Sarkari Naukari: ଯୁବବର୍ଗଙ୍କ ପାଇଁ ୮୭ ହଜାର ଶିକ୍ଷକ ଚାକିରି, କରନ୍ତୁ ଏଭଳି ଆବେଦନ…
ପାଟନା,୧୦।୨ : ବିହାର ଜନସେବା ଆୟୋଗ (ବିପିଏସସି) ଶିକ୍ଷକ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛି। ବିପିଏସସି ଅଧ୍ୟକ୍ଷ ଅତୁଲ ପ୍ରସାଦ ନିଯୁକ୍ତି ବିଷୟରେ ଘୋଷଣା କରିଛନ୍ତି। ଏହା ସହିତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ବିହାରରେ ୮୭ହଜାର ଶିକ୍ଷକ ପଦବୀ ପୂରଣ ହେବ। ଆବେଦନ ପ୍ରକ୍ରିୟା ୧୦ ଫେବୃଆରୀ ୨୦୨୪ରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ହେଉଛି ୨୩ ଫେବୃଆରୀ ୨୦୨୪। ମାର୍ଚ୍ଚ ୭ ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ […] The post Sarkari Naukari: ଯୁବବର୍ଗଙ୍କ ପାଇଁ ୮୭ ହଜାର ଶିକ୍ଷକ ଚାକିରି, କରନ୍ତୁ ଏଭଳି ଆବେଦନ… appeared first on Dharitri Odia News.
ପାଟନା,୧୦।୨ : ବିହାର ଜନସେବା ଆୟୋଗ (ବିପିଏସସି) ଶିକ୍ଷକ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛି। ବିପିଏସସି ଅଧ୍ୟକ୍ଷ ଅତୁଲ ପ୍ରସାଦ ନିଯୁକ୍ତି ବିଷୟରେ ଘୋଷଣା କରିଛନ୍ତି। ଏହା ସହିତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ ବିହାରରେ ୮୭ହଜାର ଶିକ୍ଷକ ପଦବୀ ପୂରଣ ହେବ। ଆବେଦନ ପ୍ରକ୍ରିୟା ୧୦ ଫେବୃଆରୀ ୨୦୨୪ରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ହେଉଛି ୨୩ ଫେବୃଆରୀ ୨୦୨୪। ମାର୍ଚ୍ଚ ୭ ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ୩୧ ପୂର୍ବରୁ ଆୟୋଗ ଫଳାଫଳ ପ୍ରକାଶ କରିବାକୁ ଚେଷ୍ଟା କରିବେ।
ନିଯୁକ୍ତି ଆବେଦନକାରୀଙ୍କ ପାଇଁ ସମ୍ପୃକ୍ତ ବିଷୟରେ ଡିଗ୍ରୀଧାରୀ ହେବା ବାଧ୍ୟତାମୂଳକ ଏବଂ B.Ed, D.El.Ed, CTET କିମ୍ବା STET ପାଶ କରିବା ଆବଶ୍ୟକ। ତେବେ CTET / STET ର ଦେଇଥିବା ପ୍ରାର୍ଥୀମାନେ ଆଦେନ କରିପାରିବେ ନାହିଁ ।
ଆବେଦନ କରିବାକୁ, ସର୍ବନିମ୍ନ ବୟସ ୧୮ରୁ ୨୧ ବର୍ଷ ଏବଂ ସର୍ବାଧିକ ୩୭ ରୁ ୪୨ ବର୍ଷ ରହିଛି। ରିଜର୍ଭ ବର୍ଗ ଆବେଦନକାରୀମାନଙ୍କ ପାଇଁ ବୟସ ସୀମାରେ କୋହଳ କରାଯାଇଛି।
ଲିଖିତ ପରୀକ୍ଷା ଅଢ଼େଇ ଘଣ୍ଟାର ହେବ। ଏଥିରେ କୌଣସି ନେଗେଟିଭ ମାର୍କିଂ ହେବ ନାହିଁ। NCERT ଏବଂ SCRT ର ନିର୍ଦ୍ଦେଶ ଅନୁଯାୟୀ ସିଲାବସ ହେବ। ଫଳାଫଳରେ ମେରିଟ ତାଲିକା ପ୍ରକାଶ ପାଇବ।
ନିଯୁକ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଯୁବବର୍ଗମାନେ ଅନଲାଇନରେ ଆବେଦନ କରିବାକୁ ଅଫିସିଆଲ ୱେବସାଇଟ www.bpsc.bih.nic.in/www.onlinebpsc.bihar.gov.in କୁ ଲଗଇନ କରିପାରିବେ।
ପରୀକ୍ଷା ପେପର ୩ ଟି ପାର୍ଟର ରହିବ । ଏଥିରେ ଭାଷା, ସାଧାରଣ ଜ୍ଞାନ ଏବଂ ବିଷୟ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯିବ। ଭାଷା ଅଧୀନରେ, ଏକ ଏକ ନମ୍ବରର ୩୦ଟି ପ୍ରଶ୍ନ ପଚରାଯିବ। ଜେନେରାଲ ଷ୍ଟଡିଜ ସହିତ ଜଡିତ ପ୍ରତ୍ୟେକ ଏକ ଏକ ନମ୍ବରର ୪୦ ଟି ପ୍ରଶ୍ନ ପଚରାଯିବ। ଏକ ଏକ ନମ୍ବରର ୮୦ଟି ପ୍ରଶ୍ନ ସମ୍ପୃକ୍ତ ବିଷୟ ଉପରେ ଆସିବ।
Bihar BPSC School Teacher TRE 3.0 Recruitment 2024 Apply Now #sarkariResult #bpsc #biharhttps://t.co/zTfcvxmLUt pic.twitter.com/0ag7f2Fy3y
— Sarkari Result Info Official (@sarkariresulttt) February 8, 2024
The post Sarkari Naukari: ଯୁବବର୍ଗଙ୍କ ପାଇଁ ୮୭ ହଜାର ଶିକ୍ଷକ ଚାକିରି, କରନ୍ତୁ ଏଭଳି ଆବେଦନ… appeared first on Dharitri Odia News.