Poor Health Service: ଛାତି ଥରା ଦୃଶ୍ୟ...ବଢ଼ିଲା ନାଳରେ ଗୁରୁତର ରୋଗୀକୁ ଖଟିଆରେ ନେଲେ ଗ୍ରାମବାସୀ
ରୋଗୀ ଅବସ୍ଥା ଗୁରୁତର। ସେପଟେ ନାଳରେ ପାଣି ଏ କୂଳ ସେ କୂଳ ଖାଉଛି। ଆଉ କିଛି ଉପାୟ ନାହିଁ । ଏବେ ଖଟିଆ ହିଁ ଭରସା। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋଇଡ଼ାରେ। ଲୋକେ ଜଣେ ରୋଗୀକୁ ଖଟିଆରେ ଶୁଆଇ ଭରା ନାଳ ପାର କରାଇଛନ୍ତି।