ଟେସ୍‌ଲା କାର୍‌ ଲାଇଟ୍‌ ଶୋ’ରେ ରାମ ନାମ

ୱାଶିଂଟନ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହକୁ ମାତ୍ର ୭ ଦିନ ରହିଛି। ଏହାକୁ ନେଇ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଲୋକେ ବିଭିନ୍ନ ପ୍ରକାର ଐତିହାସିକ କାର୍ଯ୍ୟକ୍ରମର ଖୁସି ଉଠାଉଛନ୍ତି। ଏହି ଅବସରରେ ଆମେରିକାରେ ବିଶ୍ୱ ହିନ୍ଦୁ ପରଷଦ ପକ୍ଷରୁ ଶନିବାର ଆୟୋଜିତ ଟେସ୍‌ଲା ମ୍ୟୁଜିକାଲ ଲାଇଟ୍‌ ଶୋ’ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି। ଏହି ଲାଇଟ୍‌ ଶୋ’ରେ ପ୍ରାୟ ୧୫୦ ଟେସ୍‌ଲା କାର୍‌ ସାମିଲ ହୋଇଥିଲା। ମେରିଲାଣ୍ଡର ଅଯୋଧ୍ୟା ରାସ୍ତାରେ ଥିବା ଶ୍ରୀ ଭକ୍ତ ଅଞ୍ଜନେୟ […] The post ଟେସ୍‌ଲା କାର୍‌ ଲାଇଟ୍‌ ଶୋ’ରେ ରାମ ନାମ appeared first on Dharitri Odia News.

ଟେସ୍‌ଲା କାର୍‌ ଲାଇଟ୍‌ ଶୋ’ରେ ରାମ ନାମ

ୱାଶିଂଟନ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହକୁ ମାତ୍ର ୭ ଦିନ ରହିଛି। ଏହାକୁ ନେଇ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଲୋକେ ବିଭିନ୍ନ ପ୍ରକାର ଐତିହାସିକ କାର୍ଯ୍ୟକ୍ରମର ଖୁସି ଉଠାଉଛନ୍ତି। ଏହି ଅବସରରେ ଆମେରିକାରେ ବିଶ୍ୱ ହିନ୍ଦୁ ପରଷଦ ପକ୍ଷରୁ ଶନିବାର ଆୟୋଜିତ ଟେସ୍‌ଲା ମ୍ୟୁଜିକାଲ ଲାଇଟ୍‌ ଶୋ’ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି। ଏହି ଲାଇଟ୍‌ ଶୋ’ରେ ପ୍ରାୟ ୧୫୦ ଟେସ୍‌ଲା କାର୍‌ ସାମିଲ ହୋଇଥିଲା। ମେରିଲାଣ୍ଡର ଅଯୋଧ୍ୟା ରାସ୍ତାରେ ଥିବା ଶ୍ରୀ ଭକ୍ତ ଅଞ୍ଜନେୟ ମନ୍ଦିରଠାରେ ଟେସ୍‌ଲା କାର୍‌ ରାମଙ୍କ ନାମରେ ସଜ୍ଜିତ ହୋଇଥିଲା, ଯାହା ରାମଙ୍କ ନାମ ଦର୍ଶାଇବା ସହିତ ‘ଜୟ ଶ୍ରୀରାମ’ ସଙ୍ଗୀତରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଆମେରିକାର ୱାଶିଂଟନ, ବର୍ଜିନିଆ ଏବଂ ମେରିଲାଣ୍ଡରେ ଭାରତୀୟମାନେ ଟେସ୍‌ଲା କାର୍‌ରେ ସଙ୍ଗୀତ ଲାଇଟ୍‌ ଶୋ’ର ଆୟୋଜନ କରିଥିଲେ। ଏଥିସହ ଭାରତୀୟମାନେ ନ୍ୟୁଜର୍ସିର ଏଡିଶନରେ ଏକ ବଡ଼ କାର୍‌ ରାଲିର ଆୟୋଜନ କରିଥିଲେ। ରାଲିରେ ପ୍ରାୟ ୩୫୦ କାର୍‌ ସାମିଲ ହୋଇଥିଲା। ଆମେରିକାରେ ହିନ୍ଦୁ ସମୁଦାୟର କାର୍‌ ରାଲିରେ ସମସ୍ତଙ୍କ ହାତରେ ରାମଙ୍କ ଚିତ୍ର ଥିବା ପତାକା ଥିଲା। ଏହି ଅବସରରେ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି।

The post ଟେସ୍‌ଲା କାର୍‌ ଲାଇଟ୍‌ ଶୋ’ରେ ରାମ ନାମ appeared first on Dharitri Odia News.