PM ମୋଦି ମୋର ବନ୍ଧୁ…ପୁଟିନ କହିଲେ ‘ତାଙ୍କ ସହ ଚା’ ପିଇବାକୁ…

ମସ୍କୋ,୧୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ମୋଦି ତାଙ୍କର ଜଣେ ଭଲ ବନ୍ଧୁ। ବିଶ୍ୱର ରାଜନୈତିକ ନେତାଙ୍କ ମଧ୍ୟରେ ଅନେକ ବନ୍ଧୁ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ଏସିଆରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଅଛନ୍ତି ବୋଲି ପୁଟିନ କହିଛନ୍ତି। ସେମାନଙ୍କ ସହ ଚା’ ପିଇବାକୁ ସେ ପସନ୍ଦ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, ଏସିଆରେ ତାଙ୍କର ଚାଇନା ଏବଂ ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ […] The post PM ମୋଦି ମୋର ବନ୍ଧୁ…ପୁଟିନ କହିଲେ ‘ତାଙ୍କ ସହ ଚା’ ପିଇବାକୁ… appeared first on Dharitri Odia News.

PM ମୋଦି ମୋର ବନ୍ଧୁ…ପୁଟିନ କହିଲେ ‘ତାଙ୍କ ସହ ଚା’ ପିଇବାକୁ…

ମସ୍କୋ,୧୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ମୋଦି ତାଙ୍କର ଜଣେ ଭଲ ବନ୍ଧୁ। ବିଶ୍ୱର ରାଜନୈତିକ ନେତାଙ୍କ ମଧ୍ୟରେ ଅନେକ ବନ୍ଧୁ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ଏସିଆରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଅଛନ୍ତି ବୋଲି ପୁଟିନ କହିଛନ୍ତି। ସେମାନଙ୍କ ସହ ଚା’ ପିଇବାକୁ ସେ ପସନ୍ଦ କରିବେ ବୋଲି କହିଛନ୍ତି।

ସେ କହିଛନ୍ତି, ଏସିଆରେ ତାଙ୍କର ଚାଇନା ଏବଂ ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ବିଶେଷ କରି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୋର ଭଲ ସମ୍ପର୍କ ଅଛି। ମୋ ସହ କଥା ହେବାକୁ ଲୋକ ଅଛନ୍ତି। ଏହାପୂର୍ବରୁ ଚଳିତ ମାସ ଆରମ୍ଭରେ ପୁଟିନ ଜାତୀୟ ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଥିବା ତଥା ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମୋଦି ସରକାରଙ୍କ ପ୍ରଶଂସା କରିଥିଲେ।

କହିରଖୁଛୁ, ମୋଦିଙ୍କ ସହ ଦ୍ୱିପାକ୍ଷିକ ସମ୍ମିଳନୀ ପାଇଁ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ରୁଷିଆ ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଆସିଛି। ଏହି ଗସ୍ତର ତାରିଖ ନେଇ ଘୋଷଣା ରକାଯାଇ ନ ଥିଲେ ହେଁ ଆସନ୍ତା ବର୍ଷ ଆରମ୍ଭରେ ତାହା ହେବ ବୋଲି ଆଶା କରାଯାଉଛି।

The post PM ମୋଦି ମୋର ବନ୍ଧୁ…ପୁଟିନ କହିଲେ ‘ତାଙ୍କ ସହ ଚା’ ପିଇବାକୁ… appeared first on Dharitri Odia News.