RTI ଆକ୍ଟରେ ସୂଚନା ମାଗିଥିଲେ, ଅଧିକାରୀଙ୍କ ସମ୍ମୁଖରେ ଠିକାଦାରଙ୍କ ଦ୍ବାରା ଆକ୍ରମଣର ଶୀକାର ହେଲେ

ଭଦ୍ରକ ୬।୬: ସୂଚନା ମାଗିଲେ ଅଧିକାରୀଙ୍କ ସମ୍ମୁଖରେ ଠିକାଦାରଙ୍କ ଠୁ ମାଡ଼ ଖାଇଲେ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ଆକ୍ରମଣର ଶିକାର ହେଲେ ଭଦ୍ରକ ସହରର ମହମ୍ମଦ ଅଲ୍ଲୀ ଜିନା । ସୂଚନାଯୋଗ୍ୟ ଯେ, ଗତ ୨୦୨୫ ମସିହା ମାର୍ଚ୍ଚ ୧୭ ତାରିଖରେ RTI ଆକ୍ଟରେ ବାଲେଶ୍ଵର ଆର୍ ଆଣ୍ଡ୍ ବି ଡିଭିଜନ-୧କୁ କିଛି ତଥ୍ୟ ମାଗିଥିଲେ ମହମ୍ମଦ ଅଲ୍ଲୀ ଜିନା । ତଥ୍ୟ ନଦେବାରୁ RTI ଆକ୍ଟ ଅନୁଯାୟୀ ୩୦ ଦିନ ପରେ ଅର୍ଥାତ୍ ୨୦୨୫ ମସିହା ମାର୍ଚ୍ଚ ୨୪ତାରିଖରେ ସେ ପ୍ରଥମ ଅପିଲ୍ କରିଥିଲେ । କୋର୍ଟ ତରଫରୁ ତାଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ସମୟ ସୀମା ମଧ୍ୟରେ ସେ ପହଞ୍ଚିଥିଲେ । ହେଲେ ସେ କିଛି ବୁଝିବା ପୂର୍ବରୁ ଅଫିସରଙ୍କ ସମ୍ମୁଖରେ ତାଙ୍କୁ ଠିକାଦାରଙ୍କ ଦ୍ୱାରା ଆକ୍ରମଣ ହୋଇଥିଲା । ଜୀବନ ଭୟରେ ସେ ପୋଲିସକୁ ଖବର ଦେଇ ସେଠାରୁ ଖସି ଆସି ପୋଷ୍ଟ  ମାଧ୍ୟମରେ ବାଲେଶ୍ଵର ସହଦେବଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।You Can Read:ଚୋରା କୋଇଲା ଚାଲାଣ ବିଷୟରେ ଜଣାଇଲେ, ଅପହରଣ ପରେ ମାଡ଼ ଖାଇଲେ 

RTI ଆକ୍ଟରେ ସୂଚନା ମାଗିଥିଲେ, ଅଧିକାରୀଙ୍କ ସମ୍ମୁଖରେ ଠିକାଦାରଙ୍କ ଦ୍ବାରା ଆକ୍ରମଣର ଶୀକାର ହେଲେ

ଭଦ୍ରକ ୬ସୂଚନା ମାଗିଲେ ଅଧିକାରୀଙ୍କ ସମ୍ମୁଖରେ ଠିକାଦାରଙ୍କ ଠୁ ମାଡ଼ ଖାଇଲେ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ଆକ୍ରମଣର ଶିକାର ହେଲେ ଭଦ୍ରକ ସହରର ମହମ୍ମଦ ଅଲ୍ଲୀ ଜିନା । 

ସୂଚନାଯୋଗ୍ୟ ଯେ, ଗତ ୨୦୨୫ ମସିହା ମାର୍ଚ୍ଚ ୧୭ ତାରିଖରେ RTI ଆକ୍ଟରେ ବାଲେଶ୍ଵର ଆର୍ ଆଣ୍ଡ୍ ବି ଡିଭିଜନ-୧କୁ କିଛି ତଥ୍ୟ ମାଗିଥିଲେ ମହମ୍ମଦ ଅଲ୍ଲୀ ଜିନା । ତଥ୍ୟ ନଦେବାରୁ RTI ଆକ୍ଟ ଅନୁଯାୟୀ ୩୦ ଦିନ ପରେ ଅର୍ଥାତ୍ ୨୦୨୫ ମସିହା ମାର୍ଚ୍ଚ ୨୪ତାରିଖରେ ସେ ପ୍ରଥମ ଅପିଲ୍ କରିଥିଲେ । କୋର୍ଟ ତରଫରୁ ତାଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ସମୟ ସୀମା ମଧ୍ୟରେ ସେ ପହଞ୍ଚିଥିଲେ । ହେଲେ ସେ କିଛି ବୁଝିବା ପୂର୍ବରୁ ଅଫିସରଙ୍କ ସମ୍ମୁଖରେ ତାଙ୍କୁ ଠିକାଦାରଙ୍କ ଦ୍ୱାରା ଆକ୍ରମଣ ହୋଇଥିଲା । ଜୀବନ ଭୟରେ ସେ ପୋଲିସକୁ ଖବର ଦେଇ ସେଠାରୁ ଖସି ଆସି ପୋଷ୍ଟ  ମାଧ୍ୟମରେ ବାଲେଶ୍ଵର ସହଦେବଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।


You Can Read:

ଚୋରା କୋଇଲା ଚାଲାଣ ବିଷୟରେ ଜଣାଇଲେ, ଅପହରଣ ପରେ ମାଡ଼ ଖାଇଲେ