SAIL Recruitment 2024: ଆପଣ ୨ଲକ୍ଷ ଟଙ୍କା ପରେ ଦରମା ବାଲା ଚାକିରି ଚାହୁଁଛନ୍ତି କି… SAIL ରେ କରନ୍ତୁ ଆବେଦନ
ଅନେକ ଉଚ୍ଚଶିକ୍ଷିତଙ୍କ ଲକ୍ଷ ଭଲ ଚାକିରି ସାଙ୍ଗକୁ ଉଚ୍ଚ ଦରମା। ଆପଣ ଯଦି ଏହି ଲକ୍ଷରେ ଅଛନ୍ତି ତେବେ ସୁଯୋଗ ଆପଣଙ୍କ ହାତରେ। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ଏହି ସୁଯୋଗ ନେଇଆସିଛି।
ଅନେକ ଉଚ୍ଚଶିକ୍ଷିତଙ୍କ ଲକ୍ଷ ଭଲ ଚାକିରି ସାଙ୍ଗକୁ ଉଚ୍ଚ ଦରମା। ଆପଣ ଯଦି ଏହି ଲକ୍ଷରେ ଅଛନ୍ତି ତେବେ ସୁଯୋଗ ଆପଣଙ୍କ ହାତରେ। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ଏହି ସୁଯୋଗ ନେଇଆସିଛି। ଏନେଇ SAIL ଏକ ବିଜ୍ଞପ୍ତି ପ୍ରକାଶ କରିଛି। SAIL ରେ ମ୍ୟାନେଜର ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ।
ଏହି ନିଯୁକ୍ତି ପ୍ରକ୍ରିୟାରେ SAIL ରେ ଡେପୁଟି ମ୍ୟାନେଜର ଏବଂ ମ୍ୟାନେଜର ପଦବୀ ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୫୫ ଟି ପଦବୀ ପୂରଣ ହେବ। ଆପଣ ଯଦି ଗ୍ରାଜୁଏସନ କରିବା ସହିତ ଏହି ସବୁ ଯୋଗ୍ୟତା ଅଛି ଏହାର ସୁଯୋଗ ନେଇପାରିବେ।
ଅଧିକ ପଢ଼ନ୍ତୁ: ସୀମା ସୁରକ୍ଷା ବଳରେ ଚାକିରି ସୁଯୋଗ; ଏକ ଲକ୍ଷ ପରେ ଦରମା
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SAIL ର ଅଫିସିଆଲ୍ ୱେବସାଇଟ୍ sail.co.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Sail Recruitment 2024 Applied for manager post Notification ଉପରେ କ୍ଲିକ୍ କରନ୍ତୁ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୬ ମାର୍ଚ୍ଚ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୧୬ ଏପ୍ରିଲ୍ ୨୦୨୪
ଖାଲି ପଦବୀ:
- ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ, CET ରାଞ୍ଚି ଏବଂ ଝାଡଖଣ୍ଡ ଗ୍ରୁପ୍ ଅଫ୍ ମାଇନ୍ସର ବିଭିନ୍ନ ବିଭାଗରେ ପଦବୀ ଖାଲି
- ମ୍ୟାନେଜର (ଗ୍ରେଡ୍ ଇ -୩) ଏବଂ ଡେପୁଟି ମ୍ୟାନେଜର (ପ୍ରୋଜେକ୍ଟ) (ଗ୍ରେଡ୍ ଇ-୨) ପଦବୀ ଖାଲି
- ମୋଟ ୫୫ ଟି ପଦବୀ ପୂରଣ ହେବ
- ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଶିକ୍ଷାଗତ ଯୋଗ୍ୟତା:
- ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ମେକାନିକାଲ୍ ଇଞ୍ଜିନିୟରିଂ, ସିଭିଲ୍ ଇଞ୍ଜିନିୟରିଂ, ଜିଓଲୋଜି, ମିନେରାଲ୍ ବେନିଫିକେସନ୍, ମାଇନିଂ ଇଞ୍ଜିନିୟରିଂ
- ଅନ୍ୟାନ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକରେ ସ୍ନାତକ କିମ୍ବା ମାଷ୍ଟର ଡିଗ୍ରୀ
ବୟସ ସୀମା:
- ସର୍ବାଧିକ ବୟସ(ମ୍ୟାନେଜର ଓ ଡେପୁଟି ମ୍ୟାନେଜର୍) – ୩୫ ବର୍ଷ
- ସର୍ବାଧିକ ବୟସ(ମ୍ୟାନେଜର-(ପ୍ରୋଜେକ୍ଟ) (ଗ୍ରେଡ୍ ଇ-୨)) – ୩୨ ବର୍ଷ
ବୟସ କୋହଳ:
- OBC – ୩ ବର୍ଷ
- SC/ST – ୫ ବର୍ଷ
ଅଧିକ ପଢ଼ନ୍ତୁ: OAVS ରେ ନିଯୁକ୍ତି ପାଇବେ ଶିକ୍ଷକ ଓ ପ୍ରିନ୍ସପାଲ୍; ୧୩୦୦ରୁ ଅଧିକ ପଦବୀ ପୂରଣ ହେବ
ଆବେଦନ ଶୁଳ୍କ:
- ସାଧାରଣ/ OBC – ୭୦୦ ଟଙ୍କା
- SC/ST/PwD – ଦେୟ ମୁକ୍ତ
ଦରମା:
- ସର୍ବନିମ୍ନ ମାସିକ ଦରମା – ୭୦, ୦୦୦ ଟଙ୍କା
- ସର୍ବାଧିକ ମାସିକ ଦରମା – ୨,୨୦, ୦୦୦ ଟଙ୍କା