ପ୍ରସ୍ତୁତ ହେଲାଣି ଜନତା ମୈଦାନ, ୧୦ ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର : ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତ ହେଲାଣି ଜନତା ମୈଦାନ । ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୦ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ମୋଦି ଘୋଷଣା କରିଥିଲେ । ଶପଥ ଗ୍ରହଣ ଉତ୍ସବରେ ମୋଦି, ଅମିତ ଶାହ ଓ ଜେପି ନଡ୍ଡା ଯୋଗ ଦେବେ । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ୩୦ ହଜାରରୁ ଅଧିକ ଜନତା ସାମିଲ […] The post ପ୍ରସ୍ତୁତ ହେଲାଣି ଜନତା ମୈଦାନ, ୧୦ ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ appeared first on KNews Odisha.

ପ୍ରସ୍ତୁତ ହେଲାଣି ଜନତା ମୈଦାନ, ୧୦ ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ
janta maidan

ଭୁବନେଶ୍ୱର : ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତ ହେଲାଣି ଜନତା ମୈଦାନ । ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୦ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ମୋଦି ଘୋଷଣା କରିଥିଲେ । ଶପଥ ଗ୍ରହଣ ଉତ୍ସବରେ ମୋଦି, ଅମିତ ଶାହ ଓ ଜେପି ନଡ୍ଡା ଯୋଗ ଦେବେ । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ।

୩୦ ହଜାରରୁ ଅଧିକ ଜନତା ସାମିଲ ହେବେ । ଲିଆସନିଂ ଅଫିସର ଭାବେ ୫୦ ଜଣ ଆଇଏଏସ, ଓଏଏସ ଏବଂ ଓଏଫଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରସୋର ଆଗେଇ ଚାଲିଛି । ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ବେଳେ କେଉଁ ବିଭାଗ କଣ କରିବେ ସେ ନେଇ ଦାୟିତ୍ବ ବଣ୍ଟା ସରିଛି । ଜନତା ମୈଦାନରେ ମଞ୍ଚ ଭିଡିବା କାମ ତ୍ବରାନ୍ବିତ ହେଉଛି । ଅନ୍ୟପଟେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି, କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ।

The post ପ୍ରସ୍ତୁତ ହେଲାଣି ଜନତା ମୈଦାନ, ୧୦ ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ appeared first on KNews Odisha.