ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର: ଆଜି ହେଉଛି ୭୬ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ। ମହାତ୍ମାଗାନ୍ଧି ମାର୍ଗରେ ମହାମହିମ ରାଜ୍ୟପାଳ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି ଜାତୀୟ ପତାକା ଉତ୍ତୋଳନ କରିଛି। ଏଥିସହିତ ରାଜ୍ୟସ୍ତରୀୟ ପରେଡ୍‌ର ଅଭିବାଦନ କରିଛନ୍ତି। ଦେଶାତ୍ମବୋଧକ ଗୀତ ତାଳେ ତାଳେ ମୋଟ ୪୩ଟି ଦଳ ପରେଡ୍‌ କରିଛନ୍ତି। ଜୟହିନ୍ଦ୍‌ ଧ୍ୱନିରେ କମ୍ପିଥିଲା ମହାତ୍ମାଗାନ୍ଧି ମାର୍ଗ । ୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଆକର୍ଷଣ ସାଜିଲା ଶିବ ତାଣ୍ଡବ ଓ […]

ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର: ଆଜି ହେଉଛି ୭୬ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ। ମହାତ୍ମାଗାନ୍ଧି ମାର୍ଗରେ ମହାମହିମ ରାଜ୍ୟପାଳ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି ଜାତୀୟ ପତାକା ଉତ୍ତୋଳନ କରିଛି। ଏଥିସହିତ ରାଜ୍ୟସ୍ତରୀୟ ପରେଡ୍‌ର ଅଭିବାଦନ କରିଛନ୍ତି। ଦେଶାତ୍ମବୋଧକ ଗୀତ ତାଳେ ତାଳେ ମୋଟ ୪୩ଟି ଦଳ ପରେଡ୍‌ କରିଛନ୍ତି।

ଜୟହିନ୍ଦ୍‌ ଧ୍ୱନିରେ କମ୍ପିଥିଲା ମହାତ୍ମାଗାନ୍ଧି ମାର୍ଗ । ୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଆକର୍ଷଣ ସାଜିଲା ଶିବ ତାଣ୍ଡବ ଓ ଅଘୋରୀ । ସ୍କେଟିଂ ବୁଟ୍‌ ପିନ୍ଧି କୁନି କୁନି ପିଲାମାନେ ଦୁଃସାହସିକ ନୃତ୍ୟ ପ୍ରଦର୍ଶନ କରିଥିଲେ । ଘୋଡ଼ା ନାଚ ସହ ଢେମ୍‌ସା, ସମ୍ବଲପୁରୀ, ସାନ୍ତାଳୀ ଭଳି ଆଦିବାସୀ ନୃତ୍ୟ ମଧ୍ୟ ଦର୍ଶକଙ୍କ ମନ ମୋହିଥିଲା ।