Roti In Pressure Cooker: ରୁଟି କରିବାର ନୂଆ ଉପାୟ; ପ୍ରେସର କୁକରରେ ତିଆରି ହେଉଛି ଟେଷ୍ଟି ରୁଟି
ଖରାଦିନେ ରୁଟି ସେକିବା ନିହାତି ଏକ କଷ୍ଟକର କାମ ହୋଇଥାଏ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଏମିତି କିଛି ଟିପ୍ସ ଆପଣାନ୍ତି ଯାହା ଦ୍ୱାରା ରୁଟି ତିଆରି କରିବା ପାଇଁ ସବୁଠାରୁ କମ ସମୟ ଲାଗେ। ତେବେ ଆସନ୍ତୁ ରୁଟି ତିଆରି କରିବାର ସବୁଠାରୁ ସହଜ ଆଉ କମ ସମୟରେ ହୋଇଯାଉଥିବା ଏକ ଟିପ୍ସ ବିଷୟରେ ଜାଣିନେବା।
ଆଜିକାଲି ପ୍ରତ୍ୟେକଙ୍କ ଘରେ ରୁଟି ହେବା ଏକ ସାଧାରଣ କଥା। ଲୋକମାନେ ଏହାକୁ ଡାଲି, ସନ୍ତୁଳା କିମ୍ବା ଯେକୌଣସି ପ୍ରକାରର ତରକାରୀ ସହିତ ବଡ଼ ମଜ୍ଜାରେ ଖାଇବାକୁ ପସନ୍ଦ କରନ୍ତି। ଏଥିରେ ପେଟ ତ ପୂରେ, ଏହା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ।
ପ୍ରତ୍ୟେକ ପରିବାରର ଦୈନିକ ଖାଦ୍ୟରେ ରୁଟି ରହିବାର ଏହା ମଧ୍ୟ ଏକ କାରଣ। ତେବେ ଏହା କରିବା ପାଇଁ ଅଧିକ ସମୟ ନେବା ଓ ଏହାର ପୂର୍ବ ପ୍ରସ୍ତୁତିଗୁଡିକ ଝିନ୍ଝଟିଆ ହୋଇଥିବାରୁ ପ୍ରତିଦିନ ରୁଟି ତିଆରି କରିବାକୁ ଅନେକ ପସନ୍ଦ କରନ୍ତି ନାହିଁ।
ବିଶେଷ କରି ଖରାଦିନେ ରୁଟି ସେକିବା ନିହାତି ଏକ କଷ୍ଟକର କାମ ହୋଇଥାଏ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଏମିତି କିଛି ଟିପ୍ସ ଆପଣାନ୍ତି ଯାହା ଦ୍ୱାରା ରୁଟି ତିଆରି କରିବା ପାଇଁ ସବୁଠାରୁ କମ ସମୟ ଲାଗେ। ତେବେ ଆସନ୍ତୁ ରୁଟି ତିଆରି କରିବାର ସବୁଠାରୁ ସହଜ ଆଉ କମ ସମୟରେ ହୋଇଯାଉଥିବା ଏକ ଟିପ୍ସ ବିଷୟରେ ଜାଣିନେବା।
ଆଜିକାଲି ରୁଟି ତିଆରି କରିବାର ଏକ ନୂଆ ଉପାୟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ପ୍ରେସର କୁକର ସାହାଯ୍ୟରେ କିପରି ରୁଟି ତିଆରି ହେଉଛି। ଏହି ଭାଇରାଲ୍ ଭିଡିଓରେ ଜଣେ ମହିଳା ପ୍ରେସର କୁକର ସାହାଯ୍ୟରେ କିପରି ଫଟାଫଟ ରୁଟି ତିଆରି କରି ଦେଉଛନ୍ତି ତାହା ଦେଖିବାକୁ ମିଳେ।
वो स्त्री है कुछ भी कर सकती है???? ???????? pic.twitter.com/2T7MxliF4r — Nandini Idnani ???????????? (@nandiniidnani69) April 5, 2024
- ସର୍ବପ୍ରଥମେ ଅଟାରେ ପାଣି ଦେଇ ଭଲଭାବେ ଚକଟନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଘୋଡାଇ ରଖନ୍ତୁ
- ବର୍ତ୍ତମାନ ଏହାକୁ ଛୋଟ ଛୋଟ ବଲ୍ କରନ୍ତୁ ଏବଂ ବେଲନ୍ତୁ
- ବେଲା ରୁଟିକୁ ଏକ ପ୍ଲେଟ୍ରେ ରଖନ୍ତୁ
- ଏହି ରୁଟିଗୁଡିକ ଯେପରି ପରସ୍ପରକୁ ଲାଗି ନ ଯାଆନ୍ତି ସେଥିପାଇଁ ରୁଟି ଉପରେ ଭଲ ଭାବରେ ଶୁଖିଲା ମଇଦା ଛିଞ୍ଚନ୍ତୁ
- ୮ ରୁ ୧୦ ରୁଟି ବେଲି ସାରିବା ପରେ ସେଗୁଡ଼ିକୁ ଅଲଗା ରଖନ୍ତୁ
- ବର୍ତ୍ତମାନ ଏକ ବଡ଼ ଆକାରର ପ୍ରେସର୍ କୁକର୍ ନେଇ ସେଥିରେ ଗୋଟିଏ ଗିନା ଲୁଣ ଭରନ୍ତୁ
- ବର୍ତ୍ତମାନ ଲୁଣ ଉପରେ ଏକ ମଧ୍ୟମ ଆକାରର ପାତ୍ର ଘୋଡାନ୍ତୁ
- ଯଦି ଆପଣ ଏକ ରୁଟି ଆକାରର ଷ୍ଟିଲ୍ ପାତ୍ର ନିଅନ୍ତି ତେବେ ଖୁବ ଭଲ
- ପ୍ରେସର କୁକର ଗରମ ହେଲା ପରେ ସାବଧାନତାର ସହିତ ସବୁ ରୋଟିକୁ ଉଗୁଡାଯାଇଥିବା ପାତ୍ର ଉପରେ ରଖନ୍ତୁ
- ବର୍ତ୍ତମାନ ପ୍ରେସର କୁକର ଢାଙ୍କୁଣୀ ବନ୍ଦ କରନ୍ତୁ ନାହିଁ
- ମନେରଖନ୍ତୁ ଯେ ଏଥିରେ ଯେପରି କୌଣସି ସିଟି ଲଗାଯାଇ ନ ଥାଏ। ନଚେତ ଏହା ବିପଜ୍ଜନକ ହୋଇପାରେ।
- ଏହିପରି ୩ରୁ ୪ମିନିଟ ଗରମ କରନ୍ତୁ
- ବର୍ତ୍ତମାନ ଗ୍ୟାସର୍ରୁ ପ୍ରେସର କୁକରକୁ ବାହାର କରନ୍ତୁ ଏବଂ ଧୀରେ ଧୀରେ ଢାଙ୍କୁଣୀ ଖୋଲନ୍ତୁ
- ଅତି ସାବଧାନତା ସହିତ କୁକର ଭିତରୁ ରୁଟି ବାହାର କରନ୍ତୁ ଏବଂ ଏହାକୁ ଗରମ ଗରମ ପରିବେଷଣ କରନ୍ତୁ
ତେବେ ଏହା ହେଉଛି ଏକ ଭାଇରାଲ୍ ଭିଡିଓର ଟିପ୍ସ୍। ସୋସିଆଲ୍ ମିଡିଆ X ରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ନେଇ ଅନେକ ମଧ୍ୟ ନକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ଜଣେ କହିଛନ୍ତି "ଏହା ଏକ ଏଡିଟେଡ୍ ଭିଡିଓ। ଏହା ଖୁବ ବିପଦ। ପାଣି ବିନା ଷ୍ଟିମ୍ ଆସିବ ନାହିଁ। ଏଥିରେ କୁକର ଫାଟିବାର ସମ୍ଭାବନା ଅଛି।"