‘ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ଜମି ଛଡ଼ାଯିବନି; ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ଵର, ୧୭/୧୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି । ଜମି ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କ୍ରେତା ଏବଂ ବିକ୍ରେତା ଓ ସମ୍ପୃକ୍ତ ସବ୍-ରେଜିଷ୍ଟାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏହାଛଡ଼ା ଆଇନମନ୍ତ୍ରୀ ପୁରୀ ବାସେଳୀ ସାହି ଘଟଣାରେ ମଧ୍ୟ ଚେତାବନୀ ଦେଇଛନ୍ତି । ମନ୍ଦିର ପ୍ରଶାସନର ଯାହା ଦାୟିତ୍ୱ ତାକୁ ନିର୍ବାହ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପଟେ ଜବରଦଖଲ ଥିବା ଜମିକୁ ବିକ୍ରି କରି କର୍ପସ ଫଣ୍ଡ୍ ସଂଗ୍ରହ କରିବା ପାଇଁ ଆଇନ ବିଭାଗ ଯୋଜନା କରୁଛି । ୨୦୦୩ ୟୁନିଫର୍ମ ପଲିସି ଅନୁସାରେ, ଜବରଦଖଲ ହୋଇଥିବା ଜଗନ୍ନାଥ ଜମିଗୁଡିକର ସେଟଲମେଣ୍ଟ କରାଯିବ । ପୁରୀ ସହର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳରେ ମହାପ୍ରଭୁଙ୍କ ଜମି ଜବରଦଖଲ ହୋଇରହିଛି । ଏହି ପ୍ରକ୍ରିୟାରେ ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରାଯିବ । ସେଟଲମେଣ୍ଟ ହେବା ଦ୍ୱାରା ପ୍ରାୟ ୮ରୁ ୧୦ ହଜାର କୋଟି ଟଙ୍କାର କର୍ପସ୍ ଫଣ୍ଡ୍ ଗଠନ ହୋଇପାରିବ । ଅଧିକ ଜମି ଆବଶ୍ୟକ ଥିଲେ, ବେଞ୍ଚ ମାର୍କ ଭାଲ୍ୟୁରେ ଜମି କିଣି ପାରିବେ ବୋଲି ଆଇନମନ୍ତ୍ରୀ କହିଛନ୍ତି।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନାକତଳେ ଚାଲିଥିଲା ମହାପ୍ରଭୁଙ୍କ ଜମିର ବେଆଇନ ବିକ୍ରି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାଣିବା ପରେ କାର୍ଯ୍ୟାନୁଷ

‘ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ଜମି ଛଡ଼ାଯିବନି; ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ଵର, ୧୭/୧୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି । ଜମି ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କ୍ରେତା ଏବଂ ବିକ୍ରେତା ଓ ସମ୍ପୃକ୍ତ ସବ୍-ରେଜିଷ୍ଟାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏହାଛଡ଼ା ଆଇନମନ୍ତ୍ରୀ ପୁରୀ ବାସେଳୀ ସାହି ଘଟଣାରେ ମଧ୍ୟ ଚେତାବନୀ ଦେଇଛନ୍ତି । ମନ୍ଦିର ପ୍ରଶାସନର ଯାହା ଦାୟିତ୍ୱ ତାକୁ ନିର୍ବାହ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପଟେ ଜବରଦଖଲ ଥିବା ଜମିକୁ ବିକ୍ରି କରି କର୍ପସ ଫଣ୍ଡ୍ ସଂଗ୍ରହ କରିବା ପାଇଁ ଆଇନ ବିଭାଗ ଯୋଜନା କରୁଛି । ୨୦୦୩ ୟୁନିଫର୍ମ ପଲିସି ଅନୁସାରେ, ଜବରଦଖଲ ହୋଇଥିବା ଜଗନ୍ନାଥ ଜମିଗୁଡିକର ସେଟଲମେଣ୍ଟ କରାଯିବ । ପୁରୀ ସହର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳରେ ମହାପ୍ରଭୁଙ୍କ ଜମି ଜବରଦଖଲ ହୋଇରହିଛି । ଏହି ପ୍ରକ୍ରିୟାରେ ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରାଯିବ । ସେଟଲମେଣ୍ଟ ହେବା ଦ୍ୱାରା ପ୍ରାୟ ୮ରୁ ୧୦ ହଜାର କୋଟି ଟଙ୍କାର କର୍ପସ୍ ଫଣ୍ଡ୍ ଗଠନ ହୋଇପାରିବ । ଅଧିକ ଜମି ଆବଶ୍ୟକ ଥିଲେ, ବେଞ୍ଚ ମାର୍କ ଭାଲ୍ୟୁରେ ଜମି କିଣି ପାରିବେ ବୋଲି ଆଇନମନ୍ତ୍ରୀ କହିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନାକତଳେ ଚାଲିଥିଲା ମହାପ୍ରଭୁଙ୍କ ଜମିର ବେଆଇନ ବିକ୍ରି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ପୁରୀ ମାଟିତୋଟା ମୌଜାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ମୂଲ୍ୟବାନ ଜମି ବେଆଇନ୍‌ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି । ଏନେଇ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳିସାହି ଥାନାରେ ଏତଲା ଦିଆଯାଇଛି । ମାଟିତୋଟା ମୌଜା ୟୁନିଟ୍‌ ନଂ-୧, ଖାତା ନମ୍ବର-୩୮ର ସମୁଦାୟ ୧୦୯ଟି ପ୍ଲଟର ଏହି ଜମିକୁ ବେଆଇନ୍‌ ହସ୍ତାନ୍ତର ଉଦ୍ୟମ ହୋଇଛି । ଏହି ୧୦୯ଟି ପ୍ଲଟ୍‌ ୬୪ ଏକରରୁ ଅଧିକ ଜମି ହେବ ବୋଲି ଜଣାପଡ଼ିଛି । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରେସ୍‌ ବାର୍ତ୍ତାରେ ଗଣାମଧ୍ୟମକୁ ଦେଇଥିଲେ । ଏହା ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରିଛନ୍ତି । 


୨୪ ବର୍ଷ ପରେ ନୂଆ ସରକାର ଆସିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନିକ ଦାୟିତ୍ୱକୁ ଫେରିଥିବା ଡ. ଅରବିନ୍ଦ ପାଢ଼ୀ କିଛିଦିନ ତଳେ ବେଆଇନ ନିଯୁକ୍ତି ଓ ବେଆଇନ ଜମି କାରବାର ସମ୍ପର୍କରେ ସୁରାକ୍‌ ପାଇଥିଲେ । ଅବସର ପରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଧିକାରୀଙ୍କୁ ଜଣଙ୍କ ପରେ ଜଣଙ୍କୁ ବିଦା କରିଥିଲେ । କିଛିଦିନ ତଳେ ଶ୍ରୀମନ୍ଦିର ଜମି ଉପବିଭାଗ ଓ ଅନ୍ୟ ଉପବିଭାଗରେ ଦୀର୍ଘ ଦିନ ଧରି ଗୋଟିଏ ସିଟ୍‌ରେ ରହିଥିବା ଅଧିକାରୀଙ୍କୁ ଉପବିଭାଗ ସ୍ତରରେ ଅଦଳବଦଳ କରିଥିଲେ । ଫଳରେ ଏବେ ଶ୍ରୀମନ୍ଦିର ପ୍ରାଶାସନିକ ଅଧିକାରୀ ଓ ଦଲାଲଙ୍କ ଭିତରେ ଚାଲିଥିବା ମଧୁଚନ୍ଦ୍ରିକାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି । ମହାପ୍ରଭୁଙ୍କ ଜମିକୁ ବେଆଇନ ଭାବେ ସକ୍ରିୟ ଦଲାଲମାନେ ବିକ୍ରି କରି କୋଟିକୋଟି ଟଙ୍କା ଅଣ୍ଟିରେ ପୂରାଇ ସାରିଲେଣି । ଦଲାଲଙ୍କ ମିଛ କଥାରେ ଭାସିଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ଭାବେ ହାତେଇଥିବା ବ୍ୟକ୍ତିମାନେ ଏବେ ହିନସ୍ତା ହେବା ଆଶଙ୍କା ଦେଖାଦେଇଛି ।