ଧୂଳିଧୂଆଁରେ ପଥଚାରୀ ନୟାନ୍ତ:ଖୋଲାଖୋଲି ଆଇନ ଉଲଙ୍ଘନ କରୁଛି ଠିକାସଂସ୍ଥା
ଥୁଆମୂଳ ରାମପୁର,୧୮।୨(ଦୁର୍ଗା କୀର୍ତ୍ତି): ରାସ୍ତା ନବୀକରଣ ଓ ପ୍ରଶସ୍ତି କରଣ ଠିକାସଂସ୍ଥା ଭାରୀଯାନ ଚଳାଚଳ ଧୂଳିଆ ପରିବେଶ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ବାୟୁ ଓ ଜଳ ପ୍ରଦୂଷଣ ଆଇନକୁ ଖୋଲାଖୋଲି ଭାବରେ ଉଲଙ୍ଘନ କରୁଛି ଠିକାସଂସ୍ଥା। ରାସ୍ତା ନବୀକରଣ ଓ ପ୍ରସସ୍ଥି କରଣ କାର୍ଯ୍ୟରେ ଠିକାସଂସ୍ଥା ହାଓ୍ବାଇ ଟ୍ରାକ୍ଟର ଓ ଗାଡ଼ିମଟର ଯାହାଫଳରେ ଧୂଳିମାଟି ପବନରେ ଉଡି ବାୟୁମଣ୍ଡଳକୁ ପ୍ରଦୂଷଣ କରିଚାଲିଛି। ଏହାଦ୍ବାରା ଅନେକ ବାଟୋଇ ଓ ଅନ୍ୟାନ୍ୟ ଗାଡିମଟର ଚଳାଚଳରେ ଅସୁବିଧା ସୃଷ୍ଟି […] The post ଧୂଳିଧୂଆଁରେ ପଥଚାରୀ ନୟାନ୍ତ:ଖୋଲାଖୋଲି ଆଇନ ଉଲଙ୍ଘନ କରୁଛି ଠିକାସଂସ୍ଥା appeared first on Dharitri Odia News.
ଥୁଆମୂଳ ରାମପୁର,୧୮।୨(ଦୁର୍ଗା କୀର୍ତ୍ତି): ରାସ୍ତା ନବୀକରଣ ଓ ପ୍ରଶସ୍ତି କରଣ ଠିକାସଂସ୍ଥା ଭାରୀଯାନ ଚଳାଚଳ ଧୂଳିଆ ପରିବେଶ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ବାୟୁ ଓ ଜଳ ପ୍ରଦୂଷଣ ଆଇନକୁ ଖୋଲାଖୋଲି ଭାବରେ ଉଲଙ୍ଘନ କରୁଛି ଠିକାସଂସ୍ଥା। ରାସ୍ତା ନବୀକରଣ ଓ ପ୍ରସସ୍ଥି କରଣ କାର୍ଯ୍ୟରେ ଠିକାସଂସ୍ଥା ହାଓ୍ବାଇ ଟ୍ରାକ୍ଟର ଓ ଗାଡ଼ିମଟର ଯାହାଫଳରେ ଧୂଳିମାଟି ପବନରେ ଉଡି ବାୟୁମଣ୍ଡଳକୁ ପ୍ରଦୂଷଣ କରିଚାଲିଛି। ଏହାଦ୍ବାରା ଅନେକ ବାଟୋଇ ଓ ଅନ୍ୟାନ୍ୟ ଗାଡିମଟର ଚଳାଚଳରେ ଅସୁବିଧା ସୃଷ୍ଟି କରୁଥିବା ଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୁଳ ରାମପୁରର ଗୁଣପୁର ଠାରୁ ଡୁମେରପଦର ଓ ଗୋପୀନାଥପୁରକୁ ସଂଯୋଗ କରୁଥିବା ରାସ୍ତାରେ।
ସେହିପରି ଥୁଆମୁଳ ରାମପୁର ମହୁଲପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ। ଠିକାସଂସ୍ଥାଙ୍କ ଭାରିଯାନ ଚାଲିବା ଦ୍ବାରା ଧୂଳିମାଟି ପବନରେ ଉଡି ବାୟୁମଣ୍ଡଳକୁ ଦୂଷିତ କରୁଥିବା ବେଳେ ଜନସାଧାରଣଙ୍କ ଜୀବନ ଉପରେ ତାହାର କୁପ୍ରଭାବ ପଡୁଛି। ରାସ୍ତାରେ ଛାତ୍ରୀଛାତ୍ର, ଅନ୍ୟାନ୍ୟ ବାଟୋଇମାନେ ଧୂଳିଧୂସର ପରିବେଶରେ ନୟାନ୍ତ ହେଉଛନ୍ତି। ଏହାଛଡା ଥୁଆମୁଳ ରାମପୁର ସଦର ମହକୁମାଠାରେ ବିଶେଷ କରି ଅଧିକ ଧୂଳିମାଟି ରାସ୍ତା ପାର୍ଶ୍ୱରେ ଥିବା ଦୋକାନ ଏବଂ ଘର ଗୁଡିକରେ ଅଧିକ ଏହାର ପ୍ରଭାବ ପଡୁଛି। ଠିକାସଂସ୍ଥା ଏହି ରାସ୍ତା ଉପରେ ପାଣି ଢାଳିବା ବଦଳରେ ଚୂପଚାପ ରହିଁବା ଘଟଣାକୁ ନେଇ ଜନ ଅସନ୍ତୋଷ ଉଦବେଗ ଜନକ ହେଉଅଛି।
ଏହା ଛଡ଼ା ଭବାନୀପାଟଣା, ରାୟଗଡାକୁ ଚଳପ୍ରଚଳ ଯାତ୍ରୀବାହୀ ବସରେ ଯିବା ଆସିବା କରୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଦିଗରେ ସ୍ଥାନୀୟ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନେ ନୀରବ ରହିବା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ ପାଲଟିଛି।
ଏପରି ଏହି ରାସ୍ତା ନିର୍ମାଣରେ ନିମ୍ନମାନ ହେଉଥିବା ଅଭିଯୋଗ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ଠିକାସଂସ୍ଥା କର୍ମଚାରୀ ଖାତିରି କରୁ ନ ଥିବା ଆହୁରି ସନ୍ଦେହ ଘନୀଭୂତ ହେଉଥିବା ଜଣାପଡିଛି। ଏଦିଗରେ ଠିକାସଂସ୍ଥା ଯଦି ଦୃଷ୍ଟି ନ ଦିଏ ତେବେ ରାସ୍ତା ଅବରୋଧ କରାଯିବ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି।
The post ଧୂଳିଧୂଆଁରେ ପଥଚାରୀ ନୟାନ୍ତ:ଖୋଲାଖୋଲି ଆଇନ ଉଲଙ୍ଘନ କରୁଛି ଠିକାସଂସ୍ଥା appeared first on Dharitri Odia News.