RBI ଙ୍କ ବିପଦ ଆକଳନ ପରେ ବଢିଲା ପର୍ସନାଲ ଲୋନ ସୁଧହାର

ନୂଆଦିଲ୍ଲୀ ୨୯।୬: ଯଦି ଆପଣ ପର୍ସନାଲ ଲୋନ ନେବାକୁ ବିଚାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ଜରୁରି। ଉଲ୍ଲେଖଯୋଗ୍ୟ ଯେ ଏପରି ଋଣକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବିପଦପୂର୍ଣ୍ଣ ଆକଳନ କରିବା ପରେ ବ୍ୟାଙ୍କମାନେ ଏହି ଋଣର ସୁଧହାର ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଇକୋନମିକ ଟାଇମ୍ସ ରିପୋର୍ଟ ଅନୁସାରେ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଓ ଏକ୍ସିସ ବ୍ୟାଙ୍କ ଭଳି ଘରୋଇ କ୍ଷେତ୍ରର ବ୍ୟାଙ୍କମାନେ ପର୍ସନାଲ ଲୋନର ସୁଧହାର ବଢାଇ ସାରିଛନ୍ତି। ନଭେମ୍ବର ୨୦୨୩ରେ ଆରବିଆଇ ପର୍ସନାଲ ଲୋନକୁ ବିପଦପୂର୍ଣ୍ଣ ବୋଲି ଆକଳନ କରିଥିଲେ। ବ୍ୟାଙ୍କମାନଙ୍କରୁ ପ୍ରାପ୍ତ ତଥ୍ୟ ଅନୁସାରେ ଏପରି ଋଣର ସୁଧହାର ବେସିସ ପଏଣ୍ଟର ୩୦-୫୦ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଗତ ଏପ୍ରିଲ ମାସରେ ଏଚଡିଏଫସି ବ୍ୟାଙ୍କ ବାର୍ଷିକ ୧୦.୭୫ ପ୍ରତିଶତ ସୁଧହାରରେ ପର୍ସନାଲ ଲୋନ ଦେଉଛନ୍ତି। ଏହି ସୁଧହାର ଜାନୁୟାରୀ-ମାର୍ଚ୍ଚ ମଧ୍ୟରେ ୧୦.୩୫ ପ୍ରତିଶତ ଥିଲା। ସେହିପରି କୋଟାକ ମହିନ୍ଦ୍ରା ବ୍ୟାଙ୍କର ପର୍ସନାଲ ଲୋନ ସୁଧହାର ୧୦.୯୯ ପ୍ରତିଶତରୁ ଆରମ୍ଭ ହୋଇଛି। ଆଇସିଆଇସିଆଇ ବ୍ୟାଙ୍କ ଏବେ ଏହି ଋଣ ଉପରେ ୧୦.୮୦ ପ୍ରତିଶତ ସୁଧ ନେବ। ତେବେ ପୂର୍ବରୁ ଏହି ହାର ୧୦.୫୦ ପ୍ରତିଶତ ଥିଲା। ନଭେମ୍ବର ୨୦୨୩ରେ ଆରବିଆଇ ପର୍ସନାଲ ଲୋନର ରିସ୍କକୁ ୧୦୦ ପ୍ରତିଶତରୁ ବଢାଇ ୧୨୫ ପ୍ରତିଶତ କରିଦେଇଥିଲେ। କ୍ରେଡିଟ କାର୍ଡ ଲୋନ ପାଇଁ ଏହି

RBI ଙ୍କ ବିପଦ ଆକଳନ ପରେ ବଢିଲା ପର୍ସନାଲ ଲୋନ ସୁଧହାର

ନୂଆଦିଲ୍ଲୀ ୨୯।୬: ଯଦି ଆପଣ ପର୍ସନାଲ ଲୋନ ନେବାକୁ ବିଚାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ଜରୁରି। ଉଲ୍ଲେଖଯୋଗ୍ୟ ଯେ ଏପରି ଋଣକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବିପଦପୂର୍ଣ୍ଣ ଆକଳନ କରିବା ପରେ ବ୍ୟାଙ୍କମାନେ ଏହି ଋଣର ସୁଧହାର ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଇକୋନମିକ ଟାଇମ୍ସ ରିପୋର୍ଟ ଅନୁସାରେ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଓ ଏକ୍ସିସ ବ୍ୟାଙ୍କ ଭଳି ଘରୋଇ କ୍ଷେତ୍ରର ବ୍ୟାଙ୍କମାନେ ପର୍ସନାଲ ଲୋନର ସୁଧହାର ବଢାଇ ସାରିଛନ୍ତି। 

ନଭେମ୍ବର ୨୦୨୩ରେ ଆରବିଆଇ ପର୍ସନାଲ ଲୋନକୁ ବିପଦପୂର୍ଣ୍ଣ ବୋଲି ଆକଳନ କରିଥିଲେ। ବ୍ୟାଙ୍କମାନଙ୍କରୁ ପ୍ରାପ୍ତ ତଥ୍ୟ ଅନୁସାରେ ଏପରି ଋଣର ସୁଧହାର ବେସିସ ପଏଣ୍ଟର ୩୦-୫୦ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଗତ ଏପ୍ରିଲ ମାସରେ ଏଚଡିଏଫସି ବ୍ୟାଙ୍କ ବାର୍ଷିକ ୧୦.୭୫ ପ୍ରତିଶତ ସୁଧହାରରେ ପର୍ସନାଲ ଲୋନ ଦେଉଛନ୍ତି। ଏହି ସୁଧହାର ଜାନୁୟାରୀ-ମାର୍ଚ୍ଚ ମଧ୍ୟରେ ୧୦.୩୫ ପ୍ରତିଶତ ଥିଲା। ସେହିପରି କୋଟାକ ମହିନ୍ଦ୍ରା ବ୍ୟାଙ୍କର ପର୍ସନାଲ ଲୋନ ସୁଧହାର ୧୦.୯୯ ପ୍ରତିଶତରୁ ଆରମ୍ଭ ହୋଇଛି। 

ଆଇସିଆଇସିଆଇ ବ୍ୟାଙ୍କ ଏବେ ଏହି ଋଣ ଉପରେ ୧୦.୮୦ ପ୍ରତିଶତ ସୁଧ ନେବ। ତେବେ ପୂର୍ବରୁ ଏହି ହାର ୧୦.୫୦ ପ୍ରତିଶତ ଥିଲା। ନଭେମ୍ବର ୨୦୨୩ରେ ଆରବିଆଇ ପର୍ସନାଲ ଲୋନର ରିସ୍କକୁ ୧୦୦ ପ୍ରତିଶତରୁ ବଢାଇ ୧୨୫ ପ୍ରତିଶତ କରିଦେଇଥିଲେ। କ୍ରେଡିଟ କାର୍ଡ ଲୋନ ପାଇଁ ଏହି ରିସ୍କକୁ ୧୨୫ରୁ ବଢାଇ ୧୫୦ ପ୍ରତିଶତ କରିଦେଇଛନ୍ତି। 

ଯାହା ଦ୍ୱାରା ବ୍ୟାଙ୍କମାନେ ଏପରି ଋଣ ପ୍ରଦାନ କାଳରେ ଅଧିକ ସତର୍କତା ଅବଲମ୍ବନ କରିବେ ଓ ବହୁତ ଅଧିକ ଋଣ ଦେବାକୁ ହତୋତ୍ସାହିତ କରିବେ । କାରଣ ବ୍ୟାଙ୍କମାନେ ଆଜିକାଲି ଏପରି ଋଣ ଅଧିକ ମାତ୍ରାରେ ଦେଉଛନ୍ତି। ଆରବିଆଇ ତଥ୍ୟର ଉଦାହରଣ ଦେଇ ବିଜନେସ୍ ଷ୍ଟାଣ୍ଡାର୍ଡ ଅନୁସାରେ ଖୁଚୁରା ଋଣ ବୃଦ୍ଧିର ଗତି ମେ ୨୦୨୩ର ୧୯.୧ ପ୍ରତିଶତ ତୁଳନାରେ ମେ ୨୦୨୪ ବେଳକୁ ହ୍ରାସ ହୋଇ ୧୭.୮ ପ୍ରତିଶତ ହୋଇଯାଇଛି।