ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ

ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା ଭାଜପା ସଭାପତି ପଣ୍ଡିତ ବିଶିମାଝିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଫଳତା ଯେପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଲୋକେ ଲାଭବାନ ହୋଇପାରିବେ ସେଥି ପ୍ରତି ସମସ୍ତ ସଦସ୍ଯ ସକ୍ରିୟ ଯୋଗ […] The post ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ appeared first on Dharitri Odia News.

ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ

ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା ଭାଜପା ସଭାପତି ପଣ୍ଡିତ ବିଶିମାଝିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଫଳତା ଯେପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଲୋକେ ଲାଭବାନ ହୋଇପାରିବେ ସେଥି ପ୍ରତି ସମସ୍ତ ସଦସ୍ଯ ସକ୍ରିୟ ଯୋଗ ଦାନ କରିବାକୁ ଆହ୍ୱାନ କରିଥିଲେ।

ଏହି ସମ୍ମଳନୀ ଜିଲା ସଂପାଦିକା ସୁସ୍ମିତା ଜେନାଙ୍କ ସହିତ ଜିଲା ସାଧାରଣ ସଂପାଦକ ମାନଗୋବିନ୍ଦ ପ୍ରଧାନ, ଏସସି ମୋର୍ଚା ରାଜ୍ଯ ଉପ ସଭାପତି ରାମବିଶି ଦିଗାଳ, ନଗର ସଂପାଦକ ପ୍ରଶାନ୍ତ ବଗର୍ତୀ, ସାଂସଦ ପ୍ରତିନିଧି ପ୍ରିୟବ୍ରତ ସାହୁ, ବରିଷ୍ଠ ସଭ୍ଯ ନୂତନ ପଟ୍ଟନାୟକ, ପ୍ରଶାନ୍ତ ମୁନି ତପନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ବିଳମ୍ବିତ ସନ୍ଧ୍ଯା ସମୟରେ ସ୍ଥାନୀୟ ସରକାରୀ ଚିକିତ୍ସାଳୟରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଦ୍ଵାରା ବିଏସକେୱାଇ କାର୍ଡ଼ ବଦଳରେ ଆୟୁଷ୍ମାନ କାର୍ଡ଼ ବଣ୍ଟନ କରାଯାଇଥିବା ବେଳେ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ରତିକାନ୍ତ ସାହୁ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

The post ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ appeared first on Dharitri Odia News.