ଲୁହ ଛଳଛଳ ଆଖିରେ ଆଇପିଏଲ୍ରୁ ବିଦାୟ ନେଲେ ଏହି ଖେଳାଳି!
ଅହମ୍ମଦାବାଦ୍,୨୩।୫: ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ସହିତ ଆଇପିଏଲ ୨୦୨୪ରେ ବେଙ୍ଗାଲୁରୁର ଯାତ୍ରା ସମାପ୍ତ ହୋଇଛି। ଆରସିବି ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କ ଯାତ୍ରା ମଧ୍ୟ ଏହି ମ୍ୟାଚ ସହିତ ଶେଷ ହୋଇଛି। ଯଦିଓ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇ ନାହିଁ, କିନ୍ତୁ କାର୍ତ୍ତିକଙ୍କୁ ମ୍ୟାଚ ପରେ ଯେପରି ‘ଗାର୍ଡ ଅଫ ଅନର’ ଦିଆଯାଇଥିଲା ତାହା […] The post ଲୁହ ଛଳଛଳ ଆଖିରେ ଆଇପିଏଲ୍ରୁ ବିଦାୟ ନେଲେ ଏହି ଖେଳାଳି! appeared first on Dharitri Odia News.
ଅହମ୍ମଦାବାଦ୍,୨୩।୫: ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ସହିତ ଆଇପିଏଲ ୨୦୨୪ରେ ବେଙ୍ଗାଲୁରୁର ଯାତ୍ରା ସମାପ୍ତ ହୋଇଛି। ଆରସିବି ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କ ଯାତ୍ରା ମଧ୍ୟ ଏହି ମ୍ୟାଚ ସହିତ ଶେଷ ହୋଇଛି। ଯଦିଓ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇ ନାହିଁ, କିନ୍ତୁ କାର୍ତ୍ତିକଙ୍କୁ ମ୍ୟାଚ ପରେ ଯେପରି ‘ଗାର୍ଡ ଅଫ ଅନର’ ଦିଆଯାଇଥିଲା ତାହା ଦେଖିଲେ କାର୍ତ୍ତିକ ଶେଷ ଆଇପିଏଲ ମ୍ୟାଚ ଖେଳିଥିବାର ଅନୁମାନ କରାଯାଉଛି।
ମ୍ୟାଚ ପରେ କାର୍ତ୍ତିକ ତାଙ୍କ ଗ୍ଲୋଭସ କାଢି ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଥିଲେ। ମ୍ୟାଚ ପରେ କାର୍ତ୍ତିକ ବହୁତ ଭାବପ୍ରବଣ ଦେଖାଯାଉଥିଲେ। ଯଦିଓ ତାଙ୍କ ଅବସର ସମ୍ପର୍କରେ ଏକ ସରକାରୀ ବିବୃତ୍ତି କାର୍ତ୍ତିକଙ୍କ ପାଖରୁ ଆସିନାହିଁ, ତଥାପି ତାଙ୍କ ଅବସର ନେଇ ଆଲୋଚନା ସବୁଆଡେ ଚାଲିଛି।
କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ଦେଇନାହାଁନ୍ତି। ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟରେ କାର୍ତ୍ତିକଙ୍କ ଚମତ୍କାର ପ୍ରଦର୍ଶନ ଦେଖି ସେ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଉଇକେଟ କିପର ଭାବରେ ଜଣେ ବଡ ପ୍ରତିଯୋଗୀ ଭାବରେ ବିବେଚିତ ହୋଇଥିଲେ। କିନ୍ତୁ ଏଥର ଭାରତୀୟ ଚୟନକର୍ତ୍ତା କାର୍ତ୍ତିକଙ୍କୁ ଟି-୨୦ ବିଶ୍ୱକପ ଖେଳିବାର ସୁଯୋଗ ଦେଇ ନାହାଁନ୍ତି।
ଯଦି ଦୀନେଶ କାର୍ତ୍ତିକ ଅବସର ଘୋଷଣା କରନ୍ତି, ତେବେ ତାଙ୍କର ଆଇପିଏଲ କ୍ୟାରିୟର ପରାଜୟ ସହିତ ଶେଷ ହୋଇଛି। ଏମିନେଟର ମ୍ୟାଚରେ ବେଙ୍ଗାଲୁରୁକୁ ରାଜସ୍ଥାନ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ୪ଟି ଉଇକେଟ ନେଇଥିଲା।
ସୂଚନାଯୋଗ୍ୟ ଯେ, ଦୀନେଶ କାର୍ତ୍ତିକ ଆଇପିଏଲ ଅର୍ଥାତ୍ ୨୦୦୮ର ପ୍ରଥମ ସିଜନରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ୨୫୭ଟି ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୨୩୪ ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୨୬.୩୨ ଏବଂ ଷ୍ଟ୍ରାଇକ ରେଟ ୧୩୫.୩୬ରେ ୪୮୪୨ରନ ସ୍କୋର କରିଥିଲେ। ତାଙ୍କ ବ୍ୟାଟରୁ ୨୨ ଅର୍ଦ୍ଧଶତକ ଆସିଥିଲା। କାର୍ତ୍ତିକ ୪୬୬ ଚୌକା ଓ ୧୬୧ ଛକା ମାରିଥିଲେ।
From #RCB to Dinesh Karthik
#TATAIPL | #RRvRCB | #TheFinalCall | #Eliminator | @RCBTweets | @DineshKarthik pic.twitter.com/p2XI7A1Ta6
— IndianPremierLeague (@IPL) May 22, 2024
The post ଲୁହ ଛଳଛଳ ଆଖିରେ ଆଇପିଏଲ୍ରୁ ବିଦାୟ ନେଲେ ଏହି ଖେଳାଳି! appeared first on Dharitri Odia News.