ରାଜ୍ୟର ୩ କୋଟି ଲୋକଙ୍କୁ ଦିଆଯିବ ସ୍ବାସ୍ଥ୍ୟ କାର୍ଡ: ମନ୍ତ୍ରୀ ମହାଲିଙ୍ଗ

ଭୁବନେଶ୍ୱର, ୧୫ା୧୨: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ କାର୍ଡ ସମସ୍ୟା ଖୁବ୍‌ଶୀଘ୍ର ସମାଧାନ ହେବ। ରାଜ୍ୟର ୩ କୋଟି ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ଦିଆଯିବ। ମିଶନ ମୋଡ୍‌ରେ ହେଲ୍‌ଥ କେୟାର ସିଷ୍ଟମ ଆଗକୁ ନେଉଛୁ। ରାଜ୍ୟରେ ଉଭୟ ଆୟୁଷ୍ମାନ  ଓ ଗୋପବନ୍ଧୁ କାର୍ଡରେ ଚିକିତ୍ସା ହେବ। ଲୋକଙ୍କୁ ଇନ୍‌ସ୍ୟୁରାନ୍ସ ନୁହେଁ  ଆସ୍ୟୁରାନ୍ସ ମୋଡ୍‌ରେ ଚିକିତ୍ସା ମିଳିବ ବୋଲି  ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଗଣମାଧ୍ୟମକୁ ସୂଚନାଦେଇ ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ଖୁବ୍‌ଶୀଘ୍ର ଉଭୟ ଆୟୁଷ୍ମାନ ଏବଂ […] The post ରାଜ୍ୟର ୩ କୋଟି ଲୋକଙ୍କୁ ଦିଆଯିବ ସ୍ବାସ୍ଥ୍ୟ କାର୍ଡ: ମନ୍ତ୍ରୀ ମହାଲିଙ୍ଗ appeared first on Dharitri Odia News.

ରାଜ୍ୟର ୩ କୋଟି ଲୋକଙ୍କୁ ଦିଆଯିବ ସ୍ବାସ୍ଥ୍ୟ କାର୍ଡ: ମନ୍ତ୍ରୀ ମହାଲିଙ୍ଗ
ଭୁବନେଶ୍ୱର, ୧୫ା୧୨: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ କାର୍ଡ ସମସ୍ୟା ଖୁବ୍‌ଶୀଘ୍ର ସମାଧାନ ହେବ। ରାଜ୍ୟର ୩ କୋଟି ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ଦିଆଯିବ। ମିଶନ ମୋଡ୍‌ରେ ହେଲ୍‌ଥ କେୟାର ସିଷ୍ଟମ ଆଗକୁ ନେଉଛୁ। ରାଜ୍ୟରେ ଉଭୟ ଆୟୁଷ୍ମାନ  ଓ ଗୋପବନ୍ଧୁ କାର୍ଡରେ ଚିକିତ୍ସା ହେବ। ଲୋକଙ୍କୁ ଇନ୍‌ସ୍ୟୁରାନ୍ସ ନୁହେଁ  ଆସ୍ୟୁରାନ୍ସ ମୋଡ୍‌ରେ ଚିକିତ୍ସା ମିଳିବ ବୋଲି  ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
ଗଣମାଧ୍ୟମକୁ ସୂଚନାଦେଇ ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ଖୁବ୍‌ଶୀଘ୍ର ଉଭୟ ଆୟୁଷ୍ମାନ ଏବଂ ଗୋପବନ୍ଧୁ କାର୍ଡ ଲାଗୁହେବ। ଆଗକୁ କେବଳ ସ୍ବାସ୍ଥ୍ୟ କାର୍ଡ ଦିଆଯିବ। ଗତ ସରକାର ସମୟରେ ବିଏସ୍‌କଓ୍ବୋଇ କାର୍ଡରେ ମାତ୍ର ୯୫୬ ହସ୍ପିଟାଲରେ ଚିକିତ୍ସା ହେଉଥିଲା। ଏବେ ଦେଶର ୨୭ ହଜାର ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିପାରିବ ବୋଲି ମହାଲିଙ୍ଗ କହିଛନ୍ତି।

The post ରାଜ୍ୟର ୩ କୋଟି ଲୋକଙ୍କୁ ଦିଆଯିବ ସ୍ବାସ୍ଥ୍ୟ କାର୍ଡ: ମନ୍ତ୍ରୀ ମହାଲିଙ୍ଗ appeared first on Dharitri Odia News.