RBIର ନିଷ୍ପତ୍ତି ପରେ ସେୟାର ବଜାରରେ ବୃଦ୍ଧି, ରେକର୍ଡ ମୁହାଁ ସେନ୍‌ସେକ୍ସ

ନୂଆଦିଲ୍ଲୀ, ୭ା୬: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କମିଟିର ନିଷ୍ପତ୍ତି ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ନୂଆ ରେକର୍ଡ କରିବା ସ୍ତରରେ କାରବାର କରୁଛି। ସେନ୍‌ସେକ୍ସରେ ପାଖାପାଖି ୧୩ ଶହ ଅଙ୍କରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଅନ୍ୟପଟେ ନିଫ୍ଟିରେ ୧୮୦ ଅଙ୍କରୁ ଅଧିକ ବଢ଼ିଛି। ଯେଉଁ କାରଣରୁ ନିଫ୍ଟି ୨୩ ହଜାର ଅଙ୍କ ପାର କରିଛି। ସେନ୍‌ସେକ୍ସରେ ଅଲ୍‌ ଟାଇମ୍‌ ରେକର୍ଡ ୭୬,୫୩୬.୨୯ ରହିଛି। ବର୍ତ୍ତମାନ ଏହା ୭୬,୩୯୨ ଅଙ୍କ […] The post RBIର ନିଷ୍ପତ୍ତି ପରେ ସେୟାର ବଜାରରେ ବୃଦ୍ଧି, ରେକର୍ଡ ମୁହାଁ ସେନ୍‌ସେକ୍ସ appeared first on Dharitri Odia News.

RBIର ନିଷ୍ପତ୍ତି ପରେ ସେୟାର ବଜାରରେ ବୃଦ୍ଧି, ରେକର୍ଡ ମୁହାଁ ସେନ୍‌ସେକ୍ସ

ନୂଆଦିଲ୍ଲୀ, ୭ା୬: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କମିଟିର ନିଷ୍ପତ୍ତି ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ନୂଆ ରେକର୍ଡ କରିବା ସ୍ତରରେ କାରବାର କରୁଛି। ସେନ୍‌ସେକ୍ସରେ ପାଖାପାଖି ୧୩ ଶହ ଅଙ୍କରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଅନ୍ୟପଟେ ନିଫ୍ଟିରେ ୧୮୦ ଅଙ୍କରୁ ଅଧିକ ବଢ଼ିଛି। ଯେଉଁ କାରଣରୁ ନିଫ୍ଟି ୨୩ ହଜାର ଅଙ୍କ ପାର କରିଛି। ସେନ୍‌ସେକ୍ସରେ ଅଲ୍‌ ଟାଇମ୍‌ ରେକର୍ଡ ୭୬,୫୩୬.୨୯ ରହିଛି। ବର୍ତ୍ତମାନ ଏହା ୭୬,୩୯୨ ଅଙ୍କ ଉପରେ କାରବାର କରୁଥିବା ଜଣାପଡ଼ିଛି।

ତେବେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣ ବଜେଟ ପୂର୍ବରୁ ଆରବିଆଇର ବହୁ ପ୍ରତୀକ୍ଷିତ ମୁଦ୍ରା ନୀତି କମିଟି ବୈଠକ ଆଜି ଶେଷ କରିଛି। ଏଥର ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନ କରିବାକୁ କମିଟି ପୁଣି ଥରେ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ରେପୋ ରେଟ୍‌ ୬.୫ ପ୍ରତିଶତରେ ସ୍ଥିର ରହିବାକୁ ଯାଉଛି। ରିଜର୍ଭ ବ୍ୟାଙ୍କର ଶକ୍ତିଶାଳୀ ମୁଦ୍ରା ନୀତି କମିଟିର କ୍ରମାଗତ ଅଷ୍ଟମ ବୈଠକରେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେନ୍ଦ୍ରୀୟ ବ୍ୟାଙ୍କର ଏମ୍‌ପିସି ଗତ ଫେବୃଆରୀ ୨୦୨୩ରେ ରେପୋ ରେଟ୍‌କୁ ବଦଳାଇ ଦେଇଥିଲା ଏବଂ ପରେ ଏହାକୁ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏହାର ଅର୍ଥ ହେଉଛି ରେପୋ ରେଟ୍‌ ୧୬ ମାସ ପାଇଁ ସମାନ ସ୍ତରରେ ସ୍ଥିର ରହିଛି।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘୋଷଣା ସୁଧ ହାରରେ ହ୍ରାସ ଆଶା କରୁଥିବା ଲୋକଙ୍କୁ ନିରାଶ କରିଛି। ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନ ହେବା ଯୋଗୁ, ଲୋକଙ୍କ ଇଏମ୍‌ଆଇଭାରରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହି ଘୋଷଣା ସେହି ନିବେଶକମାନଙ୍କ ପାଇଁ ଏକ ଖୁସି ଖବର, ଯେଉଁମାନେ ଏଫ୍‌ଡିରେ ଟଙ୍କା ବିନିଯୋଗ କରିବାକୁ ପସନ୍ଦ କରନ୍ତି। ହାଇ ରେପୋ ରେଟ୍‌ ସ୍ଥିର ରହିବା ଅର୍ଥ ହେଉଛି ଏଫ୍‌ଡି ଉପରେ ଅଧିକ ସୁଧର ଲାଭ ଉପଲବ୍ଧ ରହିବ।

The post RBIର ନିଷ୍ପତ୍ତି ପରେ ସେୟାର ବଜାରରେ ବୃଦ୍ଧି, ରେକର୍ଡ ମୁହାଁ ସେନ୍‌ସେକ୍ସ appeared first on Dharitri Odia News.