RCBକୁ ଚାମ୍ପିୟନ୍‌ କରିବା ପରେ ବଡ଼ ଘୋଷଣା କଲେ ବିରାଟ କୋହଲି: ଯେପର୍ଯ୍ୟନ୍ତ IPL ଖେଳିବି…

ଅହମଦାବାଦ,୪।୬: ରାତି ୧୧.୨୦ରେ ବିରାଟ କୋହଲି ଅଧୈର୍ଯ୍ୟ ହୋଇପଡ଼ିଥିବା ତାଙ୍କ ଚେହେରାରୁ ବାରି ହୋଇ ପଡ଼ୁଥିଲା। ୧୧.୨୫ରେ ଜୋଶ ହାଜେଲଉଡ ସଫଳତାର ସହ ୨୦ତମ ଓଭରରେ ୨୯ ରନର ଡିଫେଣ୍ଡ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଆଇପିଏଲ୍‌ ଜିତିବା ପରେ କୋହଲି କୋହ ସମ୍ଭାଳିନପାରି ମୁହଁରେ ହାତ ଦେଇ ଗ୍ରାଉଣ୍ଡରେ ମୁହଁ ମାଡ଼ି ବସି ପଡ଼ିଥିଲେ। ଏଥିସହିତ ଦୀର୍ଘ ୧୮ ବର୍ଷର ଅପେକ୍ଷାର ଅନ୍ତ ଘଟିଥିଲା। ଫାଇନାଲ ଜିତିବାପରେ କୋହଲି ଏକ ବଡ଼ ଘୋଷଣା କରିଛନ୍ତି […] The post RCBକୁ ଚାମ୍ପିୟନ୍‌ କରିବା ପରେ ବଡ଼ ଘୋଷଣା କଲେ ବିରାଟ କୋହଲି: ଯେପର୍ଯ୍ୟନ୍ତ IPL ଖେଳିବି… appeared first on Dharitri Odia News.

RCBକୁ ଚାମ୍ପିୟନ୍‌ କରିବା ପରେ ବଡ଼ ଘୋଷଣା କଲେ ବିରାଟ କୋହଲି: ଯେପର୍ଯ୍ୟନ୍ତ IPL ଖେଳିବି…

ଅହମଦାବାଦ,୪।୬: ରାତି ୧୧.୨୦ରେ ବିରାଟ କୋହଲି ଅଧୈର୍ଯ୍ୟ ହୋଇପଡ଼ିଥିବା ତାଙ୍କ ଚେହେରାରୁ ବାରି ହୋଇ ପଡ଼ୁଥିଲା। ୧୧.୨୫ରେ ଜୋଶ ହାଜେଲଉଡ ସଫଳତାର ସହ ୨୦ତମ ଓଭରରେ ୨୯ ରନର ଡିଫେଣ୍ଡ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଆଇପିଏଲ୍‌ ଜିତିବା ପରେ କୋହଲି କୋହ ସମ୍ଭାଳିନପାରି ମୁହଁରେ ହାତ ଦେଇ ଗ୍ରାଉଣ୍ଡରେ ମୁହଁ ମାଡ଼ି ବସି ପଡ଼ିଥିଲେ। ଏଥିସହିତ ଦୀର୍ଘ ୧୮ ବର୍ଷର ଅପେକ୍ଷାର ଅନ୍ତ ଘଟିଥିଲା।
ଫାଇନାଲ ଜିତିବାପରେ କୋହଲି ଏକ ବଡ଼ ଘୋଷଣା କରିଛନ୍ତି କହିଛନ୍ତି, ଯେପର୍ଯ୍ୟନ୍ତ ମୁଁ ଆଇପିଏଲ୍‌ ଖେଳିବି ସେପର୍ଯ୍ୟନ୍ତ ମୁଁ କେବଳ RCB ପାଇଁ ହିଁ ଖେଳିବି। କମେଣ୍ଟେଟର୍‌ ମାଥ୍ୟୁ ହେଡେନଙ୍କୁ କୋହଲିଙ୍କୁ ପଚାରିଥିଲେ, ବିଶ୍ୱକପ, ଟି-୨୦ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ସେ ଏହି ଟାଇଟଲକୁ କେଉଁଠି ରଖିଛନ୍ତି ବୋଲି ପଚରିଥିଲେ। ଜବାବରେ କୋହଲି କହିଥିଲେ, ଏହା ମଧ୍ୟ ଶୀର୍ଷରେ ଅଛି। ମୁଁ ଗତ ୧୮ ବର୍ଷ ମଧ୍ୟରେ ଏହି ଦଳକୁ ସବୁକିଛି ଦେଇଛି। ମୁଁ ଏହି ଦଳ ସହିତ ଅଛି ଏବଂ ଦଳ ମୋ ସହିତ ଅଛି। ମୁଁ ସର୍ବଦା ଏହି ଦଳ ସହିତ ଜିତିବାର ସ୍ବପ୍ନ ଦେଖିଛି। ମୋର ହୃଦୟ ବେଙ୍ଗାଲୁରୁରେ ଅଛି ଏବଂ ମୋର ଆତ୍ମା ମଧ୍ୟ। ଯେପର୍ଯ୍ୟନ୍ତ ମୁଁ ଆଇପିଏଲ ଖେଳୁଛି, ସେପର୍ଯ୍ୟନ୍ତ ମୁଁ କେବଳ ବେଙ୍ଗାଲୁରୁ ପାଇଁ ଖେଳିବି।
୨୦୦୮ରେ ଅଧିନାୟକ ଭାବେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିବା ପରେ କୋହଲି ଆର୍‌ସିବି ସହ ଯୋଡ଼ି ହୋଇଥିଲେ। ଏହିଠାରୁ କୋହଲି ଓ ଆରସିବିର ଆଇପିଏଲ୍‌ ଅଭିଯାନ ଆରମ୍ଭ ହୋଇଥିଲା। ୧୮ ବର୍ଷ ତଳେ କୋହଲି ଖୁବ ଯୁବ ଓ ଧୈର୍ଯ୍ୟହରା ଥିଲେ। ରାହୁଲ ଡ୍ରାଭିଡ, ଅନୀଲ କୁମ୍ବଲେ ଓ ଜ୍ୟାକ୍ସ କାଲିସଙ୍କ ଭଳି କିମ୍ବଦନ୍ତୀଙ୍କ ସହ ଡ୍ରେସିଂ ରୁମ ଶେୟାର କରିଥିଲେ। କିନ୍ତୁ ଆର୍‌ସିବି କୋହଲିଙ୍କ ଉପରେ ଭରସା କରିଥିଲା ଏବଂ ତାଙ୍କୁ ପରିପକ୍ୱ ହେବାକୁ ଯଥେଷ୍ଟ ସମୟ ଦେଇଥିଲା। ୨୦୧୧ରେ ୨୨ ବର୍ଷୀୟ କୋହଲିଙ୍କୁ ଦଳର ନେତୃତ୍ୱ ଦିଆଯାଇଥିଲା। ୨୨ ବର୍ଷର ଅନେକ ଯୁବକ ଅତ୍ୟଧିକ ଚାପ ପରିସ୍ଥିତିରେ ଭାଙ୍ଗି ପଡ଼ନ୍ତି। କିନ୍ତୁ କୋହଲିଙ୍କ କ୍ଷେତ୍ରରେ ତାହା ଘଟିନଥିଲା। ବରଂ କ୍ୟାପ୍ଟେନ୍ସି ଯୋଗୁ ତାଙ୍କ ପ୍ରଦର୍ଶନରେ ଖୁବ ସୁଧାର ଆସିଥିଲା। ନିଜ ପ୍ରଦର୍ଶନ ଓ ଉତ୍ତେଜନାପୂର୍ଣ୍ଣ ସେଲିବ୍ରେଶନ ମାଧ୍ୟମରେ ସେ ଫ୍ରାଞ୍ଚାଇଜିର ଚେହେରା ପାଲଟି ଯାଇଥିଲେ। କୋହଲି ୧୨ ବର୍ଷ ଓ ୧୪୩ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିଲେ। ଆର୍‌ସିବି ଆଇପିଏଲ୍‌ ଟ୍ରଫି ଜିତିବା ପୂର୍ବରୁ କୋହଲି ହିଁ ବେଙ୍ଗାଲୁରୁ ବାସୀଙ୍କ ଲାଗି ମୁଖ୍ୟ ଆକର୍ଷଣ ଥିଲେ। ୨୦୨୫ ପୂର୍ବରୁ ଆର୍‌ସିବି ଆଇପିଏଲ୍‌ ଟ୍ରଫି ଜିତିନଥିଲେ ବି କୋହଲି କଦାପି ଦଳ ପରିବର୍ତ୍ତନ କରିବା ସମ୍ପର୍କରେ ଚିନ୍ତା କରିନଥିଲେ।
‘ଅଭିଳାଷ ଦୃଷ୍ଟିରୁ ସବୁ କିଛି ଠିକ୍‌ ଅଛି। କିନ୍ତୁ ମୁଁ ଆର୍‌ସିବିଠାରୁ କଦାପି ଦୂରେଇବା କଥା ଚିନ୍ତା କରିନାହିଁ। ମୋ ପାଇଁ ଦୀର୍ଘ ବର୍ଷ ହେଲା ଗଢ଼ି ହୋଇଥିବା ସମ୍ପର୍କ ଓ ପରସ୍ପର ପ୍ରତି ସମ୍ମାନ ଅଧିକ ମୂଲ୍ୟବାନ। ମୁଁ ଯେଉଁ ଭଲ ପାଇବା ପ୍ରଶଂସକଙ୍କଠାରୁ ପାଇଛି, ମୋ ମତରେ କୌଣସି ଟ୍ରଫି ତାହା ପାଖାପାଖି ଆସି ପାରିବ ନାହିଁ’ ବୋଲି କୋହଲି ଗତ ମାସରେ ଆର୍‌ସିବି ପଡକାଷ୍ଟରେ କହିଥିଲେ। କିନ୍ତୁ ଦିନେ ଆଇପିଏଲ୍‌ ଟ୍ରଫି ଉଠାଇବା ତାଙ୍କର ସ୍ବପ୍ନ ଥିଲା। ଅହମଦାବାଦରେ ତାଙ୍କର ଏହି ସ୍ବପ୍ନ ପୂରା ହୋଇଛି।

 

 

The post RCBକୁ ଚାମ୍ପିୟନ୍‌ କରିବା ପରେ ବଡ଼ ଘୋଷଣା କଲେ ବିରାଟ କୋହଲି: ଯେପର୍ଯ୍ୟନ୍ତ IPL ଖେଳିବି… appeared first on Dharitri Odia News.