ବିଜେଡି ନେତାଙ୍କ କୋକେଇ କାନ୍ଧେଇଲେ ବିଧାୟକ
ତିଗିରିଆ, ୪ା୩(ଜାଫର ଖାଁ): ତିଗିରିଆ ବ୍ଲକର ବରିଷ୍ଠ ବିଜେଡି ନେତା ତଥା ସୋମପଡା ପଞ୍ଚାୟତର ବିଜେଡି ସଭାପତି ଲକ୍ଷ୍ମୀଧର ସାମନ୍ତରାୟ (୬୮)ଙ୍କ ସୋମବାର ଭୁବନେଶ୍ୱସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଏନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚତ୍ବା ପରେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆସି ଶେଷଦର୍ଶନ କରିବା ସହ ତାଙ୍କ କୋକେଇ କାନ୍ଧେଇଛନ୍ତି। ପାଞ୍ଚଗାଁସ୍ଥିତ ଶିବମନ୍ଦିର ପୋଖରୀ ଠାରୁ ଏକ ଶୋଭାଯାତ୍ରାରେ ଲକ୍ଷ୍ମୀଧରଙ୍କ […] The post ବିଜେଡି ନେତାଙ୍କ କୋକେଇ କାନ୍ଧେଇଲେ ବିଧାୟକ appeared first on Dharitri Odia News.
ତିଗିରିଆ, ୪ା୩(ଜାଫର ଖାଁ): ତିଗିରିଆ ବ୍ଲକର ବରିଷ୍ଠ ବିଜେଡି ନେତା ତଥା ସୋମପଡା ପଞ୍ଚାୟତର ବିଜେଡି ସଭାପତି ଲକ୍ଷ୍ମୀଧର ସାମନ୍ତରାୟ (୬୮)ଙ୍କ ସୋମବାର ଭୁବନେଶ୍ୱସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଏନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚତ୍ବା ପରେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆସି ଶେଷଦର୍ଶନ କରିବା ସହ ତାଙ୍କ କୋକେଇ କାନ୍ଧେଇଛନ୍ତି।
ପାଞ୍ଚଗାଁସ୍ଥିତ ଶିବମନ୍ଦିର ପୋଖରୀ ଠାରୁ ଏକ ଶୋଭାଯାତ୍ରାରେ ଲକ୍ଷ୍ମୀଧରଙ୍କ ମୃତଦେହକୁ ଗ୍ରାମ ପରିକ୍ରମା କରାଯିବା ପରେ ସୋମପଡ଼ା ପର୍ଯ୍ୟନ୍ତ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ତିଗିରିଆ ବିଜେଡି ସଭାପତି ଅଜିତ ଧୀର, ବ୍ଲକ ଅଧ୍ୟକ୍ଷା ସାରାଣୀ ନାୟକ, ଉପାଧ୍ୟକ୍ଷ ମାନସ ସାହୁ, ଜିଲା ପରିଷଦ ସଭ୍ୟା ସସ୍ମିତା ରାଉତ, ସଭ୍ୟ ସଞ୍ଜୟ ମଲ୍ଲିକ, ପୂର୍ବତନ ସମିତି ଅଧ୍ୟକ୍ଷ ଭାଗୀରଥି ନନ୍ଦ, ରୁପା ଦଳେଇ, ନିରଞ୍ଜନ ଦଳେଇ, ରଘୁନାଥ ଦାଶ ପ୍ରମୁଖ ସାମିଲ ହୋଇଥିଲେ। ସେଠାରୁ ଗ୍ରାମ ଶ୍ମଶାନ ପର୍ଯ୍ୟନ୍ତ ରଣେନ୍ଦ୍ର ଓ ଅନ୍ୟମାନେ ଲକ୍ଷ୍ମୀଧରଙ୍କୁ କୋକେଇରେ କାନ୍ଧେଇ ନେଇଥିଲେ। ଶ୍ମଶାନରେ ଲକ୍ଷ୍ମୀଧରଙ୍କ ପୁତୁରା ତ୍ରିଲିପି ସାମନ୍ତରାୟ ମୁଖାଗ୍ନି ଦେଇଥିଲେ।
ସୋମପଡା ଗ୍ରାମ ପଞ୍ଚାୟତର ବରିଷ୍ଠ ବିଜେଡି ନେତା ତଥା ମୋର ପଥ ପ୍ରଦର୍ଶକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାମନ୍ତରାୟ (ଗୁମାନୀ ଭାଇ) ଙ୍କ ପରଲୋକ ଖବର ଶୁଣି ତୁରନ୍ତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କଲି। ତାଙ୍କର ଦେହାନ୍ତ କେବଳ ମୋ ପାଇଁ ନୁହଁ ବରଂ ତିଗିରିଆରେ ଆମ ଦଳ ପାଇଁ ଏକ ବହୁତ ବଡ କ୍ଷତି ହୋଇଛି।… pic.twitter.com/1Drps7GoaQ
— Ranendra Pratap Swain (@rajaaswain) March 3, 2025
The post ବିଜେଡି ନେତାଙ୍କ କୋକେଇ କାନ୍ଧେଇଲେ ବିଧାୟକ appeared first on Dharitri Odia News.