‘S’ ନୁହଁ ‘T’ ଫର ସୁନାମୀ, ଜାଣନ୍ତୁ Tsunamiରେ କାହିଁ ହୁଏନି Tର ଉଚ୍ଚାରଣ?
ନୂଆଦିଲ୍ଲୀ ୩୦।୭: ଇଂରାଜୀରେ ଏପରି ଅନେକ ଶବ୍ଦ ଅଛି ଯାହାକୁ ଅନ୍ୟ ଭାଷାରୁ ଗ୍ରହଣ କରାଯାଇଛି। ଏଣୁ ଏହି ସବୁ ଶବ୍ଦକୁ ମୂଳ ଭାଷା ଅନୁରୂପ ଲେଖା ଯାଇଥାଏ, ତେବେ ଉଚ୍ଚାରଣ ପ୍ରାୟତଃ ବଦଳିଯାଏ। ଏହି ପରି ଏକ ଶବ୍ଦ ହେଉଛି Tsunami ଯାହାକୁ ଆମେ ସାଧାରଣତଃ ‘ସୁନାମୀ’ ଉଚ୍ଚାରଣ କରିଥାଏ। ୩୦ ଜୁଲାଇ ବୁଧବାର ଋଷିଆର କାମଚଟକା ଦ୍ୱୀପ ନିକଟରେ ୮.୮ ତୀବ୍ରତାର ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି ହୋଇଛି। କେଉଁଠୁ ଆସିଲା Tsunami ଶବ୍ଦ?ସୁନାମୀ ଶବ୍ଦ ଜାପାନୀ ଭାଷାରୁ ଆସିଛି। ଜାପାନୀ ଭାଷାରେ ଟିଏସୟୁର ଅର୍ଥ ବନ୍ଦର ଓ ନାମୀର ଅର୍ଥ ହେଉଛି ଢେଉ। ଅର୍ଥାତ ବନ୍ଦର ଉପରକୁ ମାଡ଼ି ଆସୁଥିବା ଭୀଷଣ ଢେଉକୁ ବୁଝାଇବା ପାଇଁ ଏହି ଶବ୍ଦ ପ୍ରୟୋଗ କରାଯାଏ। ଜାପାନ ଏକ ଦ୍ୱୀପ ଦେଶ। ଏଣୁ ଏଠାରେ ସମୁଦ୍ରରୁ ମାଡି ଆସୁଥିବା ଲହଡି ପ୍ରାୟତଃ ବନ୍ଦରକୁ ପ୍ରଭାବିତ କରିଥାଏ। ଏହି କାରଣରୁ ସୁନାମୀ ଶବ୍ଦ ଜାପାନରୁ ସାରା ବିଶ୍ୱକୁ ବ୍ୟାପ୍ତ ହୋଇଛି। Tsunamiରେ କାହିଁକି ଉଚ୍ଚାରଣ ହୁଏନି T?ଜାପାନୀ ଭାଷାରେ Tsuର ଉଚ୍ଚାରଣ ‘ତ୍ସୁ’ ଭଳି ହୋଇଥାଏ। ତେବେ ଏପରି ଉଚ୍ଚାରଣ ଇଂରାଜୀରେ ହୋଇ ପାରିନଥାଏ। ଏଣୁ ଯେଉଁମାନେ ଇଂରାଜୀରେ କଥା ହୁଅନ୍ତି ସେମାନେ ସୁନାମୀ ବୋଲି କହନ୍ତି। ତେବେ ଶବ୍ଦର ବନାନ ମୂଳ ଜାପାନୀ ଭାଷାରେ ରହିଛି। ଯାହାଦ୍ୱାରା ଏହାର ଅସଲ ଅର୍ଥ ବଦଳି ନ ଯାଏ। କିପରି ଆସେ ସୁନାମୀ?ସୁନାମୀ ସମୁଦ୍ର ଗଭୀରତାରେ ହେଉଥିବା ଭୂଗର୍ଭୀୟ ଗତିବିଦ୍ଧି
ନୂଆଦିଲ୍ଲୀ ୩୦।୭: ଇଂରାଜୀରେ ଏପରି ଅନେକ ଶବ୍ଦ ଅଛି ଯାହାକୁ ଅନ୍ୟ ଭାଷାରୁ ଗ୍ରହଣ କରାଯାଇଛି। ଏଣୁ ଏହି ସବୁ ଶବ୍ଦକୁ ମୂଳ ଭାଷା ଅନୁରୂପ ଲେଖା ଯାଇଥାଏ, ତେବେ ଉଚ୍ଚାରଣ ପ୍ରାୟତଃ ବଦଳିଯାଏ। ଏହି ପରି ଏକ ଶବ୍ଦ ହେଉଛି Tsunami ଯାହାକୁ ଆମେ ସାଧାରଣତଃ ‘ସୁନାମୀ’ ଉଚ୍ଚାରଣ କରିଥାଏ। ୩୦ ଜୁଲାଇ ବୁଧବାର ଋଷିଆର କାମଚଟକା ଦ୍ୱୀପ ନିକଟରେ ୮.୮ ତୀବ୍ରତାର ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି ହୋଇଛି।
କେଉଁଠୁ ଆସିଲା Tsunami ଶବ୍ଦ?
ସୁନାମୀ ଶବ୍ଦ ଜାପାନୀ ଭାଷାରୁ ଆସିଛି। ଜାପାନୀ ଭାଷାରେ ଟିଏସୟୁର ଅର୍ଥ ବନ୍ଦର ଓ ନାମୀର ଅର୍ଥ ହେଉଛି ଢେଉ। ଅର୍ଥାତ ବନ୍ଦର ଉପରକୁ ମାଡ଼ି ଆସୁଥିବା ଭୀଷଣ ଢେଉକୁ ବୁଝାଇବା ପାଇଁ ଏହି ଶବ୍ଦ ପ୍ରୟୋଗ କରାଯାଏ। ଜାପାନ ଏକ ଦ୍ୱୀପ ଦେଶ। ଏଣୁ ଏଠାରେ ସମୁଦ୍ରରୁ ମାଡି ଆସୁଥିବା ଲହଡି ପ୍ରାୟତଃ ବନ୍ଦରକୁ ପ୍ରଭାବିତ କରିଥାଏ। ଏହି କାରଣରୁ ସୁନାମୀ ଶବ୍ଦ ଜାପାନରୁ ସାରା ବିଶ୍ୱକୁ ବ୍ୟାପ୍ତ ହୋଇଛି।
Tsunamiରେ କାହିଁକି ଉଚ୍ଚାରଣ ହୁଏନି T?
ଜାପାନୀ ଭାଷାରେ Tsuର ଉଚ୍ଚାରଣ ‘ତ୍ସୁ’ ଭଳି ହୋଇଥାଏ। ତେବେ ଏପରି ଉଚ୍ଚାରଣ ଇଂରାଜୀରେ ହୋଇ ପାରିନଥାଏ। ଏଣୁ ଯେଉଁମାନେ ଇଂରାଜୀରେ କଥା ହୁଅନ୍ତି ସେମାନେ ସୁନାମୀ ବୋଲି କହନ୍ତି। ତେବେ ଶବ୍ଦର ବନାନ ମୂଳ ଜାପାନୀ ଭାଷାରେ ରହିଛି। ଯାହାଦ୍ୱାରା ଏହାର ଅସଲ ଅର୍ଥ ବଦଳି ନ ଯାଏ।
କିପରି ଆସେ ସୁନାମୀ?
ସୁନାମୀ ସମୁଦ୍ର ଗଭୀରତାରେ ହେଉଥିବା ଭୂଗର୍ଭୀୟ ଗତିବିଦ୍ଧି ଯୋଗୁ ସୃଷ୍ଟି ହୋଇଥାଏ। ସମୁଦ୍ରରେ ଭୂମିକମ୍ପ, ଅଗ୍ନେୟଗିରି ଉଦଗିରଣ, ସମୁଦ୍ର ତଳେ ଭୂ ସ୍ଖଳନଏହି ସବୁ ଘଟଣା ଯୋଗୁ ସମୁଦ୍ର ପୃଷ୍ଠରେ ବଡ଼ ତରଙ୍ଗ ସୃଷ୍ଟି ହୁଏ, ଯାହା ଉପକୂଳକୁ ପହଞ୍ଚି ପ୍ରଳୟ ରଚେ। କେବେ କେବେ ଏହି ଲହଡିର ଉଚ୍ଚତା ୧୦ରୁ ୧୫ ମିଟର ପର୍ଯ୍ୟନ୍ତ ମଧ୍ୟ ହୋଇଥାଏ।