ଅବସର ଘୋଷଣା କଲେ ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌, ଏହି ଦିନ ଖେଳିବେ ଶେଷ ମ୍ୟାଚ୍‌...

୩୯ ବର୍ଷୀୟ ଛେତ୍ରୀ ୨୦୦୫ରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଗତ ମାର୍ଚ୍ଚ ମାସରେ ଗୁଆହାଟୀରେ ଆଫଗାନିସ୍ତାନ ବିପକ୍ଷରେ ଛେତ୍ରୀ ତାଙ୍କ ୧୫୦ ତମ ଖେଳିଥିଲେ ।

ଅବସର ଘୋଷଣା କଲେ ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌, ଏହି ଦିନ ଖେଳିବେ ଶେଷ ମ୍ୟାଚ୍‌...

ଭାରତୀୟ ଫୁଟବଲ ଦଳର ଷ୍ଟାର ଖେଳାଳି ତଥା ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ଫିଫା ବିଶ୍ୱକପ୍‌‌‌‌ ଯୋଗ୍ୟତା ପର୍ଯ୍ୟାୟରେ କୁଏତ୍‌‌ ବିପକ୍ଷ ମ୍ୟାଚ୍‌ ପରେ ଅନ୍ତର୍ଜାତୀୟ ଅନ୍ତର୍ଜାତୀୟ ଫୁଟବଲରୁ ସବୁଦିନ ପାଇଁ ବିଦାୟ ନେବେ ଛେତ୍ରୀ । ଅବସର ନେଇ ମେ’ ୧୬ରେ ଘୋଷଣା କରିଛନ୍ତି ଛେତ୍ରୀ । ସୂଚନା ଅନୁସାରେ ଫିଫା ବିଶ୍ୱକପ୍‌‌ ୨୦୨୬ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‌ ଜୁନ୍‌‌‌ ୬ରେ ଖେଳାଯିବ ।

୩୯ ବର୍ଷୀୟ ଛେତ୍ରୀ ୨୦୦୫ରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଗତ ମାର୍ଚ୍ଚ ମାସରେ ଗୁଆହାଟୀରେ ଆଫଗାନିସ୍ତାନ ବିପକ୍ଷରେ ଛେତ୍ରୀ ତାଙ୍କ ୧୫୦ ତମ ଖେଳିଥିଲେ । ସେହି ମ୍ୟାଚରେ ଛେତ୍ରୀ ଗୋଟିଏ ଗୋଲ୍‌ ସ୍କୋର କରିଥିଲେ । ତେବେ ଏହି ମ୍ୟାଚ୍‌ରେ ଭାରତ ୧-୨ରେ ପରାଜୟ ବରଣ କରିଥିଲା ।

ଅଧିକ ପଢ଼ନ୍ତୁ: ଖେଳ ଶେଷ ହୋଇଗଲେ ମୋତେ ଆଉ କେହି ଦେଖିବାକୁ ପାଇବେନି: ବିରାଟ କୋହଲି

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ଭିଡିଓ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି ସୁନୀଲ ଛେତ୍ରୀ । ଷ୍ଟ୍ରାଇକର ସୁନୀଲ ଛେତ୍ରୀ ଭାରତକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିଜୟୀ କରାଇଛନ୍ତି। ଛେତ୍ରୀ ଭାରତ ପାଇଁ ଏପର୍ଯ୍ୟନ୍ତ ୧୫୦ଟି ମ୍ୟାଚ୍ ଖେଳିଛନ୍ତି। ୨୦ ବର୍ଷ କ୍ୟାରିଅରରେ ଭାରତ ପାଇଁ ୯୪ଟି ଗୋଲ ସ୍କୋର କରିଛନ୍ତି ଛେତ୍ରୀ ।

ଛେତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଭିଡିଓରେ ଇମୋସନାଲ ହୋଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ସେ ତାଙ୍କ ଡେବ୍ୟୁ ମ୍ୟାଚ୍‌ କଥା ମନେ ପକାଇଥିଲେ । ସେ କହିଥିଲେ, ‘ଗୋଟିଏ ଦିନ ରହିଛି ଯାହାକୁ ମୁଁ କେବେବି ଭୁଲି ପାରିବି ନାହିଁ । ଯେତେବେଳେ ମୁଁ ମୋ ଦେଶ ପାଇଁ ପ୍ରଥମ ଥର ଖେଳିଥିଲି । ଏହା ମୋ ପାଇଁ ଅବିଶ୍ୱସନୀୟ ଥିଲା। ଖେଳର ଦିନକ ପୂର୍ବରୁ ଭାରତୀୟ ଦଳର କୋଚ ସୁଖୀ ସାର୍ ମୋ ପାଖକୁ ଆସି ଏବଂ କହିଥିଲେ ତୁମେ ଖେଳ ଆରମ୍ଭ କରିବାକୁ ଯାଉଛ, ସେତେବେଳେ ମୁଁ କିପରି ଅନୁଭବ କରୁଥିଲି ତାହା ମୁଁ ଶବ୍ଦରେ କହିପାରିବି ନାହିଁ । ସେ ଦିନ ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଏବଂ ଖେଳରେ ପଦାର୍ପଣ ସହ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ମୋ ସାହା ଯାହାବି କିଛି ଘଟିଥିଲା ତାହାକୁ ମୁଁ କେବେବି ଭୁଲିପାରିବି ନାହିଁ । ଭାରାତୀୟ ଦଳ ସହ ଯାତ୍ରା ଆରମ୍ଭ କରିଥିବା ସେହିଦିନ ମୋ ପାଇଁ ସବୁଠାରୁ ସର୍ବୋତ୍ତମ ଦିନ ଅଟେ’ ବୋଲି ଛେତ୍ରୀ କହିଛନ୍ତି।

ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗୋଲ ସ୍କୋର କରିବାରେ ସୁନୀଲ ଛେତ୍ରୀ ଚତୁର୍ଥ ସ୍ଥାନରେ ଅଛନ୍ତି। ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଗୋଲ ସ୍କୋର କରିବାରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ ପ୍ରଥମ ସ୍ଥାନରେ ଅଛନ୍ତି । ରୋନାଲଡୋ ଏପର୍ଯ୍ୟନ୍ତ ୨୦୬ଟି ମ୍ୟାଚ୍ ଖେଳି ମୋଟ ୧୨୮ ଗୋଲ ସ୍କୋର କରିଛନ୍ତି। ଏହା ପରେ ଅଛନ୍ତି ଇରାନର ପୂର୍ବତନ ଖେଳାଳି ଅଲି ଦଇ, ଯିଏ ୧୪୮ଟି ମ୍ୟାଚରେ ୧୦୮ଗୋଲ କରିଛନ୍ତି। ଏହା ପରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ୧୦୬ ଗୋଲ ସ୍କୋର କରି ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ଅଛନ୍ତି ସୁନୀଲ ଛେତ୍ରୀ । ସେ ୯୪ଟି ଗୋଲ୍‌ ସ୍କୋର କରିଛନ୍ତି ।

ଛେତ୍ରୀ ୨୦୧୯ରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ଏବଂ ୨୦୨୧ରେ ଖେଳ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲା।

ଅଧିକ ପଢ଼ନ୍ତୁ: ଟେଷ୍ଟ କ୍ରିକେଟରୁ ଅବସର ନେବେ ଆଣ୍ତରସନ୍, ଏହି ଦିନ ଖେଳିବେ ନିଜର ଶେଷ ମ୍ୟାଚ୍