SCBରେ ବଡ଼ ଅଘଟଣ; କ୍ରେନ୍ ଭାଙ୍ଗି ୩ ଶ୍ରମିକ ଗୁରୁତର...
କଟକ ଏସ୍ସିବି ସଂପ୍ରସାରଣ କାମ ବେଳେ ଘଟିଲା ବଡ଼ ଅଘଟଣ । ଏସ୍ସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗିପଡ଼ିଲା ନେଇ ସୂଚନା ।
କଟକ ଏସସିବିରେ ବଡ଼ ଅଘଟଣ। ନିର୍ମାଣ କାମ ବେଳେ କ୍ରେନ୍ ଭାଙ୍ଗି ୩ ଗୁରୁତର। ଗୁରୁତର ଆହତ ହୋଇଥିବା ୩ ଶ୍ରମିକଙ୍କୁ ତୁରନ୍ତ ଏସସିବି କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। କଟକ ବଡ଼ ମେଡିକାଲର ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି।
ଏସସିବି ପରିସରରେ ଥିବା ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିକଟରେ ଏକ ୧୦ ମହଲା ବିଶିଷ୍ଟ କୋଠାର ନିର୍ମାଣ କାମ ଚାଲିଥିଲା। ଏହି ସମୟରେ କ୍ରେନ୍ ଦ୍ବାରା ଉପରକୁ ଭାରି ଜିନିଷ ଉଠାଯାଉଥିବା ବେଳେ ହଠାତ କ୍ରେନଟି ମଝିରୁ ଭାଙ୍ଗି ଯାଇଥିଲା। ଫଲରେ ତଳେ ଥିବା ୩ ଶ୍ରମିକଙ୍କ ଉପରେ ପଡ଼ିବାରୁ ସେମାନେ ଗୁରୁତର ଆହତ ହୋଇଥିଲେ।
କଟକରେ ଏସ୍ସିବି ମେଡିକାଲ ସଂପ୍ରସାରଣ କାମ ବେଳେ ଘଟିଲା ଅଘଟଣ । କୋଠା ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗିପଡ଼ିବାରୁ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। #Cuttack #Odisha #OTV pic.twitter.com/CZFen0EPKL — ଓଟିଭି (@otvkhabar) August 9, 2024