Paris Olympics 2024: ଇତିହାସ ରଚିଲେ ମନୁ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ସୁଟର ମନୁ ଭାକର । ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା ।
ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ପ୍ରଥମ ମେଡାଲକୁ ନେଇ ସାରା ଦେଶରେ ଉତ୍ସାହ । ୧୧୭ ଜଣିଆ ଭାରତୀୟ ଅଲମ୍ପିକ ଟିମ ପାଇଁ ଏହା ପ୍ରଥମ ମେଡାଲ । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସହ ବ୍ରୋଞ୍ଜ୍ ମେଡାଲ ଜିତିଛନ୍ତି ମନୁ ଭାକର ।
ଐତିହାସିକ ପ୍ରଦର୍ଶନ ସହିତ ମନୁ ଭାକର, ପ୍ରଥମ ମହିଳା ସୁଟର ଭାବେ ମେଡାଲ ଜିତିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଐତିହାସିକ ଅବସରରେ ମନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟ X ରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, "ଐତିହାସିକ ମେଡାଲ୍, ପ୍ୟାରିସ ଅଲମ୍ପିକ୍ସରେ ପ୍ରଥମ ମେଡାଲ ଜିତିଥିବାରୁ ଅଭିନନ୍ଦନ । ବ୍ରୋଞ୍ଜ୍ ମେଡାଲ ପାଇଁ ଶୁଭେଚ୍ଛା । ସୁଟିଂରେ ଭାରତ ପାଇଁ ପ୍ରଥମ ମହିଳା ଭାବେ ଅଲିମ୍ପିକ ମେଡାଲ ଜିତିଥିବାରୁ ଏହି ସଫଳତା ଅଧିକ ସ୍ୱତନ୍ତ୍ର ।"
A historic medal!
Well done, @realmanubhaker, for winning India’s FIRST medal at #ParisOlympics2024! Congrats for the Bronze. This success is even more special as she becomes the 1st woman to win a medal in shooting for India.
An incredible achievement!#Cheer4Bharat — Narendra Modi (@narendramodi) July 28, 2024
ଅଲିମ୍ପିକ୍ସରେ ମେଡାଲ ଜିତିବା ପରେ ମନୁ ଭାକରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଅଲିମ୍ପିକ୍ସରେ ସିଙ୍ଗଲ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ଆଥଲେଟ୍ ଭାବେ ମେଡାଲ ଜିତିଥିବା ଅଭିନବ ବିନ୍ଦ୍ରା ମଧ୍ୟ ମନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିନ୍ଦ୍ରା ଲେଖିଛନ୍ତି, "ପ୍ୟାରିସ ୨୦୨୪ରେ ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ଜିତିଥିବାରୁ ଅନେକ ଶୁଭେଚ୍ଛା । ଏହା ହେଉଛି ତୁମର ନିରନ୍ତର ଏକାଗ୍ରତା, କଠିନ ପରିଶ୍ରମର ଫଳ ।" କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଡ. ମନସୁଖ ମାଣ୍ଡବିୟ ମଧ୍ୟ ମନୁ ଭାକରଙ୍କୁ ଅଲମ୍ପିକ୍ ମେଡାଲ ଜିତିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
Heartiest congratulations to Manu Bhaker for clinching the bronze medal in the air pistol event at Paris 2024! ???? Your relentless dedication, hard work, and passion have truly paid off. It's incredible to witness your skill and determination, bringing pride to India with each… — Abhinav A. Bindra OLY (@Abhinav_Bindra) July 28, 2024
ମନୁ ଭାକର ୨୨୧.୭ ସ୍କୋର ସହ ପଞ୍ଚମ ଭାରତୀୟ ସୁଟର ଭାବେ ଅଲମ୍ପିକ୍ ମେଡାଲ ଜିତିବାର ଗୌରବ ଅର୍ଜନ କରିଛନ୍ତି । ୨୦୦୪ରେ ଆରଭିଏସ୍ ରାଠୋର, ୨୦୦୮ରେ ଅଭିନବ ବିନ୍ଦ୍ରା, ୨୦୧୨ରେ ଗଗନ ନାରଙ୍ଗ ଓ ୨୦୧୬ରେ ବିଜୟ କୁମାର ମେଡାଲ ବିଜେତା ରହିଛନ୍ତି । ଫଳରେ ଗୋଟିଏ ଗୋଲ୍ଡ, ଦୁଇଟି ସିଲଭର ଓ ଗୋଟିଏ ବ୍ରୋଞ୍ଜ୍ ମେଡାଲ ସହ ସୁଟିଂରେ ଭାରତର ମେଡାଲ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।
A proud moment, @realmanubhaker wins Bharat's first medal, a BRONZE in Women’s 10m Air Pistol at #ParisOlympic2024!
Congratulations Manu, you have displayed your skill & dedication, you have become 1st woman shooter to win an Olympic medal for Bharat! #Cheer4Bharat pic.twitter.com/VQxMAIxlVk — Dr Mansukh Mandaviya (@mansukhmandviya) July 28, 2024