Ratha Tana Started: ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡ଼ିଲା ତାଳଧ୍ବଜ
ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡିରେ ଟାହିଆ ହଲେଇ ହଲେଇ ରତ୍ନବେଦୀରୁ ଭକ୍ତଙ୍କ ମେଳକୁ ଆସିଥିଲେ ମଣିମା । ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସଲେ ମହାପ୍ରଭୁ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିରାଜି ଥିଲେ । ଏହା ପରେ ବଡ଼ ଠାକୁର ବଳଦେବ ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିରାଜିଥିଲେ । ଏହାପରେ ଦେବୀ ସୁଭଦ୍ରା ପହଣ୍ଡିରେ ଆସିଥିଲେ ।