Samsung ଲଞ୍ଚ କରିବ ୟୁନିକ୍ Foldable ସ୍ମାର୍ଟଫୋନ୍, ଜାଣନ୍ତୁ କ’ଣ ରହିଛି ଖାସ୍

Samsung ଏକ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଉପରେ କାମ କରୁଛି ଯାହାକୁ ଉଭୟ ସାଇଡରୁ ବ୍ୟବହାର କରାଯାଇପାରିବ । ଦକ୍ଷିଣ କୋରିଆନ୍ କମ୍ପାନୀର ଏହି ଫୋଲ୍ଡେବଳ୍ ଫୋନର ଡିଜାଇନକୁ ଆମେରିକୀୟ ପେଟେଣ୍ଟ ଏବଂ ଟ୍ରେଡମାର୍କରୁ ଆପ୍ରୁଭାଲ୍ ମିଳିଛି । ଏହି ଫୋଲ୍ଡେବଲ୍ ଫୋନ୍ ୩୬୦ ଡିଗ୍ରୀ ହିଞ୍ଜ ସହିତ ଆସିବ, ଯାହା ଯୋଗୁଁ ଏହାକୁ ଉଭୟ ପାର୍ଶ୍ବରୁ ଫୋଲ୍ଡ କରାଯାଇପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ସମସ୍ତ ଫୋଲ୍ଡେବଲ୍ ଫୋନ୍ ତୁଳାନାରେ ସାମସଙ୍ଗର ଏହି ଫୋଲ୍ଡେବଲ୍ ଫୋନ୍ […] The post Samsung ଲଞ୍ଚ କରିବ ୟୁନିକ୍ Foldable ସ୍ମାର୍ଟଫୋନ୍, ଜାଣନ୍ତୁ କ’ଣ ରହିଛି ଖାସ୍ appeared first on KNews Odisha.

Samsung ଲଞ୍ଚ କରିବ ୟୁନିକ୍ Foldable ସ୍ମାର୍ଟଫୋନ୍, ଜାଣନ୍ତୁ କ’ଣ ରହିଛି ଖାସ୍
samsung fold

Samsung ଏକ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଉପରେ କାମ କରୁଛି ଯାହାକୁ ଉଭୟ ସାଇଡରୁ ବ୍ୟବହାର କରାଯାଇପାରିବ । ଦକ୍ଷିଣ କୋରିଆନ୍ କମ୍ପାନୀର ଏହି ଫୋଲ୍ଡେବଳ୍ ଫୋନର ଡିଜାଇନକୁ ଆମେରିକୀୟ ପେଟେଣ୍ଟ ଏବଂ ଟ୍ରେଡମାର୍କରୁ ଆପ୍ରୁଭାଲ୍ ମିଳିଛି । ଏହି ଫୋଲ୍ଡେବଲ୍ ଫୋନ୍ ୩୬୦ ଡିଗ୍ରୀ ହିଞ୍ଜ ସହିତ ଆସିବ, ଯାହା ଯୋଗୁଁ ଏହାକୁ ଉଭୟ ପାର୍ଶ୍ବରୁ ଫୋଲ୍ଡ କରାଯାଇପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ସମସ୍ତ ଫୋଲ୍ଡେବଲ୍ ଫୋନ୍ ତୁଳାନାରେ ସାମସଙ୍ଗର ଏହି ଫୋଲ୍ଡେବଲ୍ ଫୋନ୍ ଏକ ୟୁନିକ ଡିଜାଇନ୍ ସହିତ ଆସିପାରିବ । ଏପର୍ଯ୍ୟନ୍ତ ବଜାରରେ ସିଙ୍ଗଲ ଏବଂ ଟ୍ରିପଲ୍ ଫୋଲ୍ଡ ଫୋନ୍ କର୍ମସିଆଲି ଭାବରେ ଲଞ୍ଚ କରାଯାଇଛି । ହେଲେ ଏହି ଫୋଲ୍ଡେବଲ୍ ଫୋନ୍ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ବଙ୍କା ହୁଏ ।

ପେଟେଣ୍ଟ ଇମେଜକୁ ଟିପଷ୍ଟର ଦ୍ବାରା ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଛି । ଏକ ରିପୋର୍ଟ ଅନୁଯାୟୀ, ଫୋନର ଫ୍ଲେକ୍ସିବଲ୍ ଡିଜାଇନ୍ ଏହାକୁ ଉଭୟ ପାର୍ଶ୍ବରୁ ଫୋଲ୍ଡ କରିପାରିବ । ଏହି ଫୋଲ୍ଡେବଳ୍ ଫୋନରେ ୩୬୦ ଡିଗ୍ରୀ ବେନଡିଂ ହିଞ୍ଜ ଲଗାଯାଇଛି । ୟୁଜର୍ସମାନେ ଏହି ଫୋଲ୍ଡେବଳ୍ ଫୋନକୁ ଉଭୟ ପାର୍ଶରୁ ବଙ୍କା କରି ବ୍ୟବହାର କରିପାରିବେ, ଯାହା ସେମାନଙ୍କୁ ୟୁନିକ୍ ଏକ୍ସପେରିୟନ୍ସ ଦେବ ।

ଯଦି ରିପୋର୍ଟକୁ ବିଶ୍ବାସ୍ କରାଯାଏ, ତେବେ ସାମସଙ୍ଗର ଏହି ଫୋଲ୍ଡେବଳ୍ ଫୋନଟି କମ୍ପାନୀ ଦ୍ବାରା ଡେଭଲପ୍ ହେଉଥିବା ଅଲ୍ଟ୍ରା-ଥିନ୍ ଗ୍ଲାସ୍ (UTG) ଡିସପ୍ଲେ ବ୍ୟବହାର କରିପାରିବ । ଏହି ଡିସପ୍ଲେରେ ଲେୟର ଷ୍ଟ୍ରକ୍ଚର ପାଇଁ ଫ୍ଲେକ୍ସିବଲ୍ ପଲିମର ଏବଂ ଆଡେସିଭ୍ ର ବ୍ୟବହାର କରାଯାଇପାରିବ । ସାମସଙ୍ଗର ଏହି ଅପକମିଙ୍ଗ ଫୋଲ୍ଡେବଲ୍ ଫୋନରେ ନୂଆ ହିଞ୍ଜ ସିଷ୍ଟମ ରହିବ, ଯାହା ଡିସପ୍ଲେକୁ ଉଭୟ ପାର୍ଶ୍ବରୁ ଫୋଲ୍ଡ କରିବାରେ ସାହାଯ୍ୟ କରିବ ।

ପେଟେଣ୍ଟ ଇମେଜରେ ସାମସଙ୍ଗର ଫୋନର ଟିଜାଇନରେ ଏକ ଝଲକ ମଧ୍ୟ ଦିଆଯାଇଛି, ଯାହା ଦର୍ଶାଉଛି ଯେ ଡିସପ୍ଲେକୁ ଭିତର ଏବଂ ବାହାର ଫୋଲ୍ଡ କରିବା ପରେ ଫୋନଟି କିପରି ଦେଖାଯିବ । ଆଗାମୀ ଦିନରେ ଫୋଲ୍ଡେବଲ୍ ସ୍ବାର୍ଟଫୋନ୍ ବଜାରରେ ଆହୁରି ଅନେକ ନୂଆ ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ ।

The post Samsung ଲଞ୍ଚ କରିବ ୟୁନିକ୍ Foldable ସ୍ମାର୍ଟଫୋନ୍, ଜାଣନ୍ତୁ କ’ଣ ରହିଛି ଖାସ୍ appeared first on KNews Odisha.