ସୁଟକେଶରୁ କଂଗ୍ରେସ ନେତ୍ରୀଙ୍କ ମୃତଦେହ ଉଦ୍ଧାର
ରୋହତକ: ହରିୟାଣାର ରୋହତକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ଦିନ ଜଣେ ମହିଳା କଂଗ୍ରେସ କର୍ମୀଙ୍କ ମୃତଦେହ ଏକ ସୁଟକେସରୁ ଉଦ୍ଧାର ହୋଇଛି। ଯାହା ଏକ ବଡ଼ ରାଜନୈତିକ ବିବାଦ ସୃଷ୍ଟି କରିଥିଲା। କଂଗ୍ରେସ ଏହି ହତ୍ୟାକାଣ୍ଡର “ଉଚ୍ଚସ୍ତରୀୟ ତଦନ୍ତ” ଦାବି କରି କହିଛି ଯେ ମୃତକ ଜଣକ ତାଙ୍କର ଦଳୀୟ କର୍ମୀ ଥିଲେ। ସେପଟେ କଂଗ୍ରେସ ବିଧାୟକ ଭାରତ ଭୂଷଣ ବାତ୍ରା କହିଛନ୍ତି ଯେ ହିମାନୀ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ […] The post ସୁଟକେଶରୁ କଂଗ୍ରେସ ନେତ୍ରୀଙ୍କ ମୃତଦେହ ଉଦ୍ଧାର appeared first on Odisha.News.
ରୋହତକ: ହରିୟାଣାର ରୋହତକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ଦିନ ଜଣେ ମହିଳା କଂଗ୍ରେସ କର୍ମୀଙ୍କ ମୃତଦେହ ଏକ ସୁଟକେସରୁ ଉଦ୍ଧାର ହୋଇଛି। ଯାହା ଏକ ବଡ଼ ରାଜନୈତିକ ବିବାଦ ସୃଷ୍ଟି କରିଥିଲା।
କଂଗ୍ରେସ ଏହି ହତ୍ୟାକାଣ୍ଡର “ଉଚ୍ଚସ୍ତରୀୟ ତଦନ୍ତ” ଦାବି କରି କହିଛି ଯେ ମୃତକ ଜଣକ ତାଙ୍କର ଦଳୀୟ କର୍ମୀ ଥିଲେ। ସେପଟେ କଂଗ୍ରେସ ବିଧାୟକ ଭାରତ ଭୂଷଣ ବାତ୍ରା କହିଛନ୍ତି ଯେ ହିମାନୀ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ଅଂଶଗ୍ରହଣ କରିଥିଲେ।
ସାମ୍ପଲା ପୋଲିସ ଷ୍ଟେସନର ଏସଏଚଓ ବିଜେନ୍ଦ୍ର ସିଂହଙ୍କ ସୂଚନା ଅନୁଯାୟୀ, ତାଙ୍କ ବେକରେ ଏକ ସ୍କାର୍ଫ ଗୁଡ଼ାଯାଇଥିଲା ଏବଂ ହାତରେ ମେହେନ୍ଦି ଲାଗିଥିଲା। ପ୍ରାଥମିକ ତଦନ୍ତ ଦୃଷ୍ଟିରୁ ଜଣାପଡୁଛି ଯେ ଝିଅଟିକୁ ହତ୍ୟା କରାଯାଇ ତାଙ୍କ ମୃତଦେହକୁ କେହି ସୁଟକେଶରେ ଭର୍ତ୍ତି କରି ରାସ୍ତାରେ ଫିଙ୍ଗି ଦେଇଛନ୍ତି।
The post ସୁଟକେଶରୁ କଂଗ୍ରେସ ନେତ୍ରୀଙ୍କ ମୃତଦେହ ଉଦ୍ଧାର appeared first on Odisha.News.