ଖର୍ଚ୍ଚ କଲେ ଧନ ବଢ଼ିବ; ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ…
ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର ଜ୍ଞାନ ଚାଣକ୍ୟଙ୍କ ନିକଟରେ ଥିଲା। ଏଥିପାଇଁ ଜୀବନକାଳ ମଧ୍ୟରେ ସେ ଯାହା ସହିତ ଥିଲେ, ସଠିକ୍ ମାର୍ଗଦର୍ଶନ ଯୋଗୁ ସେ ବିଜେତା ପାଲଟୁଥିଲେ। କେଉଁ କାର୍ଯ୍ୟ କରିବା ଦ୍ୱାରା ପରିଣାମ କ’ଣ ହେବ ସେ ଜାଣିଥିଲେ। ଏହି କ୍ରମରେ ଧନବୃଦ୍ଧି ପାଇଁ କେଉଁ ଜିନିଷରେ ବ୍ୟକ୍ତିକୁ ଖର୍ଚ୍ଚ କରିବା ଉଚିତ […] The post ଖର୍ଚ୍ଚ କଲେ ଧନ ବଢ଼ିବ; ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ… appeared first on Dharitri Odia News.
ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର ଜ୍ଞାନ ଚାଣକ୍ୟଙ୍କ ନିକଟରେ ଥିଲା। ଏଥିପାଇଁ ଜୀବନକାଳ ମଧ୍ୟରେ ସେ ଯାହା ସହିତ ଥିଲେ, ସଠିକ୍ ମାର୍ଗଦର୍ଶନ ଯୋଗୁ ସେ ବିଜେତା ପାଲଟୁଥିଲେ। କେଉଁ କାର୍ଯ୍ୟ କରିବା ଦ୍ୱାରା ପରିଣାମ କ’ଣ ହେବ ସେ ଜାଣିଥିଲେ।
ଏହି କ୍ରମରେ ଧନବୃଦ୍ଧି ପାଇଁ କେଉଁ ଜିନିଷରେ ବ୍ୟକ୍ତିକୁ ଖର୍ଚ୍ଚ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ଜାଣନ୍ତୁ ସେହି ୪ଟି ଜିନିଷ ଯାହା ଉପରେ ଖର୍ଚ୍ଚ କରିବା ଦ୍ୱାରା ଧନ ବଢ଼ିଥାଏ।
-ପ୍ରଥମତଃ ଲୋକମାନେ ପଇସା ଦେବା ପୂର୍ବରୁ ଲାଭକ୍ଷତି ଦେଖିଥାନ୍ତି। ହେଲେ କୌଣସି ମନ୍ଦିରକୁ ଦାନ କରୁଥିଲେ ଏଭଳି କଥା ବିଲ୍କୁଲ ଭାବିବା ଉଚିତ ନୁହେଁ। ଏହାଦ୍ୱାରା ଈଶ୍ୱରଙ୍କ କୃପା ଲାଭ ହୋଇଥାଏ। ଧନ ଦେଉଥିବା ବ୍ୟକ୍ତିର ଧନ ଆହୁରୀ ବୃଦ୍ଧି ପାଇଥାଏ। ଏପରିକି କିଛି ସମୟ ବ୍ୟବଧାନରେ ମନ୍ଦିରକୁ ଦାନ ଦେଉଥିବା ବ୍ୟକ୍ତିର ଘରେ ଦରିଦ୍ରତା ଆସି ନ ଥାଏ ବୋଲି ଚାଣକ୍ୟ କହିଛନ୍ତି।
– ଯେଉଁ ବ୍ୟକ୍ତି କୁଷ୍ଠ ରୋଗୀର ସହାୟତା କରିଥାଏ, ସେ କେବେ ବି ଦରିଦ୍ର ହୋଇ ନ ଥାଏ। ତାଙ୍କର ଧନ ଦିନ-ପ୍ରତିଦିନ ବଢ଼ିଥାଏ। କାରଣ କୁଷ୍ଠ ରୋଗୀ ଅଧିକ କଷ୍ଟ ସହିଥାନ୍ତି। ଏଣୁ ତାଙ୍କର ଆର୍ଥିକ ସହାୟତା କରିବା ଦ୍ୱାରା ସେମାନଙ୍କ ମନ ପ୍ରସନ୍ନ ହୋଇଥାଏ। ଫଳରେ ଧନ ଦେଉଥିବା ବ୍ୟକ୍ତିଙ୍କ ଧନ ବୃଦ୍ଧି ହୋଇଥାଏ। ଏହା ପୂଣ୍ୟ ସହ ଧନ ବୃଦ୍ଧି କରିଥାଏ ବୋଲି ଚାଣକ୍ୟ କହିଛନ୍ତି।
-ଯଦି ଆପଣ ସମର୍ଥ ତେବେ ଅସୁବିଧା ଯୋଗୁ ପଢ଼ିପାରୁ ନ ଥିବା କୌଣସି ବ୍ୟକ୍ତିକୁ ଶିକ୍ଷିତ କରିବାକୁ ପଇସା ଲଗାନ୍ତୁ। ଏହାଦ୍ୱାରା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୁଅନ୍ତି। ସର୍ବଦା ତାଙ୍କର ଧନ ଲାଭ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି।
-ଡାକ୍ତରଖାନା, କୂଅ, ଧର୍ମଶାଳା ଏବଂ ସ୍କୁଲ ଆଦି ନିର୍ମାଣରେ ଆର୍ଥିକ ସହଯୋଗ କରୁଥିବା ବ୍ୟକ୍ତି ନିଜ ଧନକୁ ଶୁଦ୍ଧ କରି ନିଅନ୍ତି। ଏଭଳି ଲୋକଙ୍କ ପାଖରେ କେବେ ବି ଟଙ୍କା ପଇସାର ଅସୁବିଧା ହୋଇ ନ ଥାଏ। ଏହା ପଛର କାରଣଟି ହେଲା ଏସବୁ କ୍ଷେତ୍ରରେ ଲଗାଯାଇଥିବା ଟଙ୍କାକୁ ବର୍ଷ ବର୍ଷ ଧରି ଲୋକ ଭୋଗି ପାରନ୍ତି। ଫଳରେ ଆର୍ଶିବାଦ ମିଳିଥାଏ, ଯାହାକି ସହାୟତା କରିଥିବା ବ୍ୟକ୍ତିଙ୍କ ସହ ସବୁବେଳେ ରହିଥାଏ ବୋଲି ଚାଣକ୍ୟ କହିଛନ୍ତି।
The post ଖର୍ଚ୍ଚ କଲେ ଧନ ବଢ଼ିବ; ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ… appeared first on Dharitri Odia News.