Recruitment: ସରକାରୀ ସ୍କୁଲରେ ୨୬୨୯ ଟିଜିଟି ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ ସବିଶେଷ…
ଭୁବନେଶ୍ୱର, ୧୨।୩(ଅସମାପିକା ସାହୁ) – ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ ମୋଟ ୨,୬୨୯ଟି ଜିଲାସ୍ତରୀୟ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିଜିଟି କଳା, ବିଜ୍ଞାନରେ ପିସିଏମ୍ ଓ ସିବିଜେଡ୍, ସଂସ୍କୃତ, ହିନ୍ଦୀ, ଶାରୀରିକ ଶିକ୍ଷା ଶିକ୍ଷକ(ପିଇଟି), ଆଦିବାସୀ ଭାଷା ଶିକ୍ଷକ ସମେତ ବିଭିନ୍ନ ପଦରେ ଏହି ନିଯୁକ୍ତି ଦିଆଯିବ। ଆଶାୟୀ ପ୍ରାର୍ଥୀମାନେ ଏପ୍ରିଲ ୧ରୁ ୨୫ ତାରିଖ ଭିତରେ ନାମ ପଞ୍ଜୀକରଣ କରିବେ। ଏପ୍ରିଲ ୩୦ ସୁଦ୍ଧା […] The post Recruitment: ସରକାରୀ ସ୍କୁଲରେ ୨୬୨୯ ଟିଜିଟି ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ ସବିଶେଷ… appeared first on Dharitri Odia News.
ଭୁବନେଶ୍ୱର, ୧୨।୩(ଅସମାପିକା ସାହୁ) – ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ ମୋଟ ୨,୬୨୯ଟି ଜିଲାସ୍ତରୀୟ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିଜିଟି କଳା, ବିଜ୍ଞାନରେ ପିସିଏମ୍ ଓ ସିବିଜେଡ୍, ସଂସ୍କୃତ, ହିନ୍ଦୀ, ଶାରୀରିକ ଶିକ୍ଷା ଶିକ୍ଷକ(ପିଇଟି), ଆଦିବାସୀ ଭାଷା ଶିକ୍ଷକ ସମେତ ବିଭିନ୍ନ ପଦରେ ଏହି ନିଯୁକ୍ତି ଦିଆଯିବ। ଆଶାୟୀ ପ୍ରାର୍ଥୀମାନେ ଏପ୍ରିଲ ୧ରୁ ୨୫ ତାରିଖ ଭିତରେ ନାମ ପଞ୍ଜୀକରଣ କରିବେ। ଏପ୍ରିଲ ୩୦ ସୁଦ୍ଧା ଅନ୍ଲାଇନ୍ ଆବେଦନ କରିବେ। ଏହି ନିଯୁକ୍ତିର ସମ୍ପୂର୍ଣ୍ଣ ବିବରଣୀ ଓଏସ୍ଏସ୍ଏସ୍ସି ୱେବ୍ସାଇଟ୍ www.osssc.gov.inରେ ଉପଲବ୍ଧ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଏହି ୱେବ୍ସାଇଟ୍ରେ ଆବେଦନ କରିପାରିବେ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି।
The post Recruitment: ସରକାରୀ ସ୍କୁଲରେ ୨୬୨୯ ଟିଜିଟି ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ ସବିଶେଷ… appeared first on Dharitri Odia News.