ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ:ପୁଣି ଦବିଲା ଯୋଡ଼ା ଫ୍ଲାଏ ଓଭର

ଯୋଡ଼ା,୨୪ା୨୦(ମାନସ ମହାନ୍ତି): କେନ୍ଦୁଝର ଜିଲାର ସୁଦୀର୍ଘ ଫ୍ଲାଏ ଓଭର ନିର୍ମାଣର ବର୍ଷେ ନ ପୁରୁଣୁ ବାରମ୍ବାର ଦବୁଛି। ଏହାଦ୍ୱାରା ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ଗୁରୁବାର ପୁଣି ଫ୍ଲାଏ ଓଭର ଦବି ଯାଇଛି। ଠିକା ସଂସ୍ଥା ପକ୍ଷରୁ ମରାମତି କରାଯାଉଥିବା ବେଳେ ରାସ୍ତାରେ ଅନେକ ଶହ ସଂଖ୍ୟାରେ ଲୁହାପଥର ବୋଝେଇ ଭାରିଯାନ ଅଟକି ରହିଛି। ଫଳରେ ଟ୍ରାଫିକ ସମସ୍ୟା ଜଟିଳ ହୋଇଛି। ଡିଏମ୍‌ଏଫ ଅର୍ଥରେ ନିର୍ମିତ ଫ୍ଲାଏ ଓଭରର ଏକ ବର୍ଷ ମଧ୍ୟରେ ବାରମ୍ବାର ଦବୁଥିବାରୁ ସ୍ଥାୟିତ୍ୱକୁ […] The post ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ:ପୁଣି ଦବିଲା ଯୋଡ଼ା ଫ୍ଲାଏ ଓଭର appeared first on Dharitri Odia News.

ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ:ପୁଣି ଦବିଲା ଯୋଡ଼ା ଫ୍ଲାଏ ଓଭର

ଯୋଡ଼ା,୨୪ା୨୦(ମାନସ ମହାନ୍ତି): କେନ୍ଦୁଝର ଜିଲାର ସୁଦୀର୍ଘ ଫ୍ଲାଏ ଓଭର ନିର୍ମାଣର ବର୍ଷେ ନ ପୁରୁଣୁ ବାରମ୍ବାର ଦବୁଛି। ଏହାଦ୍ୱାରା ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ଗୁରୁବାର ପୁଣି ଫ୍ଲାଏ ଓଭର ଦବି ଯାଇଛି। ଠିକା ସଂସ୍ଥା ପକ୍ଷରୁ ମରାମତି କରାଯାଉଥିବା ବେଳେ ରାସ୍ତାରେ ଅନେକ ଶହ ସଂଖ୍ୟାରେ ଲୁହାପଥର ବୋଝେଇ ଭାରିଯାନ ଅଟକି ରହିଛି। ଫଳରେ ଟ୍ରାଫିକ ସମସ୍ୟା ଜଟିଳ ହୋଇଛି। ଡିଏମ୍‌ଏଫ ଅର୍ଥରେ ନିର୍ମିତ ଫ୍ଲାଏ ଓଭରର ଏକ ବର୍ଷ ମଧ୍ୟରେ ବାରମ୍ବାର ଦବୁଥିବାରୁ ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ସହରକୁ ପ୍ରଦୂଷଣରୁ ମୁକ୍ତ ତଥା ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨.୯ କି.ମି. ଦୀର୍ଘ ଏହି ଫ୍ଲାଏ୍‌ ଓଭର ଉଦ୍‌ଘାଟିତ ହୋଇଥିଲା। ତତ୍କାଳୀନ ସରକାର ଏହି ଅସମ୍ପୂର୍ଣ୍ଣ ଫ୍ଲାଏ ଓଭରକୁ ତରବରିଆ ଭାବେ ଲୋକାର୍ପଣ କରି ଦେଇଥିଲେ। ଏହାର ଏକ ବର୍ଷ ନ ପୁରୁଣୁ ଫ୍ଲାଏ ଓଭରର ସ୍ଥାନେ ସ୍ଥାନେ ବାରମ୍ବାର ଫାଟ ସୃଷ୍ଟି ହେବା, ଦବି ଯିବା, ପ୍ରଭୃତି ବିଭିନ୍ନ ସମସ୍ୟା ଦେଖା ଦେଇଛି। ଓଡ଼ିଶା ବ୍ରିଜ୍‌ କନଷ୍ଟ୍ରକ୍ଟଶନ କର୍ପୋରେଶନ ଲିମିଟେଡର ସାଧାରଣ ପରିଚାଳକ ନରସିଂହ ମହାନ୍ତଙ୍କ ସର୍ବେକ୍ଷଣରେ ନିର୍ମାଣ କରାଯାଇଥିଲା।

ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହୋଇଥିବା ସୂଚନା ଦିଆ ଯାଇଥିବା ବେଳେ ଗୁରୁବାର ଫ୍ଲାଏ ଓଭରର ଏକ ଅଂଶ ଝିପି ଝିପି ବର୍ଷାରେ ଦବିଯାଇଛି। ଖବର ପାଇ ତରବରିଆ ଭାବେ ଓବିସିସି ପକ୍ଷରୁ ନିୟୋଜିତ ଠିକାସଂସ୍ଥା ଚେଭରକ୍ସ ଏହାର ମରାମତି କାର୍ଯ୍ୟ କରୁଥିବା ଦେଖାଯାଇଥିଲା। ଏହାର କାରଣ ସମ୍ପର୍କରେ ପଚାରିବାରୁ ଠିକାସଂସ୍ଥାର ଯନ୍ତ୍ରୀ ଆନନ୍ଦ କୁମାର କହିଥିଲେ, ଫ୍ଲାଏ ଓଭରର ଏହି ନିର୍ଦ୍ଦିଷ୍ଟ ସ୍ଥାନଟି ଭାରିଯାନ ଚଳାଚଳ ହେତୁ ଦବିଯିବାରୁ ପିକ୍ୟୁସି(କଂକ୍ରିଟ୍‌) କାର୍ଯ୍ୟ କରାଯାଉଛି। ତେବେ ପିକ୍ୟୁସିର ମୂଳ ଅର୍ଥ ପଚାରିବାରୁ ଯନ୍ତ୍ରୀ ଆନନ୍ଦ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ।

ତରବରିଆ ଭାବେ ସମ୍ପୂର୍ଣ୍ଣ ନ କରି ନିବାଚନ ପୂର୍ବରୁ ଲୋକାର୍ପଣ କରିବା ହେତୁ ଏହାର କାର୍ଯ୍ୟ ନିମ୍ନମାନର ହୋଇଥିବା ଟ୍ରକ୍‌ ଡ୍ରାଇଭର ସାନ୍ତୁନୁ ଗିରି, ଶିବରାମ ମାଝି, ଦୀପକ କୁମାର, ବାଇକ ଆରୋହୀ ଶିବବ୍ରତ ଦାସ ପ୍ରମୁଖ କହିଛନ୍ତି। ନିମ୍ନମାନର ନିର୍ମାଣ କାର୍ଯ୍ୟ ତଦନ୍ତ ପାଇଁ ଦାବି କରିଛନ୍ତି।

The post ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ:ପୁଣି ଦବିଲା ଯୋଡ଼ା ଫ୍ଲାଏ ଓଭର appeared first on Dharitri Odia News.