ୍ରାଇମ ଭିଡିଓ ନିଜର ଆଗାମୀ ଶୋ ଏବଂ ଫିଲ୍ମକୁ ନେଇ ଏକ ତାଲିକା ଜାରି କରିଥିଲା, ଯେଉଁଥିରେ 'ପଞ୍ଚାୟତ ୩'ର ନାଁ ରହିଥିଲା। କିନ୍ତୁ ଏହା କେବେ ରିଲିଜ୍ ହେବ ତାର ତାରିଖ ସାମ୍ନାକୁ ଆସିନାହିଁ। ଏହା ମଧ୍ୟରେ ଓ୍ଵେବ୍‌ ସିରିଜ ସଂପର୍କିତ କିଛି ସୂଚନା ସାମ୍ନାକୁ ଆସିଛି।Also read: 'ରାମାୟଣ' ପାଇଁ ସ୍ପେଶାଲ ଟ୍ରେନିଂ ନେଉଛନ୍ତି ରଣବୀର, ଫଟୋ ଦେଖି ଫ୍ୟାନ୍ସ ଉତ୍ସାହିତକାହାଣୀରେ ନୂତନ ମୋଡ଼'ପଞ୍ଚାୟତ'ରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା, ଫୈଜଲ ମାଲିକ ଓ ଚନ୍ଦନ ରୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଶୋର କାହାଣୀକୁ ନେଇ କିଛି ରୋଚକ ଖବର ସାମ୍ନାକୁ ଆସିଛି। ବଲିଉଡ ହଙ୍ଗାମାର ରିପୋର୍ଟ ଅନୁଯାୟୀ, ଫୁଲେରା ଗାଁରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ସିଜିନ ୩ରେ ସଚିବ ଅର୍ଥାତ ଅଭିଷେକ ତ୍ରିପାଠୀ(ଜିତେନ୍ଦ୍ର କୁମାର)ଙ୍କ ଟ୍ରାନ୍ସଫର ଅନ୍ୟ ଗାଁରେ କରାଯାଉଛି। ଫୁଲେରାରେ ନୂତନ ପଞ୍ଚାୟତ ସଚିବ ଭାବେ ଆସିଫ ଖାନ(ଗଣେଶ)ଙ୍କ ଏଣ୍ଟ୍ରି ହୋଇଛି। ସିଜିନ ୧ରେ ଗଣେଶ ବର ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ବିବାହ ଫୁଲେରା ଗାଁର ପରମେଶ୍ଵରଙ୍କ ଝିଅ ରବୀନାଙ୍କ ସହ ହୋଇଥିଲା। ବ

Panchayat 3ରେ ଆସିବ ବଡ଼ ଟୁଇଷ୍ଟ, ସଚିବ ଅଭିଷେକ ତ୍ରିପାଠୀଙ୍କ ହେବ ଟ୍ରାନ୍ସଫର

ମୁମ୍ବାଇ: ଆମାଜନ ପ୍ରାଇମ୍ର ଓ୍ଵେବ୍ ସିରିଜ୍ 'ପଞ୍ଚାୟତ ୩'କୁ ପ୍ରଶଂସକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ଏକ ଛୋଟ ଗାଁର କାହାଣୀକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି। ସିଜିନର ୩ର ଘୋଷଣା ହୋଇ ସାରିଛି। ନିକଟରେ ଆମାଜନ ପ୍ରାଇମ ଭିଡିଓ ନିଜର ଆଗାମୀ ଶୋ ଏବଂ ଫିଲ୍ମକୁ ନେଇ ଏକ ତାଲିକା ଜାରି କରିଥିଲା, ଯେଉଁଥିରେ 'ପଞ୍ଚାୟତ ୩'ର ନାଁ ରହିଥିଲା। କିନ୍ତୁ ଏହା କେବେ ରିଲିଜ୍ ହେବ ତାର ତାରିଖ ସାମ୍ନାକୁ ଆସିନାହିଁ। ଏହା ମଧ୍ୟରେ ଓ୍ଵେବ୍‌ ସିରିଜ ସଂପର୍କିତ କିଛି ସୂଚନା ସାମ୍ନାକୁ ଆସିଛି।

Also read: 'ରାମାୟଣ' ପାଇଁ ସ୍ପେଶାଲ ଟ୍ରେନିଂ ନେଉଛନ୍ତି ରଣବୀର, ଫଟୋ ଦେଖି ଫ୍ୟାନ୍ସ ଉତ୍ସାହିତ

କାହାଣୀରେ ନୂତନ ମୋଡ଼

'ପଞ୍ଚାୟତ'ରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା, ଫୈଜଲ ମାଲିକ ଓ ଚନ୍ଦନ ରୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଶୋର କାହାଣୀକୁ ନେଇ କିଛି ରୋଚକ ଖବର ସାମ୍ନାକୁ ଆସିଛି। ବଲିଉଡ ହଙ୍ଗାମାର ରିପୋର୍ଟ ଅନୁଯାୟୀ, ଫୁଲେରା ଗାଁରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ସିଜିନ ୩ରେ ସଚିବ ଅର୍ଥାତ ଅଭିଷେକ ତ୍ରିପାଠୀ(ଜିତେନ୍ଦ୍ର କୁମାର)ଙ୍କ ଟ୍ରାନ୍ସଫର ଅନ୍ୟ ଗାଁରେ କରାଯାଉଛି। ଫୁଲେରାରେ ନୂତନ ପଞ୍ଚାୟତ ସଚିବ ଭାବେ ଆସିଫ ଖାନ(ଗଣେଶ)ଙ୍କ ଏଣ୍ଟ୍ରି ହୋଇଛି। ସିଜିନ ୧ରେ ଗଣେଶ ବର ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ବିବାହ ଫୁଲେରା ଗାଁର ପରମେଶ୍ଵରଙ୍କ ଝିଅ ରବୀନାଙ୍କ ସହ ହୋଇଥିଲା। ବିବାହ ଦିନ ବରଯାତ୍ରୀଙ୍କୁ ନେଇ ନୂଆ ଡ୍ରାମା ଦେଖିବାକୁ ମିଳିଥିଲା। ଏବେ ଦେଖିବା ବାକି ରହିଲା ସରପଞ୍ଚ ଏବଂ ତାଙ୍କ ସ୍ଵାମୀଙ୍କ ସହ ତାଙ୍କର ସଂପର୍କ କେମିତି ରହୁଛି। 

ଉଲ୍ଲେଖନୀୟ 'ପଞ୍ଚାୟତ ୨'ର ଶେଷ ପାର୍ଟ ବହୁତ ଦୁଃଖଦ ଥିଲା। ପ୍ରହ୍ଲାଦଙ୍କ ପୁଅ ରାହୁଲ ସହିଦ ହୋଇଥିଲେ। 'ପଞ୍ଚାୟତ ୩'ରେ ଦେଖିବାକୁ ମିଳିବ ସ୍ଥାନୀୟ ବିଧାୟକ ଚନ୍ଦ୍ର କିଶୋର କିଭଳି ସଚିବ ଅଭିଷେକଙ୍କ ଦ୍ଵାରା  ହଇରାଣ ହୋଇ ତାଙ୍କ ଟ୍ରାନ୍ସଫର ଅନ୍ୟ ଗାଁକୁ କରି ଦେଉଛନ୍ତି।