ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା; ଏହିସବୁ ଜିଲାକୁ ହିଟ୍ଓ୍ବେଭ୍ ୱାର୍ନିଂ
ଭୁବନେଶ୍ୱର,୧୪।୪: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଅପରାହ୍ନ ଠାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ଜିଲାରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ନିଜୁଲି ଘଡ଼ଘଡ଼ି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି। ଏହା ବ୍ୟତୀତ ଆସନ୍ତା କିଛିଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗରମ ଏବଂ ଆର୍ଦ୍ର ପାଣିପାଗ ପରିସ୍ଥିତି ପାଇଁ ୟେଲୋ ୱାର୍ନିଂ ଜାରି କରିଛି। ଆଇଏମଡି କହିଛନ୍ତି ଯେ ଆସନ୍ତା ୪-୫ ଦିନ ମଧ୍ୟରେ ଓଡିଶାର ଅନେକ ସ୍ଥାନରେ […] The post ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା; ଏହିସବୁ ଜିଲାକୁ ହିଟ୍ଓ୍ବେଭ୍ ୱାର୍ନିଂ appeared first on Dharitri Odia News.
ଭୁବନେଶ୍ୱର,୧୪।୪: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଅପରାହ୍ନ ଠାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ଜିଲାରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ନିଜୁଲି ଘଡ଼ଘଡ଼ି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି। ଏହା ବ୍ୟତୀତ ଆସନ୍ତା କିଛିଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗରମ ଏବଂ ଆର୍ଦ୍ର ପାଣିପାଗ ପରିସ୍ଥିତି ପାଇଁ ୟେଲୋ ୱାର୍ନିଂ ଜାରି କରିଛି।
ଆଇଏମଡି କହିଛନ୍ତି ଯେ ଆସନ୍ତା ୪-୫ ଦିନ ମଧ୍ୟରେ ଓଡିଶାର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା) ୪-୬ ପ୍ସ ଉ ବୃଦ୍ଧି ପାଇବ।
ଅପରାହ୍ନ ଯାଏ କୋରାପୁଟ, ରାୟାଗଡା, ଗଜପତି, ଗଞ୍ଜାମ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା / ବଜ୍ରପାତ ହେବାର ସମ୍ଭାବନା ଅଛି।
ଏହି ସମୟରେ ଖୋର୍ଧା, କଟକ, ପୁରୀ, ନୟାଗଡ଼, କେନ୍ଦ୍ରାପଡା, ଜଗତସିଂହପୁର , ଯାଜପୁର , ଭଦ୍ରକ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ଏବଂ ଆର୍ଦ୍ର ପାଣିପାଗର ସମ୍ଭାବନା ଅଧିକ।
ସେହିଭଳି ସୋମବାରୁ ମଙ୍ଗଳବାର ମଧ୍ୟରେ କଟକ, ନୟାଗଡ଼, ଢେଙ୍କାନାଳ, ଜଜପୁର, ଭଦ୍ରକ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍ୱେଭ୍ ସ୍ଥିତି ଉପୁଜିବାର ସମ୍ଭାବନା ରହିଛି।
ଏହି ସମୟରେ କଟକ, ଖୋର୍ଧା, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କନ୍ଧମାଳ ଜିଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍ୱେଭ୍ ସ୍ଥିତି ଅଧିକ ହେବାର ସମ୍ଭାବନା ଅଛି।
The post ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା; ଏହିସବୁ ଜିଲାକୁ ହିଟ୍ଓ୍ବେଭ୍ ୱାର୍ନିଂ appeared first on Dharitri Odia News.