Ram Mandir Fake QR Codes Scam: ରାମ ମନ୍ଦିର ନାମରେ ହେଉଛି ଠକେଇ, ସରକାର ଜାରି କଲେ ସତର୍କ ସୂଚନା…

ନୂଆଦିଲ୍ଲୀ,୨୦।୧ : ରାମ ମନ୍ଦିର ଉଦଘାଟନ ଜାନୁଆରୀ ୨୨ରେ ହେବାକୁ ଯାଉଛି। ଏହା ସହିତ ବିଭିନ୍ନ ସାଇବର ଠକେଇ ଏହି ଧାର୍ମିକ ଉତ୍ସବ ସହିତ ଆରମ୍ଭ ହୋଇଛି। ଲୋକଙ୍କ ବିଶ୍ୱାସ ସହିତ ସାଇବର ଠକମାନେ ଖେଳିବା ଆରମ୍ଭ କରିଛନ୍ତି। ସାଇବର ଠକମାନେ ରାମ ମନ୍ଦିରର ଫେକ କ୍ୟୁଆର କୋଡ ଦ୍ୱାରା ଅନଲାଇନରେ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାମ ମନ୍ଦିରର ଫେକ କ୍ୟୁଆର କୋଡ ସ୍କାମ ଦ୍ୱାରା […] The post Ram Mandir Fake QR Codes Scam: ରାମ ମନ୍ଦିର ନାମରେ ହେଉଛି ଠକେଇ, ସରକାର ଜାରି କଲେ ସତର୍କ ସୂଚନା… appeared first on Dharitri Odia News.

Ram Mandir Fake QR Codes Scam: ରାମ ମନ୍ଦିର ନାମରେ ହେଉଛି ଠକେଇ, ସରକାର ଜାରି କଲେ ସତର୍କ ସୂଚନା…

ନୂଆଦିଲ୍ଲୀ,୨୦।୧ : ରାମ ମନ୍ଦିର ଉଦଘାଟନ ଜାନୁଆରୀ ୨୨ରେ ହେବାକୁ ଯାଉଛି। ଏହା ସହିତ ବିଭିନ୍ନ ସାଇବର ଠକେଇ ଏହି ଧାର୍ମିକ ଉତ୍ସବ ସହିତ ଆରମ୍ଭ ହୋଇଛି। ଲୋକଙ୍କ ବିଶ୍ୱାସ ସହିତ ସାଇବର ଠକମାନେ ଖେଳିବା ଆରମ୍ଭ କରିଛନ୍ତି। ସାଇବର ଠକମାନେ ରାମ ମନ୍ଦିରର ଫେକ କ୍ୟୁଆର କୋଡ ଦ୍ୱାରା ଅନଲାଇନରେ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାମ ମନ୍ଦିରର ଫେକ କ୍ୟୁଆର କୋଡ ସ୍କାମ ଦ୍ୱାରା ଲୋକଙ୍କୁ ପ୍ରତାରଣା କରାଯାଉଛି।

ରାମ ମନ୍ଦିର ନାମରେ ୪ ପ୍ରକାର ଠକେଇ ଘଟୁଛି। ସେଥିମଧ୍ୟରେ ରାମ ମନ୍ଦିରକୁ ଦାନ, ଅନଲାଇନ ପ୍ରସାଦ, ଭିଭିଆଇପି ଦର୍ଶନ ଏବଂ ରାମ ମନ୍ଦିରର ନକଲି ୱେବସାଇଟ ସହିତ ଜଡିତ ଠକେଇ ରହିଛି।

ରାମ ମନ୍ଦିର ପାଇଁ ଦାନ ନେବା ନାମରେ ଠକେଇ ହେଉଛି। ନକଲି କ୍ୟୁଆର କୋଡ ଦ୍ୱାରା ଲୋକେ ଦାନ ଦେବା ଦ୍ୱାରା ଠକାମୀର ଶିକାର ହେଉଛନ୍ତି। ରାମ ମନ୍ଦିରର ମାଗଣା ପ୍ରସାଦ ବଣ୍ଟନ ନାମରେ ସ୍କାମ ଘଟୁଛି। ଲୋକଙ୍କୁ କୌଣସି ଲିଙ୍କରେ କ୍ଲିକ୍‌ କରିବାକୁ କୁହାଯାଉଛି। ଏହା ପରେ ଠକେଇ ହେଉଛି।
ରାମ ମନ୍ଦିରରେ ଭିଭିଆଇପି ପାସ ଏଣ୍ଟ୍ରି ସହିତ ଭିଆଇପି ଦର୍ଶନ କରିବାକୁ କହି ଅନଲାଇନରେ ଠକେଇ ହେଉଛି।

ଅଯୋଧ୍ୟା ରାମ ମନ୍ଦିର ନାମରେ ନକଲି ୱେବସାଇଟ ମାଧ୍ୟମରେ ଲୋକଙ୍କୁ ମଧ୍ୟ ପ୍ରତାରଣା କରାଯାଉଛି। ତେଣୁ, କୌଣସି ୱେବସାଇଟରେ କ୍ଲିକ କରିବା ପୂର୍ବରୁ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

 

 

 

The post Ram Mandir Fake QR Codes Scam: ରାମ ମନ୍ଦିର ନାମରେ ହେଉଛି ଠକେଇ, ସରକାର ଜାରି କଲେ ସତର୍କ ସୂଚନା… appeared first on Dharitri Odia News.