ମହାରାଷ୍ଟ୍ରର କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ : ୩ ମୃତ, ଅନେକ ଆହତ
ମୁମ୍ଵାଇ ୧୩।୦୯: ମହାରାଷ୍ଟ୍ରରେ ଅଗ୍ନିକାଣ୍ଡ। ରାୟଗଡ଼ ଜିଲ୍ଲାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ୩ ଶ୍ରମିକ ଜଳି ଯାଇଛନ୍ତି। ଏହି ଦୁର୍ଘଟଣାରେ ବହୁ ଜଣ ଆହତ ହୋଇଥିବା ଜଣାପଡିଛି।ପୋଲିସ୍ ସୂଚନା ଅନୁଯାୟୀ, ଏହି ଘଟଣା ଗୁରୁବାର ସକାଳ ୧୧.୧୫ ରେ ମୁମ୍ବାଇ ଠାରୁ ୧୧୦ କିଲୋମିଟର ଦୂରରେ ଥିବା ରୋହା ସହରର ଧତାଭ ଏମଆଇଡିସିର ସାଧନା ନାଇଟ୍ରୋ କେମ ଲିମିଟେଡରେ ଘଟିଛି । ଫ୍ୟାକ୍ଟ୍ରିରେ କାମ ଚାଲିଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ଉକ୍ତ ସ୍ଥାନରେ କାମ କରୁଥିବା ୩ ଶ୍ରମିକ ଜଳି ଯାଇଥିଲେ। ମୃତକମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି।ଖବର ପାଇ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଅଧଘଣ୍ଟାରେ ଆୟତ୍ତ କରିଥିଲେ। ଏହାପରେ ଫ୍ୟାକ୍ଟ୍ରିରେ ଯାଞ୍ଚ କରିଥିଲେ । ଯାହା ଫଳରେ ବହୁ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଧିକାରୀ କହିଛନ୍ତି ଯେ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ କାରଖାନାରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ମୁମ୍ଵାଇ ୧୩।୦୯: ମହାରାଷ୍ଟ୍ରରେ ଅଗ୍ନିକାଣ୍ଡ। ରାୟଗଡ଼ ଜିଲ୍ଲାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ୩ ଶ୍ରମିକ ଜଳି ଯାଇଛନ୍ତି। ଏହି ଦୁର୍ଘଟଣାରେ ବହୁ ଜଣ ଆହତ ହୋଇଥିବା ଜଣାପଡିଛି।
ପୋଲିସ୍ ସୂଚନା ଅନୁଯାୟୀ, ଏହି ଘଟଣା ଗୁରୁବାର ସକାଳ ୧୧.୧୫ ରେ ମୁମ୍ବାଇ ଠାରୁ ୧୧୦ କିଲୋମିଟର ଦୂରରେ ଥିବା ରୋହା ସହରର ଧତାଭ ଏମଆଇଡିସିର ସାଧନା ନାଇଟ୍ରୋ କେମ ଲିମିଟେଡରେ ଘଟିଛି । ଫ୍ୟାକ୍ଟ୍ରିରେ କାମ ଚାଲିଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ଉକ୍ତ ସ୍ଥାନରେ କାମ କରୁଥିବା ୩ ଶ୍ରମିକ ଜଳି ଯାଇଥିଲେ। ମୃତକମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି।
ଖବର ପାଇ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଅଧଘଣ୍ଟାରେ ଆୟତ୍ତ କରିଥିଲେ। ଏହାପରେ ଫ୍ୟାକ୍ଟ୍ରିରେ ଯାଞ୍ଚ କରିଥିଲେ । ଯାହା ଫଳରେ ବହୁ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଧିକାରୀ କହିଛନ୍ତି ଯେ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ କାରଖାନାରେ ଉଦ୍ଧାର କାର୍ଯ୍ୟ ଚାଲିଛି।