ଆଜିଠୁ ଢେଙ୍କାନାଳ ଜିଲାରେ ପକ୍ଷୀ ଗଣନା
ଢେଙ୍କାନାଳ,୧୦।୧(ରତନ ନାୟାର): ଢେଙ୍କାନାଳ ଜିଲାରେ ବୁଧବାରଠାରୁ ବନବିଭାଗ ପକ୍ଷରୁ ସମସ୍ତ ୮ଟି ରେଞ୍ଜ୍ରେ ପକ୍ଷୀ ଗଣନା ହେବ। ଏଥିପାଇଁ ମଙ୍ଗଳବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ଗୋଟିଏ ଦିନ ପାଇଁ ଜିଲାରେ ଏହି ପକ୍ଷୀ ଗଣନା ହେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ସମସ୍ତ ୮ଟି ରେଞ୍ଜରେ ପକ୍ଷୀ ଗଣନା ପାଇଁ ୪୨ଟି ୟୁନିଟ୍ କରାଯାଇଛି। ସମସ୍ତ ରେଞ୍ଜ୍ କର୍ମଚାରୀଙ୍କ ସହ ୧୩ ଛାତ୍ର ସ୍ବେଚ୍ଛାସେବୀ ଏଥିରେ ନିୟୋଜିତ ହେବେ। ସେହିପରି ବାଇନାକୁଲର, କ୍ୟାମେରା ଆଦି […] The post ଆଜିଠୁ ଢେଙ୍କାନାଳ ଜିଲାରେ ପକ୍ଷୀ ଗଣନା appeared first on Dharitri Odia News.
ଢେଙ୍କାନାଳ,୧୦।୧(ରତନ ନାୟାର): ଢେଙ୍କାନାଳ ଜିଲାରେ ବୁଧବାରଠାରୁ ବନବିଭାଗ ପକ୍ଷରୁ ସମସ୍ତ ୮ଟି ରେଞ୍ଜ୍ରେ ପକ୍ଷୀ ଗଣନା ହେବ। ଏଥିପାଇଁ ମଙ୍ଗଳବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ଗୋଟିଏ ଦିନ ପାଇଁ ଜିଲାରେ ଏହି ପକ୍ଷୀ ଗଣନା ହେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ସମସ୍ତ ୮ଟି ରେଞ୍ଜରେ ପକ୍ଷୀ ଗଣନା ପାଇଁ ୪୨ଟି ୟୁନିଟ୍ କରାଯାଇଛି। ସମସ୍ତ ରେଞ୍ଜ୍ କର୍ମଚାରୀଙ୍କ ସହ ୧୩ ଛାତ୍ର ସ୍ବେଚ୍ଛାସେବୀ ଏଥିରେ ନିୟୋଜିତ ହେବେ। ସେହିପରି ବାଇନାକୁଲର, କ୍ୟାମେରା ଆଦି ମଧ୍ୟ ବ୍ୟବହାର ହେବ। ପକ୍ଷୀ ଗଣନାରେ ନିୟୋଜିତ ସମସ୍ତ ବନ କର୍ମଚାରୀ, ଅଧିକାରୀ ଓ ସ୍ବେଚ୍ଛାସେବୀଙ୍କୁ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଛି। ଜିଲାର ପ୍ରମୁଖ ଜଳଭଣ୍ଡାର ମଧ୍ୟରେ ହିନ୍ଦୋଳ ବ୍ଲକର ରାସୋଳ ନିକଟସ୍ଥ ସାପୁଆ, କଙ୍କଡାହାଡ ବ୍ଲକ ଦଣ୍ଡାଧର, ପରଜଙ୍ଗ ବ୍ଲକ ଦଦରାଘାଟି, କାମାକ୍ଷାନଗର ଉପଖଣ୍ଡର ବ୍ରାହ୍ମଣୀ ନଦୀକୂଳ ରାଙ୍କିଆ ଏବଂ ରାମିଆଳ ନଦୀ ତଟ ଅଞ୍ଚଳ ସମେତ ବିଭିନ୍ନ ଜଳ ଭଣ୍ଡାରରେ ମଧ୍ୟ ଏହି ପକ୍ଷୀ ଗଣନା ହେବ। ୧୧ ତାରିଖ ସୁଦ୍ଧା ସମସ୍ତ ରେଞ୍ଜ୍ ଅଧିକାରୀମାନେ ନିଜ ନିଜ ରେଞ୍ଜ୍ରେ ଶେଷ ହୋଇଥିବା ପକ୍ଷୀ ଗଣନା ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ। ରିପୋର୍ଟକୁ ଯାଞ୍ଚ କରିବା ପରେ ଏହାକୁ ରାଜ୍ୟ ବନବିଭାଗ ନିକଟକୁ ପଠାଯିବ। ସେଠାରେ ସମସ୍ତ ତାଲିକା ଚୂଡାନ୍ତ ହୋଇ ଆସିବା ପରେ ପକ୍ଷୀ ସଂଖ୍ୟା ସମ୍ପର୍କରେ ସୂଚନା ମିଳିବ ବୋଲି ସହକାରୀ ବନ ସଂରକ୍ଷକ ଶ୍ୟାମା ଭାରତୀ ସୂଚନା ଦେଇଛନ୍ତି। ଜିଲାରେ ଦେଶ ବିଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଅକ୍ଟୋବର ମାସରୁ ଜାନୁଆରୀ ମଧ୍ୟରେ ଆସୁଥିବା ନଜିର ରହିଛି। ଢେଙ୍କାନାଳ ସହର ପ୍ରାଚୀନ ତଥା ଐତିହ୍ୟ ସମ୍ପନ୍ନ ପୋଖରୀ ଭାଗୀରଥି ସାଗର ନୂଆପୋଖରୀରେ ମଧ୍ୟ ଡିସେମ୍ବର ଓ ଜାନୁଆରୀ ମଧ୍ୟରେ ଦେଶ ବିଦେଶରୁ ପକ୍ଷୀ ପ୍ରତିବର୍ଷ ଆସୁଥିବା ଦେଖାଯାଇଛି। ସେହିପରି ପକ୍ଷୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ବନବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂକୁ କଡାକଡି କରାଯାଇଛି।
The post ଆଜିଠୁ ଢେଙ୍କାନାଳ ଜିଲାରେ ପକ୍ଷୀ ଗଣନା appeared first on Dharitri Odia News.