ଗମ୍ଭୀରଙ୍କ ପୂର୍ବରୁ ଭିଭିଏସ୍ ଲକ୍ଷ୍ମଣ ହେବେ ଟିମ୍ ଇଣ୍ଡିଆର ହେଡ୍ କୋଚ୍! ରିପୋର୍ଟରେ ବଡ ଖୁଲାସା
ନୂଆଦିଲ୍ଲୀ ୨୧/୦୬: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ହୋଇପାରନ୍ତି ଭିଭିଏସ୍ ଲକ୍ଷ୍ମଣ । ଗମ୍ଭୀରଙ୍କ ପୂର୍ବରୁ ତାଙ୍କ ନାଁ ନେଇ ଖୁବ୍ ଜୋରରେ ହେଉଛି ଆଲୋଚନା । ଏନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି । ତଥାପି ସେ ହେଡ୍ କୋଚ୍ ହେବେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଗମ୍ଭୀର କୋଚ୍ ହେବେ ବୋଲି ଖୁବ୍ ଜୋରରେ ଚର୍ଚ୍ଚା ହେୁଉଥିଲା । ଏବେ କିନ୍ତୁ ଲକ୍ଷ୍ମଣଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । କହିବାକୁ ଗଲେ ଟିମ୍ ଇଣ୍ଡିଆ ଏବେ ଟି-୨୦ବିଶ୍ୱକପ୍ ୨୦୨୪ ଖେଳୁଛି । ଏହି ବିଶ୍ୱକପ ପରେ ଦଳର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବ । ଦ୍ରାବିଡ଼ଙ୍କ ପରେ ଭାରତୀୟ ଦଳର କୋଚ୍ କିଏ ହେବ ବୋଲି ଅନେକ ନାଁ ସାମ୍ନାକୁ ଆସୁଥିଲା । କିନ୍ତୁ, ଏବେ ଗମ୍ଭୀରଙ୍କ ପୂର୍ବରୁ ଭିଭିଏସ୍ ଲକ୍ଷ୍ମଣ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବେ ବୋଲି ଖବର ଶିରୋନାମାରେ ରହିଛି । ଟି-୨୦ ୱାର୍ଲ୍ଡକପ୍ ୨୦୨୪ ପରେ ଟିମ୍ ଇଣ୍ଡିଆ ଜିମ୍ବାୱେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୫ଟିକିଆ ଟି-20 ସିରିଜ୍ ଖେଳିପାରେ ଭାରତ ଦଳ । ପିଟିଆଇ ଅନୁଯାୟୀ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଏହି ଗସ୍ତରେ ଟିମ୍ ଇଣ୍ଡିଆ ସହିତ ସାମିଲ୍ ହୋଇପାରନ୍ତି । ଯଦି ଗମ୍ଭୀର ଟିମ୍ ଇଣ୍ଡିଆର କୋଚ୍ ହୁଅନ୍ତି, ତେବେ ସେ ଜିମ୍ବାୱେ ଗସ୍ତରେ ଟିମ୍ ଇଣ୍ଡିଆ ସହିତ ଯିବେ ନାହିଁ । ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ
ନୂଆଦିଲ୍ଲୀ ୨୧/୦୬: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ହୋଇପାରନ୍ତି ଭିଭିଏସ୍ ଲକ୍ଷ୍ମଣ । ଗମ୍ଭୀରଙ୍କ ପୂର୍ବରୁ ତାଙ୍କ ନାଁ ନେଇ ଖୁବ୍ ଜୋରରେ ହେଉଛି ଆଲୋଚନା । ଏନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି । ତଥାପି ସେ ହେଡ୍ କୋଚ୍ ହେବେ ବୋଲି ଚର୍ଚ୍ଚା ହେଉଛି ।
ପୂର୍ବରୁ ଗମ୍ଭୀର କୋଚ୍ ହେବେ ବୋଲି ଖୁବ୍ ଜୋରରେ ଚର୍ଚ୍ଚା ହେୁଉଥିଲା । ଏବେ କିନ୍ତୁ ଲକ୍ଷ୍ମଣଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । କହିବାକୁ ଗଲେ ଟିମ୍ ଇଣ୍ଡିଆ ଏବେ ଟି-୨୦ବିଶ୍ୱକପ୍ ୨୦୨୪ ଖେଳୁଛି । ଏହି ବିଶ୍ୱକପ ପରେ ଦଳର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବ ।
ଦ୍ରାବିଡ଼ଙ୍କ ପରେ ଭାରତୀୟ ଦଳର କୋଚ୍ କିଏ ହେବ ବୋଲି ଅନେକ ନାଁ ସାମ୍ନାକୁ ଆସୁଥିଲା । କିନ୍ତୁ, ଏବେ ଗମ୍ଭୀରଙ୍କ ପୂର୍ବରୁ ଭିଭିଏସ୍ ଲକ୍ଷ୍ମଣ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବେ ବୋଲି ଖବର ଶିରୋନାମାରେ ରହିଛି । ଟି-୨୦ ୱାର୍ଲ୍ଡକପ୍ ୨୦୨୪ ପରେ ଟିମ୍ ଇଣ୍ଡିଆ ଜିମ୍ବାୱେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୫ଟିକିଆ ଟି-20 ସିରିଜ୍ ଖେଳିପାରେ ଭାରତ ଦଳ ।
ପିଟିଆଇ ଅନୁଯାୟୀ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଏହି ଗସ୍ତରେ ଟିମ୍ ଇଣ୍ଡିଆ ସହିତ ସାମିଲ୍ ହୋଇପାରନ୍ତି । ଯଦି ଗମ୍ଭୀର ଟିମ୍ ଇଣ୍ଡିଆର କୋଚ୍ ହୁଅନ୍ତି, ତେବେ ସେ ଜିମ୍ବାୱେ ଗସ୍ତରେ ଟିମ୍ ଇଣ୍ଡିଆ ସହିତ ଯିବେ ନାହିଁ । ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଜଣାପଡିନି ।
ବିସିସିଆଇ ସୂତ୍ରରୁ ଜଣାପଡିଛି "ଭିଭିଏସ୍ ଲକ୍ଷ୍ମଣ କିଛି ଏନସିଏ କୋଚ୍ଙ୍କ ସହ ଜିମ୍ବାୱେ ଯିବାର ସମ୍ଭାବନା ଅଛି । ଯେତେବେଳେ ରାହୁଲ ଦ୍ରାବିଡ ଏବଂ ପ୍ରଥମ ଦଳର ପ୍ରଶିକ୍ଷକ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ବିରତି ନେଇଥିଲେ, ଲକ୍ଷ୍ମଣ ଏବଂ ତାଙ୍କ ଟିମ୍ ସର୍ବଦା ଆଗକୁ ଆସୁଥିଲେ ।
ଯଦି ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହୁଅନ୍ତି, ତେବେ ସେ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆରେ ଯୋଗଦାନ କରିପାରିବେ। ଜିମ୍ବାୱେ ଗସ୍ତ ପରେ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ଶ୍ରୀଲଙ୍କା ଗସ୍ତ କରିବ । ବର୍ତ୍ତମାନ ଏହି ଭ୍ରମଣରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ କିଏ ତା ଉପରେ ରହିଛି ସମସ୍ତଙ୍କ ନଜର ।