‘Publicity Stunt’: ଫିଲ୍ମ ‘ଏମ୍ପୁରନ’ ବ୍ୟାନ୍ ଆବେଦନ କେରଳ ହାଇକୋର୍ଟରେ ଖାରଜ୍
ନୂଆଦିଲ୍ଲୀ: କେରଳ ହାଇକୋର୍ଟରେ ଫିଲ୍ମ ‘ଏମ୍ପୁରନ’କୁ ବିବାଦ । ଚଳଚ୍ଚିତ୍ର ସ୍କ୍ରିନିଂକୁ ବ୍ୟାନ୍ ଦାବିରେ ଉଚ୍ଚ ଅଦାଲତଙ୍କ ଦ୍ବାରସ୍ତ ବିଜେପି ନେତା । କେରଳ ବିଜେପି ନେତା ଭି.ଭି ବିଜେଶ ଫଲ୍ମକୁ ବ୍ୟାନ୍ କରିବାକୁ କୋର୍ଟରେ ଯାଚିକା ଦାୟର କରିଛନ୍ତି । ମାତ୍ର କେରଳ ଉଚ୍ଚ ଅଦାଲତ ଆବେଦନକୁ ଖାରଜ୍ କରିଛନ୍ତି ଏବଂ ଅପପ୍ରଚାର ବନ୍ଦ କରିବାକୁ ଆବେଦନକାରୀଙ୍କୁ କହିଛନ୍ତି । ଅନ୍ୟପଟେ କୋର୍ଟଙ୍କ ରାୟ ପରେ ଫିଲ୍ମି ନିର୍ମାତାଙ୍କୁ ଆଶ୍ବିସ୍ତ ମିଳିଛି । ମୋହନଲାଲ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ଦ୍ବାରା ହାଇ-ବଜେଟ୍ ଫିଲ୍ମ ଏଲ-2:‘ଏମ୍ପୁରନ’ ରିଲିଜ୍ ହୋଇଛି । ଏକ ସପ୍ତାହ ଧରି ଫିଲ୍ମ ନନ୍ଷ୍ଟପ୍ ଚାଲିଥିବା ବେଳେ ଏହାର ସ୍କ୍ରିନିଂକୁ ନେଇ ବିବାଦ ଦେଖାଦେଇଛି । ଏଥିରେ କୁହାଯାଇଛି, ଫିଲ୍ମରେ ଗୁଜରାଟର ଗୋଧରା ଦଙ୍ଗାକୁ ନେଇ କିଛି ସିନ୍ ରହିଛି, ଯାହା ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିପାରେ । ଏହାଛଡ଼ା ଫିଲ୍ମରେ ପ୍ରତିରକ୍ଷା ମନ୍ତ୍ରାଳୟକୁ ନେଇ ବିବାଦୀୟ ଟିପ୍ପଣୀ କରାଯାଇଛି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ବିଶ୍ବସନୀୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ଛିଡ଼ା କରାଯାଇଛି । ତେଣୁ ଫିଲ୍ମକୁ ତତ୍କାଳ ବ୍ୟାନ୍ କରିବାକୁ ଦାବି କରିଥିଲେ ବିଜେପି ନେତା ଭି.ଭି ବିଜେଶ । ହେଲେ ଏହାକୁ ଖାରଜ୍ କରିଛନ୍ତି ଅଦାଲତ । ଜଷ୍ଟିସ୍ ସିଏସ୍ ଦିଆସଙ୍କ ଜଣିକିଆ ଖଣ୍ଡପୀଠ ଆବେଦନତାକୀଙ୍କୁ ଫିଲ୍ମକୁ ନେଇ କିଛି ପ୍ରଶ୍ନ କରିଛନ୍ତି । ଚଳଚ୍ଚିତ୍ର
ନୂଆଦିଲ୍ଲୀ: କେରଳ ହାଇକୋର୍ଟରେ ଫିଲ୍ମ ‘ଏମ୍ପୁରନ’କୁ ବିବାଦ । ଚଳଚ୍ଚିତ୍ର ସ୍କ୍ରିନିଂକୁ ବ୍ୟାନ୍ ଦାବିରେ ଉଚ୍ଚ ଅଦାଲତଙ୍କ ଦ୍ବାରସ୍ତ ବିଜେପି ନେତା । କେରଳ ବିଜେପି ନେତା ଭି.ଭି ବିଜେଶ ଫଲ୍ମକୁ ବ୍ୟାନ୍ କରିବାକୁ କୋର୍ଟରେ ଯାଚିକା ଦାୟର କରିଛନ୍ତି । ମାତ୍ର କେରଳ ଉଚ୍ଚ ଅଦାଲତ ଆବେଦନକୁ ଖାରଜ୍ କରିଛନ୍ତି ଏବଂ ଅପପ୍ରଚାର ବନ୍ଦ କରିବାକୁ ଆବେଦନକାରୀଙ୍କୁ କହିଛନ୍ତି । ଅନ୍ୟପଟେ କୋର୍ଟଙ୍କ ରାୟ ପରେ ଫିଲ୍ମି ନିର୍ମାତାଙ୍କୁ ଆଶ୍ବିସ୍ତ ମିଳିଛି ।
ମୋହନଲାଲ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ଦ୍ବାରା ହାଇ-ବଜେଟ୍ ଫିଲ୍ମ ଏଲ-2:‘ଏମ୍ପୁରନ’ ରିଲିଜ୍ ହୋଇଛି । ଏକ ସପ୍ତାହ ଧରି ଫିଲ୍ମ ନନ୍ଷ୍ଟପ୍ ଚାଲିଥିବା ବେଳେ ଏହାର ସ୍କ୍ରିନିଂକୁ ନେଇ ବିବାଦ ଦେଖାଦେଇଛି । ଏଥିରେ କୁହାଯାଇଛି, ଫିଲ୍ମରେ ଗୁଜରାଟର ଗୋଧରା ଦଙ୍ଗାକୁ ନେଇ କିଛି ସିନ୍ ରହିଛି, ଯାହା ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିପାରେ ।
ଏହାଛଡ଼ା ଫିଲ୍ମରେ ପ୍ରତିରକ୍ଷା ମନ୍ତ୍ରାଳୟକୁ ନେଇ ବିବାଦୀୟ ଟିପ୍ପଣୀ କରାଯାଇଛି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ବିଶ୍ବସନୀୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ଛିଡ଼ା କରାଯାଇଛି । ତେଣୁ ଫିଲ୍ମକୁ ତତ୍କାଳ ବ୍ୟାନ୍ କରିବାକୁ ଦାବି କରିଥିଲେ ବିଜେପି ନେତା ଭି.ଭି ବିଜେଶ । ହେଲେ ଏହାକୁ ଖାରଜ୍ କରିଛନ୍ତି ଅଦାଲତ । ଜଷ୍ଟିସ୍ ସିଏସ୍ ଦିଆସଙ୍କ ଜଣିକିଆ ଖଣ୍ଡପୀଠ ଆବେଦନତାକୀଙ୍କୁ ଫିଲ୍ମକୁ ନେଇ କିଛି ପ୍ରଶ୍ନ କରିଛନ୍ତି । ଚଳଚ୍ଚିତ୍ରକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ସ୍ବୀକୃତି ପ୍ରଦାନ କରିଛି । ସେନସର୍ ବୋର୍ଡ ମଧ୍ୟ ଅନୁମୋଦନ କରିଛି । ତେଣୁ ଏହାକୁ ବିରୋଧ କରିବାର କୌଣସି ଆବଶ୍ୟକତା ନାହିଁ । କେରଳ ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି, ‘ଏଲ-2:ଏମ୍ପୁରନ’ ସପ୍ତାହେ ହେଲା ସିନେମା ହଲ୍ ଚାଲିଛି । ଏଯାଏଁ କୌଣସି ପ୍ରକାର ସାମାଜିକ ଅଶାନ୍ତି ସାମ୍ନାକୁ ଆସିନାହିଁ । ତେଣୁ ଅନାବଶ୍ୟକ ପ୍ରଚାର କରି ଅଯଥା ପବ୍ଲିସିଟି ହାତେଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି କୋର୍ଟ କହିଛନ୍ତି ।..